• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Pipili Bypoll Result
ପିପିଲି ଉପନିର୍ବାଚନ ଭୋଟ୍‌ ଗଣତି: ବିଜେଡିର ରୁଦ୍ର ପ୍ରତାପ ମହାରଥୀ ଆଗୁଆ

ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ଥିବା ସୂଚନା ମିଳିଛି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ୧୪୦୬ ଖଣ୍ଡ ଭୋଟ୍‌ରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି।

Pipili Bypoll
ପିପିଲିରେ କିଏ ମାରିବ ବାଜି ? ସକାଳ ୮ଟାରୁ ଭୋଟ୍‌ ଗଣତି

ପିପିଲିରେ କିଏ ମାରିବ ବାଜି ? କାହାର ହେବ ପିପିଲି ? ଆଉ କିଛି ସମୟ ପରେ ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହେବ। ପୁରୀ ପେଣ୍ଠକଟା ସେଣ୍ଟରରେ ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବ। ଏହାପରେ ୮ଟା ୩୦ରୁ ଇଭିଏମ୍ ଗଣତି କରାଯିବ।  

State Election Commission Odisha
ଆସନ ସଂରକ୍ଷଣ ନେଇ ଗାଇଡଲାଇନ ଆସିବା ପରେ ନେତାଙ୍କ ବଢିଲା ହାର୍ଟବିଟ୍‌

ପଂଚାୟତର ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂଖ୍ୟା ଅନୁପାତରେ ଓ୍ୱାର୍ଡ ସଂରକ୍ଷଣ ହେବ। ଠିକ୍ ସେଭଳି ବ୍ଲକ୍‌ର SC-ST ସଂଖ୍ୟା ଅନୁସାରେ ସରପଞ୍ଚ ଓ ସମିତି ସଭ୍ୟ ଏବଂ  ଜିଲ୍ଲା ଜନସଂଖ୍ୟା ଅନୁସାରେ ବ୍ଲକ ଚେୟାମ୍ୟାନ୍ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଏନେଇ ବିଭିନ୍ନ ଜିଲ୍ଲାରେ କସରତ ଆରମ୍ଭ ହୋଇଛି।

Pipili Byelection
ପିପିଲିରେ କିଏ ଜିତିବ ବାଜି, କାହାର ହେବ ହାର ?

ପ୍ରଥମେ ପୋଷ୍ଟାଲ୍ ବ୍ୟାଲଟ୍‌ର ଗଣତି ହେବ, ଏହାପରେ ଠିକ୍ ସାଢ଼େ ୮ଟାରୁ ଆରମ୍ଭ ହେବ ଇଭିଏମ୍‌ରୁ ଗଣତି। ତେବେ ଗଣତି ଶେଷରେ ଯେକୌଣସି ୫ଟି ବୁଥ୍‌ର ଭିଭିପ୍ୟାଟ୍‌କୁ ଗଣନା କରାଯିବ। ଡବଲ୍ ଡୋଜ୍ ଟିକା ନେଇ ନଥିବା ବ୍ୟକ୍ତି ହଲ୍‌ରେ ରହିପାରିବେ ନାହିଁ।

Pipili ByPoll Counting To Be Held tomorrow
କାହାର ହେବ ପିପିଲି ? କାଲି ଆସିବ ରେଜଲ୍ଟ

ଆସନ୍ତାକାଲି ପିପିଲି ଉପନିର୍ବାଚନର ଭୋଟ୍ ଗଣତି ହେବ। ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବ। ଏହାପରେ ୮ଟା ୩୦ରୁ ଇଭିଏମ୍ ଗଣତି କରାଯିବ। ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ କହିଛନ୍ତି।  

Odisha Govt Publishes Guidelines For Panchayat Polls
ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ସଜ

ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢ଼ିଲେ ରାଜ୍ୟ ସରକାର। ପଞ୍ଚାୟତ ସଂଶୋଧନ ଆଇନ କାର୍ଯ୍ୟକାରୀ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି।

Panchayati Raj Department
ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢ଼ିଲେ ରାଜ୍ୟ ସରକାର

ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢ଼ିଲେ ରାଜ୍ୟ ସରକାର। ପଞ୍ଚାୟତ ଆଇନ ସଂଶୋଧନ କାର୍ଯ୍ୟକାରୀ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ସଚିବ ଅଶୋକ କୁମାର ମୀନା ଚିଠି କରିଛନ୍ତି ।

