Advertisment

ଆଜି ବିଜେଡିରେ ଯୋଗ ଦେବେ ପ୍ରଦୀପ ମାଝୀ

ବହୁ କଳ୍ପନାଜଳ୍ପନା ପରେ ଅକ୍ଟୋବର ୨୨ରେ କଂଗ୍ରେସରୁ ଇସ୍ତଫା ଦେଇଥିବା ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ଆଜି ବିଜେଡିରେ ଯୋଗ ଦେବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Pradeep Majhi

Pradeep Majhi

ଭୁବନେଶ୍ୱର: ଆଜି ବିଜେଡିରେ ଯୋଗ ଦେବେ ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ। ଆଜି ନବରଙ୍ଗପୁରରେ ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରଦୀପ ମାଝୀ ଓ ତାଙ୍କ ସହ ଅନେକ କର୍ମୀ ବିଜେଡିରେ ମିଶିବେ। କିଛି ବରିଷ୍ଠ କଂଗ୍ରେସ ନେତା ମଧ୍ୟ ଏହି ଅବସରରେ ବିଜେଡିରେ ସାମିଲ ହେବାର ଯୋଜନା ରହିଛି। 

Advertisment

ଏଥିପାଇଁ ନବରଙ୍ଗପୁର ସର୍କିଟ ହାଉସ ପଡ଼ିଆରେ ବ୍ୟାପକ ଆୟୋଜନ ହୋଇଛି। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଭର୍ଚୁଆଲ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବା ସହ ବିଜେଡିର କିଛି ବରିଷ୍ଠ ନେତା ଓ ମନ୍ତ୍ରୀ ସଭା ସ୍ଥଳରେ ଉପସ୍ଥିତ ରହିବେ। 

ବିଜେଡିରେ ଯୋଗ ଦେବା ନେଇ ପ୍ରଦୀପ ମାଝି କହିଛନ୍ତି, ‘ଜନସେବା ଓ ଅଞ୍ଚଳର ଉନ୍ନତି ହେଉଛି ମୂଳ ଉଦ୍ଦେଶ୍ୟ। ଦଳ ପରିବର୍ତ୍ତନ ହେଲେ ଆଭିମୁଖ୍ୟ କିମ୍ବା ଉଦ୍ଦେଶ୍ୟରେ କୌଣସି ପରିବର୍ତ୍ତନ ହୋଇନଥାଏ। କଂଗ୍ରେସ ଦଳରେ ରହି ଯେଭଳି ଭାବରେ ଲୋକଙ୍କ ସେବା କରୁଥିଲୁ, ଠିକ୍‌ ସେଭଳି ଭାବେ ବିଜେଡିରେ ରହି ମଧ୍ୟ ଲୋକଙ୍କ ସେବା କରିବୁ।’
Advertisment

ବହୁ କଳ୍ପନାଜଳ୍ପନା ପରେ ଅକ୍ଟୋବର ୨୨ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ପ୍ରଦୀପ ମାଝୀ। ବିଜେଡିରେ ନିଜ ସମର୍ଥକଙ୍କ ସହିତ ଯୋଗ ଦେବେ ବୋଲି ୨୪ ତାରିଖରେ ପ୍ରଦୀପ ପ୍ରେସ୍‌ମିଟ୍‌ କରି ଘୋଷଣା କରିଥିଲେ। 

Odisha BJD Congress Pradeep Majhi
Advertisment
Advertisment