• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Sonia Gandhi
ବିଜେପି ବିରୋଧରେ ଏକଜୁଟ ହେବାପାଇଁ ବିରୋଧୀଙ୍କୁ ଆହ୍ୱାନ

ଦେଶର ସ୍ୱାର୍ଥ କଥା ଆସିଥିବାରୁ ଆମ ସମସ୍ତଙ୍କୁ ଏହାର ଉର୍ଦ୍ଧ୍ୱକୁ ଯାଇ ଏକାଠି ହେବାର ସମୟ ଆସିଛି। ୨୦୨୪ ନିର୍ବାଚନ ହେଉଛି ଏକମାତ୍ର ଲକ୍ଷ୍ୟ। ଏହି ଚ୍ୟାଲେଞ୍ଜର ଆମେ ସମ୍ମୁଖୀନ ହୋଇପାରିବେ। ଏକଜୁଟ ହୋଇ କାମ କରିବା ଛଡ଼ା ଆଉ କିଛି ବାଟ ନାହିଁ ବୋଲି କହିଛନ୍ତି ସୋନିଆ ଗାନ୍ଧି। 

Panchayat Election
ପଞ୍ଚାୟତ କାଉଣ୍ଟିଂ ରୁଲ୍‌ରେ ସଂଶୋଧନ କରିବାକୁ କାହିଁକି ଚାହୁଁଛନ୍ତି ରାଜ୍ୟ ସରକାର ?

ନୂଆ ନିୟମ ଅନୁସାରେ ନିର୍ବାଚନ ଶେଷ ହେବାପରେ ପ୍ରିଜାଇଡିଂ  ଅଫିସର୍ ପ୍ରାର୍ଥୀ କିମ୍ବା ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବ୍ୟାଲଟ୍ ବକ୍ସ ଓ ଅନ୍ୟାନ୍ୟ ପେପର୍ ସିଲ୍ କରି ଇଲେକସନ୍ ଅଫିସରଙ୍କ ପାଖକୁ ପଠାଯିବ। ସମସ୍ତ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ବ୍ଲକ୍‌ରେ ଧାର୍ଯ୍ୟ ତାରିଖ ଦିନ କାଉଣ୍ଟିଂ ହେବ। ଏଥିପାଇଁ ଏଥର ୯୨ ହଜାର ବାଲାଟ୍ ବକ୍ସର ଆବଶ୍ୟକ ପଡିବ।

Aswini Vaishnaw
କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କମନ୍‌ମ୍ୟାନ୍ ଅନ୍ଦାଜ, ଦେଖନ୍ତୁ ଭିଡିଓ

ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କମନ୍‌ମ୍ୟାନ୍ ଅନ୍ଦାଜ । ଟ୍ରେନ୍‌ରେ ଯାତ୍ରୀଙ୍କ ସହ ମିଶି ଗପିଲେ, ଆଦିବାସୀଙ୍କ ସହ ନାଚଗୀତ କଲେ, ଚାହା ବିସ୍କୁଟ୍ ଖାଇ ମୋବାଇଲ୍‌ରେ ଅନ୍‌ଲାଇନ୍‌ ପେମେଣ୍ଟ ବି କଲେ ।

Taraprasad With Niranjan
ଥମୁନି କନ୍ଦଳ, ତାରା କହିଲେ ନିରଞ୍ଜନଙ୍କ ବିରୋଧରେ ଲଢ଼େଇ ଜାରି ରହିବ

ରାଜ୍ୟ କଂଗ୍ରେସରେ ଅନ୍ତଃକନ୍ଦଳ ଥମିବାର ନାଁ ଧରୁନି । ସିଧାସଳଖ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି ।

Political Leader
କେନ୍ଦ୍ରମନ୍ତ୍ରୀଙ୍କ ଏଣ୍ଟ୍ରି ପରେ ରାଜ୍ୟ ରାଜନୀତିରେ ଉଷ୍ମତା, ପ୍ରଣବ-ଅରୁଣଙ୍କ ଟ୍ୱିଟ୍‌କୁ ବିଜେପିର ଜବରଦସ୍ତ ଟାର୍ଗେଟ୍‌

ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତିକି ସରଗରମ ହେଉଛି । ଗତକାଲି ରାଜ୍ୟରେ ଦୁଇ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ପହଞ୍ଚିବା ପରେ ରାଜ୍ୟ ରାଜନୀତିରେ ଉଷ୍ମତା ଭରିଯାଇଛି ।

Ashwini Vaishnaw
‘ଗୁଣୁପୁର-ଥେରୁବାଲି ରେଳ ଲାଇନ ଓ ରାଜ୍ୟର ସମସ୍ତ ଅଧପନ୍ତରିଆ କାର୍ଯ୍ୟ ହେବ ତ୍ୱରାନ୍ୱିତ’

ରାୟଗଡା ନୂତନ ରେଳ ଡିଭିଜନର କାର୍ଯ୍ୟ ଆଗେଇ ଚାଲିଛି । ଏହା ସହିତ ପ୍ରସ୍ତାବିତ ଗୁଣୁପୁର-ଥେରୁବାଲି ରେଳ ଲାଇନ ଓ ରାଜ୍ୟର ସମସ୍ତ ଅଧପନ୍ତରିଆ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ।

 CM Naveen Smart Health Card
ସାଢ଼େ ୩ କୋଟି ଲୋକ ପାଇବେ ସ୍ମାର୍ଟ ହେଲ୍‌ଥ କାର୍ଡ, ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା

ମାଲକାନଗିରିରେ ବିିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଯୋଜନାର ଶୁଭାରମ୍ଭ କରଛନ୍ତି ମୁଖ୍ୟମନ୍ତ୍ରୀ । ସଦର ମହକୁମାସ୍ଥିତ ସଂସ୍କୃତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ ସହ ହିତାଧିକାରୀଙ୍କୁ  BSKY ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ।

Politics
ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଗରମ ରାଜ୍ୟ ରାଜନୀତି, ଗାଁ ଭୋଟରଙ୍କୁ ହାତେଇବାକୁ ନେତାଙ୍କ ଯୋଜନା

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଗରମ ହେଲାଣି ରାଜ୍ୟ ରାଜନୀତି । ଗାଁ ଭୋଟରଙ୍କୁ ଆକର୍ଷିତ କରିବାକୁ ଗାଁ ମୁହାଁ ନେତା । ବିଜେପି ଦୁଇ ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଜିଠୁ ରାଜ୍ୟରେ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛି ।

bhartuhari mahatab
ବୋହୂର ଅଭିଯୋଗ ନେଇ ଭର୍ତ୍ତୃହରିଙ୍କ ବଡ଼ ବୟାନ, ଘରର ବଡ଼ ଭାଇ ଭାବେ ନବୀନ ସବୁ ଜାଣିଛନ୍ତି

ବୋହୂର ଅଭିଯୋଗ ନେଇ ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା । ମୋ ଜୀବନ ଏକ ଖୋଲାବହି ବୋଲି କହିଲେ ଭର୍ତ୍ତୃହରି ମହତାବ । ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ଜାଣିଥିଲେ କହିଲେ ଭର୍ତ୍ତୃହରି ।

Jan Ashirwad Yatra
ଓଡ଼ିଶାରେ ଦୁଇ କେନ୍ଦ୍ରମନ୍ତ୍ରୀ: ୪୧୯ କିଲୋମିଟର ଜନ ଆଶୀର୍ବାଦ ଯାତ୍ରାରେ ହେବେ ସାମିଲ

ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେଠାରୁ ଦୁଇ ମନ୍ତ୍ରୀ ପୁରୀ ଅଭିମୁଖେ ଯାଇଛନ୍ତି। ବାଟରେ ବିଭିନ୍ନ ସ୍ଥାନରେ ଉଭୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଜଗନ୍ନାଥ ଦର୍ଶନ ପରେ ଦୁଇ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ଫେରିବେ।

