ଭୁବନେଶ୍ୱର ମଧ୍ୟ ଆସନରେ ଅନନ୍ତ ନାରାୟଣ ଜେନାଙ୍କୁ ପୁଣି ରିପିଟ୍ କରିଛି ବିଜେଡି। ଅପରପକ୍ଷେ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନର୍ଲା ବିଧାନସଭାରୁ ଭୂପିନ୍ଦର ସିଂଙ୍କୁ ବାଦ୍ ଦେଇ ବିଜେଡି ମନୋରମା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ବାଲିଗୁଡ଼ା ଆସନ ପାଇଁ ଚକ୍ରମଣି କହଁରଙ୍କୁ ଯୋଦ୍ଧା ଘୋଷଣା କରିଛି ଦଳ।
କଂଗ୍ରେସ ଏଯାଏଁ ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି। ସେହିପରି ରାଜ୍ୟର କିଛି ବିଧାନସଭା ଆସନରେ ଲଢେଇ ନେଇ ସ୍ଥିତି ସ୍ପଷ୍ଟ ହୋଇଛି। ସମ୍ବଲପୁର ବିଧାନସଭା ଆସନରେ ବିଜେପିର ଜୟନାରାୟଣ ମିଶ୍ରଙ୍କୁ ଟକ୍କର ଦେବେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ।
ସରଗରମ ହେଉଛି ଗଂଜାମ ରାଜନୀତି। ୩୫ ବର୍ଷର ସଂପର୍କରେ ଘଳିଆ। ରମେଶ ଚ୍ୟାଉପଟ୍ଟନାୟକ-ସୁବାସ ମହାରଣା ସଂପର୍କରେ ଫାଟ ଦେଖିବାକୁ ମିଳିଛି।
ରାଜ୍ୟ ସରକାରଙ୍କ ଅଫିସିଆଲ୍ ୱେବସାଇଟରେ ନାହିଁ 5T ।
ଲକ୍ଷ୍ମୀପୁରରୁ ପ୍ରଭୁ ଜାନି, ପାରାଦୀପ- ଗୀତାଞ୍ଜଳି ରାଉତରାୟ ।
ଭୁବନେଶ୍ୱରରେ ଶୁଭାଶିଷ ଖୁଣ୍ଟିଆ ଓ ସୁନୀଲ ମହାନ୍ତିଙ୍କ କଳି ତୁଟାଇବାକୁ ଚେଷ୍ଟା । ଉଭୟ ଗୋଷ୍ଠୀଙ୍କୁ ଶଙ୍ଖ ଭବନ ପକ୍ଷରୁ ଡ଼ାକରା ଆସିଛି ।
ବିଜେଡି ଛାଡ଼ିଛନ୍ତି ରାଜ୍ୟ ମହିଳା କମିଶନଙ୍କ ପୂର୍ବତନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ । ସେ ବିଜୁ ମହିଳା ଜନତା ଦଳର ସିନିୟର ଭାଇସ୍ ପ୍ରେସିଡେଣ୍ଟ ଓ ସୁନ୍ଦରଗଡ଼ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଥିଲେ ।
ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରଦ୍ଦ । ଉଭୟଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।
ବାକି ଥିବା ୩୫ଟି ବିଧାନସଭା ସିଟରୁ ଆଜି ପ୍ରାୟ ୨୦ ସିଟରେ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ତା ସହ ୨୦ ତାରିଖ ପୂର୍ବରୁ ଅନ୍ୟ ସିଟରେ ପ୍ରାର୍ଥୀ ଘୋଷଣା ହେବ ବୋଲି କହିଛନ୍ତି ବିଜେପିର ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ।
କେଉଁଠି ଆମଦାନୀ ନେତାଙ୍କୁ ଦଳକୁ ଆଣିଥିଲେ ବି ମଣୁ ନାହାନ୍ତି ତାଙ୍କ ସମର୍ଥକ।
ଟିକେଟ୍ ପାଉ ପାଉ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଓ ଲୋକାଭିମୁଖୀ ଯୋଜନାକୁ ପାଥେୟ କରି ବଳ ଲଗେଇଦେଲେଣି ମୈଦାନରେ।
ଗତଥର କଂଗ୍ରେସ ମାତ୍ର ୯ଟି ସିଟରେ ବିଜୟ ଲାଭ କରିଥିବା ବେଳେ ଭୋଟ୍ ହାର ୧୭.୦୨ ପ୍ରତିଶତକୁ ଖସି ଆସିଥିଲା ।
ପ୍ରଥମେ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଆସନ ବେଗୁନିଆ-ବୋଲଗଡ଼କୁ ବିଚାରକୁ ନେଲେ, ଏଠି ବିଜେଡିରେ ବହୁ ଆଶାୟୀ।
