ସରପଞ୍ଚ ଓ ସମିତିସଭ୍ୟଙ୍କ ନିର୍ବାଚନୀ ଖର୍ଚ୍ଚ ବୃଦ୍ଧି ସହ ପୂର୍ବରୁ ଥିବା ୮୦ ହଜାରକୁ ଡବଲ ବା ୨ ଲକ୍ଷ କରାଯିବାକୁ ଆଜି ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଦିଆଯାଇଛି
ଆସନ୍ତା ମଙ୍ଗଳବାର ଦିନ ଅର୍ଥାତ୍ ଅକ୍ଟୋବର ୯ରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଜଗନମୋହନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି
କୋଟିଆକୁ ନେଇ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ ଅକ୍ଟୋବର ୯ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।
ନବରଙ୍ଗପୁରରେ ଆଜି ବିଜେଡିର ବଡ଼ ଆୟୋଜନ। ସେଠି କଂଗ୍ରେସର ପୂର୍ବତନ ହେଭିୱେଟ୍ ନେତା ତାହ ଛାଡ଼ି ଶଙ୍ଖ ଫୁଙ୍କିବେ ବୋଲି ବ୍ୟବସ୍ଥା ଚାଲିଛି।
ବହୁ କଳ୍ପନାଜଳ୍ପନା ପରେ ଅକ୍ଟୋବର ୨୨ରେ କଂଗ୍ରେସରୁ ଇସ୍ତଫା ଦେଇଥିବା ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ଆଜି ବିଜେଡିରେ ଯୋଗ ଦେବେ।
୨୦୧୯ ସାଧାରଣ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ର ବିଧାୟକ ପ୍ରାଥୀ ଧନୁର୍ଜୟ ସିଧୁ ବିଜେପିରୁ ଇସ୍ତଫା ଦେଇଛନ୍ତି ।
ପ୍ରତିଦିନ ମମିତାଙ୍କୁ ନେଇ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ। ସେପଟେ ମନ୍ତ୍ରୀଙ୍କ ହୋମ ଗ୍ରାଉଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବାକୁ ସଜ ହେଲେଣି ବିଜେପି ଓ କଂଗ୍ରେସ
ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ। କଂଗ୍ରେସ ନେତା ସୁଦର୍ଶନ ଦାସ କହିଲେ ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ମାଟିରେ ମିଶାଇ ଦେଇଛନ୍ତି ରାଜ୍ୟ ସରକାର
ଆସନ୍ତାକାଲି ବିଜେଡିରେ ଯୋଗ ଦେବେ ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ।କାଲି ନବରଙ୍ଗପୁରରେ ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଦୀପ ଓ ତାଙ୍କ ସହ ଅନେକ କର୍ମୀ ।
ବିଜେଡିରେ ମିଶିବେ ପ୍ରଦୀପ ମାଝୀ । ଆଉ ଏ କଥା ସେ ନିଜେ ପୂର୍ବରୁ ସ୍ପଷ୍ଟ କରିଥିଲେ ।
ମମିତା ମେହେର ହତ୍ୟାକାଣ୍ଡଙ୍କୁ ନେଇ ଥମିବାରେ ନା ନେଉନାହିଁ ବିବାଦ। ଗୋଟିଏ ପରେ ଗୋଟିଏ ମନ୍ତ୍ରୀଙ୍କ ବିରୋଧରେ ଆସୁଛି ଅଭିଯୋଗ
ଏଲପିଜି ଦରକୁ ନେଇ ପାଲଟା ଆକ୍ରମଣ କରିଛି ବିଜେଡି। କେନ୍ଦ୍ର ଗ୍ୟାସ ଉପରୁ ମଧ୍ୟ ଏକ୍ସାଇଜ୍ ଓ ଅନ୍ୟ ଟିକସ ହ୍ରାସ କରୁ ବୋଲି ଦଳ ଦାବି କରିଛି
କେନ୍ଦ୍ର ପରେ ରାଜ୍ୟ କରିଥିବା ତୈଳ ଦର ହ୍ରାସ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁର ରାଉତରାୟ
ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡ ମାମଲା ନେଇ ସାମ୍ବାଦିକ ସମ୍ମିଳନୀ ନେଇ ପୁଣି ଗର୍ଜିଛି ବିଜେପି ଯୁବ ମୋର୍ଚ୍ଚା । ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମୁଖ୍ୟମନ୍ତ୍ରୀ ଯେଉଁଠିକି ଯିବେ ସେଠାରେ ବିରୋଧ ହେବ ବୋଲି କହିଛି ବିଜେପି ଯୁବ ମୋର୍ଚ୍ଚା ।
ଧୀରେ ଧୀରେ ବଢୁଛି ବିଜେଡିର ଔଦ୍ଧତ୍ୟ। ବିଜେଡିକୁ ବିରୋଧ କଲେ ଦିନ ଦିପହରେ ମାଡ଼ ମାରୁଛନ୍ତି ବିଜେଡି ସମର୍ଥକ। ତାହା ପୁଣି ପୋଲିସ୍ ଉପସ୍ଥିତିରେ। କେଉଁଠି ସାମ୍ବାଦିକଙ୍କୁ ଛଡ଼ାଯାଉ ନାହିଁ ତ, କେଉଁଠି ବିରୋଧୀ ଦଳର କର୍ମୀଙ୍କୁ ତଳେ ପକାଇ ଗୋଇଠା ମାରୁଛନ୍ତି। ବିଜେଡି କର୍ମୀଙ୍କୁ କିଏ ଏଥିପାଇଁ ଦେଇଛି ନିର୍ଦ୍ଦେଶ?