Bjp Protest Against Pandian
ରାଉରକେଲାରେ 5T ସଚିବ ଭି.କେ. ପାଣ୍ଡିଆନଙ୍କୁ ବିରୋଧ

ରାଉରକେଲା ଗସ୍ତରେ ଯାଇଥିବା 5T ସଚିବ ଭି.କେ. ପାଣ୍ଡିଆନଙ୍କୁ ବିରୋଧ। ସିଭିଲ୍ ଟାଉନସିପ୍ ଜମି କେଳେଙ୍କାରୀ ପ୍ରସଙ୍ଗରେ ପାନପୋଷ ସାଂଗଠନିକ ଜିଲ୍ଲା ବିଜେପିର ବିରୋଧ ।

baijayanata
ଲୋକଙ୍କ ପ୍ରତିନିଧି ନୁହେଁ ବରଂ ମାଫିଆ ଭଳି ଆଚରଣ କରୁଛନ୍ତି ରାଜ୍ୟ ସରକାର: ବୈଜୟନ୍ତ ପଣ୍ଡା

ଭାରିଗଦାଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ନେଇ ବଡ଼ ବୟାନ ଦେଲେ ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ।

lekhashree
ସ୍ମାର୍ଟ ହେଲ୍‌ଥ କାର୍ଡକୁ ଲେଖାଶ୍ରୀଙ୍କ ସମାଲୋଚନା, କହିଲେ ହିସାବ ଦିଅ କେତେ ରୋଗୀଙ୍କ ପାଇଁ କେତେ ଖର୍ଚ୍ଚ ହୋଇଛି

ରାଜ୍ୟ ସରକାରଙ୍କ ସ୍ମାର୍ଟ ହେଲଥ କାର୍ଡ ଯୋଜନାକୁ ସମାଲୋଚନା କଲା ବିଜେପି । ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ୪ ମାସ ଭିତରେ ୧ କୋଟି ୮୨ ଲକ୍ଷ ଲୋକଙ୍କୁ ଏହି ଯୋଜନାରେ ସ୍ୱାସ୍ଥ୍ୟ ସେବା ମିଳିଛି ବୋଲି ସରକାର ହିସାବ ରଖୁଛନ୍ତି ।

BJP Pressmeet
ପଛୁଆ ବର୍ଗଙ୍କ ପାଇଁ କେତେ ଖର୍ଚ୍ଚ କରିଛ?: ବିଜେପି

ରାଜ୍ୟରେ ପଛୁଆ ବର୍ଗଙ୍କୁ କରାଯାଉଥିବା ଅବହେଳା ଓ ସେମାନଙ୍କ ସମସ୍ୟା ସମାଧାନ ଲାଗି କେନ୍ଦ୍ର ପଛୁଆ ବର୍ଗ କମିଶନଙ୍କୁ ଫେରାଦ ହୋଇଛି। କମିଶନଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଏନେଇ ଅନୁଧ୍ୟାନ କରିବା ଲାଗି ଓଡ଼ିଶା ଆସିବ ବୋଲି ସୂଚନା ଦେଇଛି ବିଜେପି ଓବିସି ମୋର୍ଚ୍ଚା।

Leader Susmita Dev
କଂଗ୍ରେସରୁ ଇସ୍ତଫା ଦେଲେ ସୁସ୍ମିତା ଦେବ

ସୁସ୍ମିତା ହେଉଛନ୍ତି ଆସାମ କଂଗ୍ରେସର ଅନ୍ୟତମ ପ୍ରଭାବଶାଳୀ ନେତା ସନ୍ତୋଷ ମୋହନ ଦେବଙ୍କ ଝିଅ। ପୂର୍ବରୁ ସେ ସିଲଚାର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବାପା ୭ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ଓ ମନ୍ତ୍ରୀ ବି ରହିଥିଲେ। ସେ ୫ ଥର ସିଲଚାର ଓ ୨ ଥର ତ୍ରିପୁରା ୱେଷ୍ଟ୍ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