Pradeep majhi
ବିଜେଡିକୁ ସାହା କଂଗ୍ରେସ ନେତା

ଦୁଇ ଦଶନ୍ଧି ଧରି ସରକାରରେ ମାଳ ମାଳ ନେତା, ବିରୋଧୀ ନିଷ୍କ୍ରିୟ ତଥାପି ବିଜେଡିକୁ ସାହା କଂଗ୍ରେସ ନେତା । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଦକ୍ଷିଣ ଓଡ଼ିଶାର ଟାଣୁଆ କଂଗ୍ରେସ ନେତା ପ୍ରଦୀପ ମାଝୀ ବିଜେଡିରେ ଖୁବ୍ ଶୀଘ୍ର ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି ।

Prithiviraj Harichandan
‘ପିପିଲିରେ ଏଥର ୭୮% ଭୋଟ, ପରିବର୍ତ୍ତନର ସଙ୍କେତ’

ପିପିଲିରେ ଏଥର ୭୮ ପ୍ରତିଶତ ଭୋଟ୍ ପଡିଛି । ୨୦୧୪ ଓ ୨୦୧୯ ତୁଳନାରେ ଏଥର ପିପିଲିରେ ଭୋଟ୍ ପ୍ରତିଶତ ବଢିବା ପରିବର୍ତ୍ତନର ସଙ୍କେତ । ଆଜି ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

Pipili Bypoll
ପିପିଲି ବିଧାନସଭା ଉପନିର୍ବାଚନ: ଦିନ ୧୧ ସୁଦ୍ଧା ୨୪.୭୬% ମତଦାନ

ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଛି। ସକାଳ ୭ଟାରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିନ ୧୧ ସୁଦ୍ଧା ୨୪.୭୬% ମତଦାନ ହୋଇଛି। ଧୀରେ ଧୀରେ ଭୋଟିଂ ପ୍ରତିଶତ ବଢ଼ୁଥିବା ଦେଖିବାକୁ ମିଳିଛି।

Pipili Bypoll
ପିପିଲି ଉପନିର୍ବାଚନରେ ଭୋଟ୍ ଗ୍ରହଣ ଆରମ୍ଭ : ସକାଳ ୭ରୁ ସଂଧ୍ୟା ୬ଟା ଯାଏ ଚାଲିବ ମତଦାନ

ଆଜି ପିପିଲି ବିଧାନସଭା ଆସନ ଲାଗି ଉପନିର୍ବାଚନ । ଦୁଇ ଥର ବାତିଲ୍ ହେବା ପରେ ଆଜି ଉପନିର୍ବାଚନ ହେବ । କୋଭିଡ୍ ଗାଇଡଲାଇନ୍ ଭିତରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଏହା ସଂଧ୍ୟା ୬ଟା ଯାଏଁ ଚାଲିବ । ସକାଳୁ ସକାଳୁ ଭୋଟରମାନେ ବିଭିନ୍ନ ବୁଥରେ ଧାଡ଼ିରେ ଛିଡ଼ା ହୋଇଛନ୍ତି ।

Pradipta Nayak
‘ଝାଡ଼ଖଣ୍ଡ ସରକାରଙ୍କ ନିଷ୍ପତ୍ତି ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ’

ଭାରତର ସମସ୍ତ ନାଗରିକ ନିଜ ମାତୃଭାଷାରେ ଲେଖିବା ଓ ପଢ଼ିବାର ସାମ୍ବିଧାନିକ ଅଧିକାର ରହିଛି । ହେଲେ ଝାଡ଼ଖଣ୍ଡ ଏହାର ବିପରୀତ ଦିଗରେ ଚାଲୁଛନ୍ତି । ସରକାରଙ୍କ ଏଭଳି ନିଷ୍ପତ୍ତି ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

VOTE
ରାତି ପାହିଲେ ପିପିଲି ଉପନିର୍ବାଚନ, ପ୍ରସ୍ତୁତି ଶେଷ.. ମୁତୟନ ହେବେ ୨୦୦୦ ପୋଲିସ

ଆସନ୍ତାକାଲି ପିପିଲି ଉପନିର୍ବାଚନ ଲାଗି ଭୋଟଗ୍ରହଣ । ଏନେଇ ପ୍ରସ୍ତୂତି ଚୂଡାନ୍ତ ପର୍ଯ୍ୟାୟରେ । ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚିଛନ୍ତି । ୩୦ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ।

