Advertisment

ବିଜେଡି କାଟିଲା ଅମର-ଶଶି-ମିନାକ୍ଷୀ-ଜ୍ୟୋତି-ସୁଧାଂଶୁଙ୍କ ଟିକେଟ

ସୁଧାଂଶୁ ଶେଖର ପରିଡ଼ାଙ୍କ ଜାଗାରେ ବିଦ୍ୟାସ୍ମିତା ମହାଳିକ ପ୍ରାର୍ଥୀ ହୋଇଛନ୍ତି । ଚିଲିକାରୁ ପ୍ରାର୍ଥୀ ହୋଇଛନ୍ତି ରଘୁନାଥ ସାହୁ । ସେଠାରେ ଆଗରୁ ବିଜେଡିର ବିଧାୟକ ଥିଲେ ପ୍ରଶାନ୍ତ ଜଗଦ୍ଦେବ। ପ୍ରଶାନ୍ତଙ୍କୁ ବିଜେଡି ଦଳରୁ ବହିଷ୍କାର କରିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
BJD Ticket

BJD Ticket

ଆଜି ପୁଣି ୯ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୫ ବଧାୟକଙ୍କ ଟିକଟ କାଟିଛି । ଅମର ଶତପଥୀଙ୍କ ଟିକଟ କଟିଲା ଦଳ, ବଡ଼ଚଣାରୁ ବିଧାୟକ ଥିଲେ ଅମର ଶତପଥୀ । ସେହିଭଳି ଶଶିଭୂଷଣ ବେହେରାଙ୍କ ବି ଟିକଟ କଟିଛି । କେନ୍ଦ୍ରାପଡ଼ାରୁ ଶଶିଙ୍କ ବଦଳରେ ଗଣେଶ୍ୱର ବେହେରାଙ୍କୁ ଟିକଟ ମିଳିଛି । ଚିଲିକାରେ ପ୍ରାର୍ଥୀ ବଦଳିଛନ୍ତି । ଚମ୍ପୁଆରୁ ମୀନାକ୍ଷୀ ମହାନ୍ତଙ୍କ ଟିକଟ କଟିଛି ତାଙ୍କ ସ୍ଥାନରେ ସନାତନ ମହାକୁଡ଼ଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

Advertisment

ସେପଟେ ସିମୁଳିଆରେ ବି ବିଧାୟକଙ୍କ ଟିକଟ କଟିଛି । ଜ୍ୟୋତି ପାଣିଗ୍ରାହୀଙ୍କ ବଦଳରେ ସୁଭାସିନୀ ସାହୁଙ୍କୁ ଟିକଟ ମିଳିଛି । ଆନନ୍ଦପୁରରେ ମଧ୍ୟ ବଦଳିଛନ୍ତି ପ୍ରାର୍ଥୀ । ଭାଗିରଥୀ ସେଠୀଙ୍କ ବଦଳରେ ଅଭିମନ୍ୟୁ ସେଠୀଙ୍କୁ ଟିକଟ ମିଳିଛି । ରେମୁଣାରେ ମଧ୍ୟ ପ୍ରାର୍ଥୀ ବଦଳାଇଛି ବିଜେଡି । ସୁଧାଂଶୁ ଶେଖର ପରିଡ଼ାଙ୍କ ଜାଗାରେ ବିଦ୍ୟାସ୍ମିତା ମହାଳିକ ପ୍ରାର୍ଥୀ ହୋଇଛନ୍ତି । ଚିଲିକାରୁ ପ୍ରାର୍ଥୀ ହୋଇଛନ୍ତି ରଘୁନାଥ ସାହୁ । ସେଠାରେ ଆଗରୁ ବିଜେଡିର ବିଧାୟକ ଥିଲେ ପ୍ରଶାନ୍ତ ଜଗଦ୍ଦେବ। ପ୍ରଶାନ୍ତଙ୍କୁ ବିଜେଡି ଦଳରୁ ବହିଷ୍କାର କରିଛି । 

ସୂଚନାଯୋଗ୍ୟେ, ଆଜି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ଏଥର ବି ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବଡ଼ଚଣାରୁ ସରପ୍ରାଇଜ୍ କାର୍ଡ ଖେଳିଛନ୍ତି ନବୀନ। ସେଠାରେ ବିଜେଡି ପ୍ରାର୍ଥୀ ହେଲେ ବର୍ଷା ପ୍ରିୟଦର୍ଶନୀ । ଅନ୍ୟମାନଙ୍କ ମଧ୍ୟରେ ଚିଲିକାରୁ ରଘୁନାଥ ସାହୁ, କେନ୍ଦ୍ରପଡ଼ାରୁ ଗଣେଶ୍ୱର ବେହେରା, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣାରୁ ଦେବାଶିଷ ମାରାଣ୍ଡି, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ, ଚମ୍ପୁଆରୁ ସନା ମହାକୁଡ଼, ରେମୁଣାରୁ ବିଦ୍ୟାସ୍ମିତା ମହାଲିକ, ସିମୁଳିଆରୁ ସୁଭାସିନି ସାହୁ ।

Advertisment

ତେବେ ଏହି ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ । ସେ କହିଛନ୍ତି, ‘ବର୍ତ୍ତମାନ ମୁଁ ବିଜୁ ଜନତା ଦଳରେ ଅଛି, ନେତୃତ୍ୱଙ୍କ ଆଦେଶ ମାନି ଶୃଙ୍ଖଳାର ସହ କାର୍ଯ୍ୟ କରୁଛି । ମୋ ପାଇଁ ପଦବୀ ବଡ଼ ନୁହେଁ, ସମ୍ମାନ ଓ ବିଶ୍ୱାସ ମୋ ପାଇଁ ବଡ଼ । ରାଜନୀତିରେ ସମୟ କିନ୍ତୁ ବେଶ୍ ବଳବାନ ବୋଲି କହିବା ସହ କିଏ ରହିବ, ଯିବ, ଭବିଷ୍ୟତରେ କଣ ହେବ, ସମୟ ଉପରେ ନିର୍ଭର ବୋଲି ଦୋହରାଇଛନ୍ତି ପାଟ୍ଟଶାଣୀ ।’

BJD BJP Congress Odisha Politics General Election 2024
Advertisment
Advertisment