• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଜମି ଆସୁଛି ପଞ୍ଚାୟତ ନିର୍ବାଚନ ମାହୋଲ

  • ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ

  • ପଞ୍ଚାୟତିରାଜରେ ସରକାରଙ୍କ ହସ୍ତକ୍ଷେପ ନେଇ କଂଗ୍ରେସର ଭର୍ତ୍ସନା

  • ସରପଞ୍ଚଙ୍କୁ ବିଡିଓଙ୍କ ଅଧସ୍ତନ କରିଛନ୍ତି ସରକାର

ଭୁବନେଶ୍ୱର: ଆସନ୍ତାବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଜିଲ୍ଲାଓ୍ୱାରି ଇସ୍ତାହାର ପ୍ରକାଶ କରାଯିବ। ଏହା ସହ ଜନ ଶୁଣାଣି କରାଯିବ ବୋଲି ସୂଚନା ମିଳିଛି। ଆସନ୍ତାକାଲି ହେବାକୁ ଥିବା ସର୍ବଦଳୀୟ ବୈଠକରେ ମଧ୍ୟ ବିଭିନ୍ନ ପ୍ରସଙ୍ଗ ଉଠାଯିବ ବୋଲି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି। ପଞ୍ଚାୟତିରାଜ ବ୍ୟବସ୍ଥାରେ ସରକାରଙ୍କ ଅତିଶୟ ହସ୍ତକ୍ଷେପକୁ ସେ ତୀବ୍ର ସମାଲୋଚନା କରିଛନ୍ତି।

ବିଜେଡି ସରକାର ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ମାଟିରେ ମିଶାଇ ଦେଇଛନ୍ତି ବୋଲି ସୁଦର୍ଶନ ଅଭିଯୋଗ କରିଛନ୍ତି । ସେପଟେ ବିଜେପି ଅଭିଯୋଗ କରିଛି, ସଂରକ୍ଷଣର ସଂଜ୍ଞା ଏ ପର୍ଯ୍ୟନ୍ତ ଅଧିକାରୀ ମଧ୍ୟ ଜାଣି ନାହାନ୍ତି କେଉଁ ନିୟମ ଓ ଆଧାରରେ କେଉଁଠି ସଂରକ୍ଷଣ ରହିଲା, ଆଉ କେଉଁଠି ହଟିଲା, ତାହା ଜଣାପଡୁନି। ଅଭିଯୋଗ କରିବା ପରେ ମଧ୍ୟ ସରକାର ଏହାର ତର୍ଜମା କରି ନାହାନ୍ତି।

ପଲ୍ଲୀ ସଭା ଓ ଗ୍ରାମସଭାକୁ ଉଠାଇ ରାଜ୍ୟ ସରକାର ପଞ୍ଚାୟତିରାଜ ବ୍ୟବସ୍ଥାର ଉଚ୍ଛେଦ କରିଥିବା ଅଭିଯୋଗ କରିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ। ତେବେ ଏସବୁର ଜବାବରେ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ସଂରକ୍ଷଣ ଓ ଡିଲିମିଟେସନ ନେଇ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ କାମ ହୋଇଛି। ଲୋକେ ବିଜେଡି ସହିତ ଅଛନ୍ତି ଏବଂ ଦଳୀୟ ଚିହ୍ନରେ ଠିଆ ହେଉଥିବା ପ୍ରାର୍ଥୀଙ୍କ ପ୍ରତି ଲୋକଙ୍କ ସଦିଚ୍ଛା ରହିବ ।

 

 

 

 

OTV is now on Whatsapp

Join and get latest news update delivered to you via whatsapp

Join Now