punjab politics
ଘଡିକେ ଘୋଡା ଛୁଟୁଛି ପଞ୍ଜାବ ରାଜନୀତିରେ, ପୁଣି ଅସ୍ଥିରତା

ଦଳୀୟ କନ୍ଦଳ ପାଇଁ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପଦରୁ ବିଦା ହେଲେ କ୍ୟାପଟେନ୍ ଅମରିନ୍ଦର ସିଂ । କଂଗ୍ରେସ ନୂଆ ମୁଖ୍ୟମନ୍ତ୍ରୀ ବାଛିଲା । ଅମରିନ୍ଦର ଏବେ କଂଗ୍ରେସ ଉପରେ ଖପ୍ପା । ଯାହାଙ୍କ ପାଇଁ ଏତେ ଖେଳ ହେଲା, ସେ ହେଉଛନ୍ତି ନବଜୋତ ସିଂ ସିଦ୍ଧୁ । ସେ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି।

Mega Drinking Water Project Kharasrota River
ଖରସ୍ରୋତା ମେଗା ଜଳଯୋଗାଣ ପ୍ରକଳ୍ପ: ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ବିରୋଧୀ

ଖରସ୍ରୋତା ମେଗା ଜଳଯୋଗାଣ ପ୍ରକଳ୍ପ ସମ୍ପର୍କରେ ଆରଟିଆଇ ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କୁ ସିଧା ଟାଗେର୍ଟ କରିଛି କଂଗ୍ରେସ। ପ୍ରଶାସନର ସବୋର୍ଚ୍ଚ କ୍ଷମତାରେ ଏଭଳି ଷଡ଼ଯନ୍ତ୍ର ହୋଇଛି। ଏସମ୍ପର୍କରେ ସ୍ଥାନୀୟ ଜନପ୍ରତିନିଧି ଜାଣି ବି ଚୁପ୍ ବସିଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀରେ ଏଭଳି ଭାବେ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ।

Neighbor State
ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ପାଇଁ ଆନ୍ଦୋଳନ-ପ୍ରତିବାଦ ଆଉ ଧାରଣା

ଓଡ଼ିଶାର ବିଚ୍ଛିନ୍ନାଂଚଳରେ ଓଡିଆ ଭାଷା ପାଇଁ ଆନ୍ଦୋଳନ, ପ୍ରତିବାଦ, ଧାରଣା ଆଉ ବିକ୍ଷୋଭ । ବର୍ଷ ବର୍ଷ ଧରି ଅବହେଳିତ ଓଡ଼ିଆ ଭାଷାକୁ ଉଚିତ୍ ଅଧିକାର ଦେବାକୁ ଉଠିଛି ଦାବି । ଝାଡଖଣ୍ଡର ଷଢେଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି କୋଲହାନ ଓଡ଼ିଆ ସମାଜ ।

Balanga Police Station
ଛାତିଥରା ବିସ୍ଫୋରଣରେ ଉଡ଼ିଲା ବଳଙ୍ଗା ଥାନା, ଦାୟୀ କିଏ ? କଂଗ୍ରେସ କହିଲା ଭୋଟରଙ୍କୁ ଭୟଭୀତ କରିବାକୁ ଚାଲ୍‌..

ଛାତିଥରା ବିସ୍ଫୋରଣରେ ଉଡ଼ିଲା ବଳଙ୍ଗା ଥାନା । ଛିନଛତ୍ର ଛାତ ଓ କାନ୍ଥ, ଇତଃସ୍ତତ ଆସବାବପତ୍ର । କେତେ ଭୟଙ୍କର ଥିଲା ବ୍ଲାଷ୍ଟ, ସ୍ପଷ୍ଟ ବୟାନ କରୁଛି ଘଟଣାସ୍ଥଳ ଓ ପାରିପାର୍ଶ୍ୱିକ ପରିସ୍ଥିତି ।

Pipili Vote
ଦିନକ ପରେ ଭାଗ୍ୟ ପରୀକ୍ଷା, କିଏ ମାରିବ ବାଜି ? ଭୋଟିଂ ପାଇଁ ପୁଲିଂ ପାର୍ଟି ପ୍ରସ୍ତୁତ

ପିପିଲି ଉପନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି । ଦିନକ ପରେ ଭୋଟ ଗ୍ରହଣ ହେବାକୁ ଥିବାରୁ ବୁଥ୍ ମୁହାଁ ହୋଇଛନ୍ତି ପୋର୍ଲିଂ ପାର୍ଟି । ପୁରୀ ପେଣ୍ଠକଣ୍ଟାରେ ଲାଗି ରହିଛି ପୁଲିଂ ପାର୍ଟିଙ୍କ ଭିଡ ।