pitambar Acharya
OBCଙ୍କ ସ୍ୱାର୍ଥ ରକ୍ଷାରେ ରାଜ୍ୟ ସରକାର ବିଫଳ: ବିଜେପି

ଏହାର ଜବାବ ରଖିଛି ବିଜେଡି। ପିତାମ୍ବରଙ୍କୁ ପାଲଟା ମିଛୁଆ କହିବା ସହ ବିଜେଡିର ନିଷ୍ପତ୍ତି ଐତିହାସିକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି। ଆସନ୍ତା ପଞ୍ଚାୟତ ଓ ପରବର୍ତ୍ତୀ ନିର୍ବାଚନରେ ୨୭ ପ୍ରତିଶତ ପଛୁଆ ବର୍ଗ ପ୍ରାର୍ଥୀ ଦେବା ନେଇ ଗତକାଲି ଘୋଷଣା କରିଥିଲା ବିଜେଡି। 

Amitabh Thakur
ସରଗରମ ହେଉଛି ୟୁପି ରାଜନୀତି, ଯୋଗୀଙ୍କ ବିରୋଧରେ ଲଢ଼ିବେ IPS ଅମିତାଭ ଠାକୁର

ପାଖେଇ ଆସୁଛି ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ । ଆଉ ସରଗରମ ହେଉଛି ୟୁପି ରାଜନୀତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ବଢ଼ୁଛି ଚାପ ।

Vote
ଲୋକେ ବାଛିବେ ମେୟର ! ମତାମତ ଲୋଡ଼ିଲେ ସରକାର

ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ଓଡ଼ିଶା ପୌରପାଳିକା ନିୟମାବଳୀ-୧୯୯୪ର ଅଧ୍ୟାୟ ୩ରେ ସଂଶୋଧନ କରିଛନ୍ତି। ପୌରାଂଚଳ ଓ ବିଜ୍ଞପିତ ପରିଷଦର ଅଧ୍ୟକ୍ଷ ଏଣିକି ସିଧାସଳଖ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହେବେ।

Odisha politics
ପଞ୍ଚାୟତ ଭୋଟ୍ ପୂର୍ବରୁ ପଛୁଆବର୍ଗ କାର୍ଡ ଖେଳିଲା ବିଜେଡି

ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେଡିର ଏଭଳି ଘୋଷଣା ତୁଚ୍ଛା ଭେଳିକି ବୋଲି କହିଛନ୍ତି ବିରୋଧୀ। ରାଜ୍ୟ ବିଜେପି ଓବିସି ସେଲ୍ ମୁଖ୍ୟ କହିଛନ୍ତି, ଏହା ପଛୁଆବର୍ଗଙ୍କୁ ନୁହେଁ ବରଂ ବିଜେଡି ନେତାଙ୍କୁ ଥଇଥାନ ପାଇଁ ଯୋଜନା। ରାଜ୍ୟର ପ୍ରକୃତ ପଛୁଆବର୍ଗଙ୍କୁ ସାମ୍ବିଧାନିକ ଅଧିକାରରୁ ବିଜେଡି ସରକାର ବଞ୍ଚିତ କରିଆସିଛି।

Pradeep Majhi
ବିଜେଡିରେ ମିଶିବା କଥା ମିଛ: ପ୍ରଦୀପ ମାଝି

ପାଖେଇ ଆସୁଛି ନିର୍ବାଚନ । ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ଅଣ୍ଟା ଭିଡ଼ିଥିବା ବେଳେ ବିଜେପି ମଧ୍ୟ ପ୍ରସ୍ତୁତ ହେଉଥିବା କୁହାଯାଉଛି । ତେବେ ସମସ୍ତେ ଜାଣନ୍ତି ନିର୍ବାଚନ ଆସିଲେ ନେତାଙ୍କର ଦଳବଦଳୀ ଆରମ୍ଭ ହୁଏ ।

BJP leader Jagannath Pradhan
ଦଳ ଛାଡିବେ କି ବିଜେପି ନେତା ଜଗନ୍ନାଥ ପ୍ରଧାନ ?