ନିର୍ବାଚନ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ଇଭିଏମ୍ । ବିଜେବି ମହାବିଦ୍ୟାଳୟରେ ଇଭିଏମ୍ ରହିବାର ବ୍ୟବସ୍ଥା ।
ମୈଦାନରେ ପୁଣି ବିଜେପିର ସିଟିଂ MLA ପ୍ରଦୀପ୍ତ ନାୟକ । ମହିଳା କାର୍ଡ ଖେଳି ଦୁଷ୍ମନ୍ତଙ୍କ ସ୍ତ୍ରୀ ଲଳିତାଙ୍କୁ ପ୍ରାର୍ଥୀ କରିଛି ବିଜେଡି ।
ପ୍ରାର୍ଥୀ ରିପିଟ୍ କରିବେ ନା ସପ୍ରାଇଜ୍ କାର୍ଡ ଖେଳିବେ ତାକୁ ନେଇ ଦ୍ୱନ୍ଦ୍ୱ । ଚିଲିକାରେ ପୃଥୀରାଜଙ୍କ ବିପକ୍ଷରେ ବିଜେଡି ଯୋଦ୍ଧା କିଏ ଚିତ୍ର ଅସ୍ପଷ୍ଟ ।
ବ୍ରହ୍ମଗିରିରୁ ଉମା, ସତ୍ୟବାଦୀରୁ ସଂଜୟଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଭଦ୍ରକରେ ସଂଜୀବ-ପ୍ରଫୁଲ୍ଲଙ୍କୁ ବି ବିଜେଡି କରିଛି ଅଦଳବଦଳ ।
ଭୁଶୁଡୁଛି କି କଂଗ୍ରେସ୍ ଗଡ଼ ? ଦୁର୍ବଳ ହେଉଛି କି ଏହି ସର୍ବ ପୁରାତନ ପାର୍ଟି ? ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ତାରିଖ ପାଖେଇ ଆସୁଥିବା ବେଳେ କଂଗ୍ରେସ ଏଯାଏ ମାତ୍ର ୪୭ଟି ବିଧାନସଭା ଏବଂ ୮ଟି ଲୋକସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।
ଗତକାଲି ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତାଙ୍କୁ ଭେଟିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବିରୋଧୀ ଗୋଷ୍ଠୀ ।
ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ଥି ପରେ ରାଉରକେଲାରେ ପହଞ୍ଚିଲେ ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ । ମିଳିଲା ଉଚ୍ଛ୍ୱସିତ ସଂବର୍ଦ୍ଧନା ।
ଦେବାଶିଷଙ୍କ କଡ଼ା ସମାଲୋଚନା । ବିଜେଡିକୁ କଡ଼ା ସମାଲୋଚନା କଲେ ଦେବାଶିଷ ନାୟକ । କହିଲେ, ‘ନବୀନ ବାବୁ ଯଦି ସରକାର ଚଳାଇ ପାରୁନାହାନ୍ତି, ଅବସର ନେଇଯାଆନ୍ତୁ । ୨୫ ବର୍ଷ ମୁଖ୍ୟମନ୍ତ୍ରୀ ରହିଲେଣି, ଏବେ ଅବସର ନିଅନ୍ତୁ ନବୀନ । ’
୨୦ ତାରିଖ ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ । ସେହିପରି ଘୋଷଣା ହୋଇଥିବା ଗୋଟିଏ ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀଙ୍କ ନାଁ ମଧ୍ୟ ବଦଳିପାରେ ବୋଲି ସେ ସୂଚନା ଦେଇଛନ୍ତି ।
ବ୍ରହ୍ମପୁର ବିଧାନସଭା ଆସନ । ଏଥର ଏହି ସିଟରେ ହେବ ଗୁରୁ-ଶିଷ୍ୟ ଲଢେଇ । ଅର୍ଥାତ୍ ଲଢେଇ ହେବ ୫ଥରର ବିଧାୟକ ତଥା ପୋଖତ ରାଜନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ବିଜେପିର କେ. ଅନୀଲ କୁମାରଙ୍କ ମଧ୍ୟରେ ।
ଗଞ୍ଜାମ କବିସୂର୍ଯ୍ୟନଗରର ବିଜେଡି ନେତା ସୀତାରାମ ପାଣିଗ୍ରାହୀ ଦଳରୁ ଇସ୍ତଫା ଦେଇଛନ୍ତି । ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ସୀତାରାମ ପାଣିଗ୍ରାହୀ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଜେଡ଼ି ନେତା ଥିଲେ ।
୨୮ ବିଧାନସଭାର ଅନେକ ସିଟରେ ପ୍ରାର୍ଥୀ ବାକି । ଏବେ ବି ବହୁସ୍ଥାନରେ ପ୍ରାର୍ଥୀ ଦେଇନାହାନ୍ତି ୩ ପ୍ରମୁଖ ଦଳ ।