• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

M Venkaiah Naidu
ସଂସଦରେ ଭାଷଣ ଦେବା ବେଳେ କାନ୍ଦି ପକାଇଲେ ଭେଙ୍କୟା

ସଂସଦରେ ବିରୋଧୀ ଦଳ ସଦସ୍ୟଙ୍କ ଆଚରଣରେ କ୍ଷୁୁବ୍ଧ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ । ଗୃହକୁ ଆଜି ସମ୍ବୋଧିତ କରୁଥିବା ବେଳେ ଭାବ ବିହ୍ୱଳ ହୋପଡ଼ିଲେ ଭେଙ୍କୟା ।

pradeep panigrahi
ଲୋକାୟୁକ୍ତଙ୍କ ବିରୋଧରେ ହାଇକୋର୍ଟ ଗଲେ ପ୍ରଦୀପ ପାଣିଗ୍ରାହୀ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୁନ୍‌ ୧୨ରେ ଜାମିନ୍‌ ଦିଆଯାଇଥିଲା । ଗୋଳନ୍ଥରା ଥାନା ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ନିମ୍ନ କୋର୍ଟରେ ୨ ଲକ୍ଷ ଟଙ୍କା ଜମା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ୨ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ପ୍ରଦୀପଙ୍କୁ ଜାମିନ ପ୍ରଦାନ କରିଥିଲେ । ପ୍ରଦୀପଙ୍କ ବିରୋଧରେ ମୋଟ୍ ୬ଟି ମାମଲା ଥିବାବେଳେ ପୂର୍ବରୁ ୫ଟିରେ ତାଙ୍କୁ ଜାମିନ ମିଳି ସାରିଥିଲା ।

Vote
ବିରୋଧୀଙ୍କ ପ୍ରବଳ ଚାପ ପରେ ଆସନ୍ନ ହେଲାଣି କି ପୌର ନିର୍ବାଚନ ପ୍ରକ୍ରିୟା ?

ବିରୋଧୀଙ୍କ ପ୍ରବଳ ଚାପ ପରେ ଆସନ୍ନ ହେଲାଣି କି ପୌର ନିର୍ବାଚନ ପ୍ରକ୍ରିୟା ? ନିର୍ବାଚନ ହାଓ୍ୱାକୁ ନିଜ ସପକ୍ଷରେ ନେବାକୁ ବାଟ ତିଆରି କଲାଣି କି ବିଜେଡି ? ଗତକାଲି ରାଜ୍ୟ କ୍ୟାବିନେଟ୍‌ରେ ପୌରାଞ୍ଚଳରେ ୮୯ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ

anubhav
ସୋସିଆଲ ମିଡିଆରେ ବଞ୍ଚିଥିବା ଲୋକଙ୍କ ଫଟୋ ଦେଇ ଶ୍ରଦ୍ଧାଞ୍ଜଳି ଦେଲେ ସାଂସଦ ଅନୁଭବ

ପୁଣି ବିବାଦରେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଓଡ଼ିଶୀ ନୃତ୍ୟଗୁରୁ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ଜୟନ୍ତୀ ଅବସରରେ ସୋସିଆଲ ମିଡିଆରେ ଭୁଲ୍ ଫଟୋ ପୋଷ୍ଟ କରି ବିବାଦରେ ଫସିଛନ୍ତି ଅନୁଭବ ।

Saumya Patnaik
ନବୀନଙ୍କ ତୃତୀୟ ନୟନ ହେବ କି ଗଣମାଧ୍ୟମ? କାଉକୁ ଧଳା କହିବାକୁ ଚେଷ୍ଟା କରୁଛି କିଏ?

ଏଠି ପ୍ରଶ୍ନ କାହିଁକି ପୁଣି ଶାଣିତ ହେଲା ସୌମ୍ୟଙ୍କ ସ୍ୱର ? କାହିଁକି ମୁଖ୍ୟମନ୍ତ୍ରୀଙ୍କ ଶାସନ ଚଳାଇବା ପ୍ରକ୍ରିୟାକୁ ନେଇ କଥାରେ କଥାରେ କଡ଼ା ଟିପ୍ପଣୀ କଲେ ସୌମ୍ୟରଞ୍ଜନ? ରାଜନୀତି ସମୀକ୍ଷକଙ୍କ ମତରେ-ବିଜେଡି ରାଜନୀତିରେ ଏହା ଏକ ନିରବ ଝଡ଼। ଯେଉଁ ଢାଞ୍ଚାରେ ସରକାର ଚାଲିଛି, ସେଥିରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଦଳର ନେତା ବି ସନ୍ତୁଷ୍ଟ ନୁହଁନ୍ତି ବୋଲି ପ୍ରମାଣିତ କରୁଛି।

pratap jena
ପଞ୍ଚାୟତ ନିର୍ବାଚନ ନେଇ ସଜବାଜ, ହେଲେ ପୌର ନିର୍ବାଚନର ନାଁ ଧରୁନାହାନ୍ତି

ଗୋଟିଏ ପଟେ ରାଜ୍ୟରେ ୩ ବର୍ଷରୁ ଅଧିକ ସମୟ ହେବ ପୌର ନିର୍ବାଚନ ବିଳମ୍ବ ହେଲାଣି । ସେକଥା ଭାବିବାକୁ ସରକାରଙ୍କ ପାଖରେ ସମୟ ନଥିବା ଭଳି ଦେଖାଯାଉଛି ।