ଦଳ ଛାଡିବେ କି ଭୁବନେଶ୍ୱରର ବିଜେପି ନେତା ଜଗନ୍ନାଥ ପ୍ରଧାନ ? ଖୋଲାଖୋଲି ଅସନ୍ତୋଷ ଜାହିର କଲେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ। 

bjd
ନିର୍ବାଚନରେ ସର୍ବନିମ୍ନ ୨୭% ପଛୁଆବର୍ଗଙ୍କୁ ପ୍ରାର୍ଥୀ କରାଯିବ : ବିଜେଡ଼ି

ଓବିସିଙ୍କୁ ନେଇ ବଡ଼ କାର୍ଡ଼ ଖେଳିଲା ବିଜୁ ଜନତା ଦଳ ବିଜେଡ଼ି। ଆଗାମୀ ପଞ୍ଚାୟତ ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀ ବିଜେଡ଼ି ଦେବ ବୋଲି ଘୋଷଣା ହୋଇଛି। ଏନେଇ ପ୍ରେସମିଟ୍‌ କରି ବିଧିବଦ୍ଧ ଭାବରେ ସୂଚନା ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଅରୁଣ ସାହୁ। ଉଭୟ ମନ୍ତ୍ରୀ କହିଛନ୍ତି କି ସଂରକ୍ଷଣ ନେଇ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ।

High court of odisha
ତୁରନ୍ତ ପୌର ନିର୍ବାଚନ କରିବାକୁ ହାଇକୋର୍ଟରେ ମାମଲା

ତୁରନ୍ତ ପୌର ନିର୍ବାଚନ କରିବାକୁ ହାଇକୋର୍ଟରେ ମାମଲା ଦାଏର । ୩ ଜଣଙ୍କ ପକ୍ଷରୁ ୩ଟି ପୃଥକ ପୃଥକ ରିଟ୍ ପିଟିସନ୍ ଦାଏର । ଭୁବନେଶ୍ୱର ପାଇଁ ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ରଙ୍କ ପିଟିସନ୍ ଦାଖଲ ।

Sanjay Rout
‘ବିରୋଧୀ ସାଂସଦମାନେ ସତେ ଯେମିତି ପାକିସ୍ତାନ ସୀମାରେ ଛିଡ଼ା ହୋଇଛନ୍ତି’

ସରକାରଙ୍କ ଉପରେ ବର୍ଷିଛନ୍ତି ଶିବସେନା ସାଂସଦ ସଂଜୟ ରାଉତ । ସଂସଦରେ କେନ୍ଦ୍ର ସରକାର ମନମାନି କରୁଥିବା କହି ବର୍ଷିଛନ୍ତି ସଞ୍ଜୟ ।ବିରୋଧୀମାନେ ସଂସଦରେ ସେମାନଙ୍କ ମତ ରଖିବାର ସୁଯୋଗ ପାଇଲେ ନାହିଁ ।

Rahul gandhi
ସାଂଘାତିକ ଅଭିଯୋଗ, ସଂସଦୀୟ ଗଣତନ୍ତ୍ର ପ୍ରତି କେନ୍ଦ୍ର ସରକାରଙ୍କର ସମ୍ମାନ ନାହିଁ

ଅବଧି ପୂର୍ବରୁ ସସଂଦର ମୌସୁମୀ ଅଧିବେଶନ ଶେଷ କରିବାକୁ ନେଇ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାର ଜାଣିଶୁଣି ଅଧିବେଶନକୁ ଆଗୁଆ ସାରିବା ସହ ଲୋକସଭାକୁ ମୁଲତବି ଘୋଷଣା କରିଛନ୍ତି ।