Navjot Singh Sidhu
କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂ ସିଦ୍ଧୁ

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି। ପଦରେ ରହିବାର ୭୨ ଦିନ ପରେ ଇସ୍ତଫା ଦେଲେ ସିଦ୍ଧୁ। ସୋନିଆ ଗାନ୍ଧିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ ସିଦ୍ଧୁ। ପଞ୍ଜାବର ଭବିଷ୍ୟତକୁ ନେଇ କୌଣସି ସାଲିସ କରିବିନି କହିବା ସହ କଂଗ୍ରେସ ଦଳ ପାଇଁ ସେବା ଜାରି ରଖବି ବୋଲି କହିଲେ ସିଦ୍ଧୁ।

pipili by election
ପିପିଲି ଉପନିର୍ବାଚନ; ଘରେ ଥାଇ ଭୋଟ ଦେଇପାରିବେ କୋଭିଡ ଆକ୍ରାନ୍ତ

  ପିପିଲି ଉପନିର୍ବାଚନରେ କୋଭିଡ ଆକ୍ରାନ୍ତ ଘରେ ଥାଇ ଭୋଟ ଦେଇପାରିବେ । ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି  ।

Sambit Patra
ଯଦି ପୋଲିସ ସୁରକ୍ଷିତ ନୁହେଁ, ଲୋକେ କେମିତି ସୁରକ୍ଷିତ: ସମ୍ୱିତ

କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍ପି ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। କିପରି ଏହି ବିସ୍ଫୋରଣ ହେଲା ? ବିସ୍ଫୋରକ କେତେ ପରିମାଣର ଥିଲା ସେ ସମ୍ପର୍କରେ ତଦନ୍ତ ହେଉଛି। ପୁରୀ ଅତିରିକ୍ତ ଏସ୍ପି ପି. ପ୍ରଧାନ ଘଟଣାର ତଦନ୍ତ କରି ରିପୋର୍ଟ ଆଜି ସଂଧ୍ୟା ସୁଦ୍ଧା ଦେବେ। ଫରେନ୍ସିକ ଟିମ୍ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ତଦନ୍ତ କରିଛି। 

dillip ghosh
ପ୍ରଚାର ବେଳେ BJP ନେତାଙ୍କୁ ଦୁର୍ବ୍ୟବହାର, TMC କହିଲା ବିଜେପି ଆହୁରି ତଳକୁ ଖସୁଛି

ଉପନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ଭବାନୀପୁରରେ ଉତ୍ତେଜନା । ଟିଏମ୍‌ସି ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷ । ପ୍ରଚାର ବେଳେ ଟିଏମ୍‌ସି କର୍ମୀ ତାଙ୍କୁ ଗାଳିଗୁଲଜ ସହ ଠେଲାପେଲା କରିଥିବା ଅଭିଯୋଗ ଆଣିଛନ୍ତି ।

pipili bypoll
ସରିଲା ପିପିଲି ପ୍ରଚାର

ପିପିଲି ଉପନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର । ଏଥିଲାଗି ପ୍ରଚାରରେ ଜି ଜାନ୍ ଲଗାଇ ଦେଇଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପିପିଲିରେ ତାଙ୍କର ପ୍ରଚାର ଜୋରଦାର କରିଥିବା ବେଳେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ମଧ୍ୟ ପରିଶ୍ରମ କରୁଥିବା ନଜର ଆସିଛନ୍ତି ।

Ashrit Patnaik
ଆଜି ଶେଷ ପ୍ରଚାର, ମଇଦାନରେ ଜୋରଦାର ଲଢ଼େଇ

ପିପିଲି ଉପନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର । ଏଥିଲାଗି ପ୍ରଚାରରେ ଜି ଜାନ୍ ଲଗାଇ ଦେଇଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପିପିଲିରେ ତାଙ୍କର ପ୍ରଚାର ଜୋରଦାର କରିଥିବା ବେଳେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ମଧ୍ୟ ପରିଶ୍ରମ କରୁଥିବା ନଜର ଆସିଛନ୍ତି ।

Pipili Bye Election
ପିପିଲି ଉପନିର୍ବାଚନ, ସୋମବାର ସନ୍ଧ୍ୟାରେ ସରିବ ପ୍ରଚାର

ପିପିଲି ଉପନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ସରିବ ପ୍ରଚାର । ଏଥିପାଇଁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରଚାର ଅଭିଯାନ ଜୋରଦାର ଚଳାଇଛନ୍ତି ।