ରାଜ୍ୟ ରାଜନୀତି ହାଲକା ଗରମ ହୋଇଛି । ବିଜେଡି ପକ୍ଷରୁ ପୁଣି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦିଆଯାଇଛି । ବିଜେଡି ପକ୍ଷରୁ କୁହାଯାଇଛି ଯେ, ଖାଲି ପେଟ୍ରୋଲ-ଡିଜେଲ ଦର କମାଇଲେ ହେବନାହିଁ ।
ମମିତା ମେହେର ମାମଲା, ବିଜେଡିର ପଶ୍ଚିମ ଓଡ଼ିଶା ଗଣିତକୁ ଓଲଟପାଲଟ କରିବ କି ? ୨୦୧୭ ପଂଚାୟତ ନିର୍ବାଚନ ହେଉ କି ୧୯ ସାଧାରଣ ନିର୍ବାଚନର ଲୋକସଭା ଭୋଟ୍, ସବୁଠି ବିଜେଡିକୁ ଝଟ୍କା ଲାଗିଥିଲା ।
ମହାଲିଙ୍ଗ୍ ସନ୍ସାଇନ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲାରେ ବଢୁଛି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ । ସାରା ରାଜ୍ୟ ସହ ମନ୍ତ୍ରୀଙ୍କ ହୋମ୍ଗ୍ରାଉଣ୍ଡରେ ବିରୋଧୀଙ୍କ ଜାରି ରହିଛି ଘନ ଘନ ହମ୍ଲା ।
ଦେଶରେ ସଦ୍ୟ ଅନୁଷ୍ଠିତ ବିଭିନ୍ନ ରାଜ୍ୟ ଉପନିର୍ବାଚନରେ ସବୁ ବିରୋଧୀ ମିଶି ଯେତିକି, ବିଜେପି ତାଠୁ ବେଶି । ଉପନିର୍ବାଚନ ଫଳାଫଳ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଏଭଳି ପ୍ରତିକ୍ରିୟା ।
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ । ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ବିଜେଡିରୁ ଇସ୍ତଫା ଦେଇଛନ୍ତି ।ନିଜ ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇଛନ୍ତି ।
ମମିତା ମର୍ଡର କେସରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କକୁ ନେଇ ଖୁବ୍ ଜୋର୍ ବର୍ଷିଛନ୍ତି କଂଗ୍ରେସ ନେତା ଭକ୍ତଚରଣ ଦାସ.. ଦିବ୍ୟଶଙ୍କର ମିଶ୍ରଙ୍କ ହେଲିକେପ୍ଟରରେ ଗୋଲମୁଣ୍ଡା ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭକ୍ତ.. କହିଛନ୍ତି କାହାକୁ ଇମ୍ପ୍ରେସ୍ କରିବାକୁ ମନ୍ତ୍ରୀ ବାରମ୍ବାର ହେଲିକେପ୍ଟରରେ ସେଠାକୁ ଯାଉଥିଲେ.. ତେବେ ଏନେଇ ଶାସକ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ପ୍ରଥମେ ଦଶ ବର୍ଷ ଲୋକଙ୍କ ପାଇଁ କାମ କର । ଏୟାରଫୋର୍ସରେ ଦଶବର୍ଷ କାମ କରି ଛାଡି ପଲେଇ ଆସିଲା । ମୋର ଇଛା ଥିଲା ତାକୁ ବଡ ପଦବୀରେ ଦେଖିବା । ସେ କଳାହାଣ୍ଡିର ଗର୍ବ ହୋଇଥାଆନ୍ତା ।
ରାଜ୍ୟ ସରକାରଙ୍କୁ ତାରାଙ୍କ କଡ଼ା ସମାଲୋଚନା । କହିଲେ ପୋଲିସ ଉପସ୍ଥିତିରେ କଂଗ୍ରେସ କର୍ମୀଙ୍କୁ ମାଡ଼ ହେଲା । ହେଲେ ପୋଲିସ କିଛି ଦେଖିପାରିଲାନି । ପୋଲିସ ସତେ ଯେମିତି ନିଦା ବିଷ୍ଣୁ ପାଲଟି ଯାଇଥିଲା ।
ପୋଲିସ ଡିଜି ଚାକିରୀ ଛାଡି ଦେବା ଉଚିତ୍। ପୋଲିସ ଉପରେ ସେ କଣ୍ଟ୍ରୋଲ କରିପାରୁନାହାନ୍ତି ଏବେ ସେ ବିଶ୍ରାମ ନେବା କଥା। କଂଗ୍ରେସ ନେତା ତାରାବାହିନୀ ପତି କଂଗ୍ରେସର ଏକ ପ୍ରେସମିଟ୍ ରେ ଏପରି ବିବୃତ୍ତି ଦେଇଛନ୍ତି । ଶୁଣନ୍ତୁ ଆଉ କ'ଣ କ'ଣ କହିଛନ୍ତି।
ମମିତା ହତ୍ୟା ଓ କର୍ମୀଙ୍କୁ ଆକ୍ରମଣ ନେଇ ସରକାରଙ୍କୁ ତାରାଙ୍କ ଟାର୍ଗେଟ I ପୋଲିସ ଉପସ୍ଥିତିରେ କୁଚିଣ୍ଡାରେ କଂଗ୍ରେସ କର୍ମୀଙ୍କୁ ମାଡ଼ ହେଲା ଆଉ ଡିଜିପି ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବାରେ ବିଫଳ, ଆଗ ଇସ୍ତଫା ଦିଅନ୍ତୁ