Odisha
ନବୀନଙ୍କ ଦୁଇ ଆଖି ବବି ଓ ପାଣ୍ଡିଆନ : ନିଜ ବକ୍ତବ୍ୟକୁ ନେଇ ପୁଣି ଚର୍ଚ୍ଚାରେ ବିଜେଡି ବିଧାୟକ

ପୁଣି ଥରେ ନିଜର ଏପରି ବକ୍ତବ୍ୟକୁ ନେଇ ଚର୍ଚ୍ଚାରେ ବରିଷ୍ଠ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଗତକାଲି କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସୌମ୍ୟ । ଆଉ ସେଠାରେ କହିଥିଲେ, ପ୍ରଶାସକ ଓ ରାଜନେତାମାନେ ଶାସକଙ୍କର ଦୁଇଟି ଆଖି ଭଳି ।

Panchayat Election
ପଞ୍ଚାୟତ ଭୋଟ୍ ପାଇଁ ଆରମ୍ଭ ହେଲାଣି ପାଗଭିଡ଼ା

କରୋନା ମିଟର ପୂରା ଖସି ନ ଥିଲେ ବି ଉଷ୍ମ ହେବାରେ ଲାଗିଛି ରାଜନୈତିକ ବାତାବରଣ। ବିଭିନ୍ନ ପ୍ରସଙ୍ଗ ଉଠାଇବା ହେଉ ବା ନିଜ ଦଳୀୟ ସଂଗଠନ ମଜବୁତ ହେଉ, ସବୁ ଦଳ ପକ୍ଷରୁ ବିଭିନ୍ନ ବାହାନାରେ ତୃଣମୂଳ ସ୍ତରର ଭୋଟରଙ୍କ ନିକଟତର ହେବାକୁ ଚାଲିଛି ପ୍ରୟାସ।

Pritam Padhi
କୋଟିଆ ଭିତରେ ପଶିଲେ ପିଟିବୁ କହିଲେ ବିଧାୟକ

‘କୋଟିଆ ଭିତରେ ପଶିଲେ ପିଟିବୁ’ । ଏଭଳି ଚେତାବନୀ ଦେଇଛନ୍ତି ପଟାଙ୍ଗି ବିଧାୟକ । ଆନ୍ଧ୍ର ଯଦି ଓଡ଼ିଶା ଭିତରେ ପଶି କୋଟିଆ ଉପରେ ନଜର ପକାଏ ତେବେ ସେମାନଙ୍କୁ ଉଚିତ୍‌ ସାସ୍ତି ସହ ପିଟିବେ ବୋଲି ଧମକ ଦେଇଛନ୍ତି ବିଧାୟକ ।

Congress Protest
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଘରୋଇ କରଣକୁ ଯୁବ କଂଗ୍ରେସର ବିରୋଧ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଘରୋଇକରଣ ଯୋଜନାକୁ କଂଗ୍ରେସର ବିରୋଧ । ଓଡିଶା ଯୁବ କଂଗ୍ରେସର ପକ୍ଷରୁ ଏହାକୁ ବିରୋଧ କରି ଧାରଣା ଦିଆଯାଇଛି ।

BJP
ଆବାସ କେଳେଙ୍କାରୀ, ‘ତାଲିକାରୁ ଜାଣିଶୁଣି କଟାଯାଇଛି ହିତାଧିକାରୀଙ୍କ ନାଁ’

ପୁଣି ଉଠିଲା ଆବାସ କେଳେଙ୍କାରୀ କଥା । ରାଜ୍ୟରେ ଆବାସ କେଳେଙ୍କାରୀ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖିବା ପରେ କଡ଼ା ସମାଲୋଚନା କରିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି ।

PMAY Scam
ଯୋଜନା ଆସୁଛି କାହା ପାଇଁ ଆଉ ପାଉଛି କିଏ?

ରାଜ୍ୟରେ ଆବାସ କେଳେଙ୍କାରୀର ଗୋଟିକ ପରେ ଗୋଟିଏ ଫର୍ଦ୍ଦ ସାମ୍ନାକୁ ଆସୁଛି। ଏତେ ଫର୍ଦ୍ଦ ଯେ, ସବୁ ଯୋଡ଼ିଲେ ଗୋଟିଏ ପୋଥି ହୋଇଯିବ। କେଉଁଠି ଯୋଗ୍ୟଙ୍କୁ ଘର ମିଳୁନି, ଆଉ କେଉଁଠି ଅଯୋଗ୍ୟ ମାଲାମାଲ୍। ତେବେ ବାଲେଶ୍ୱର ବସ୍ତାରେ ଜଣେ ଲକ୍ଷପତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ ମହଲା ଘର ତୋଳୁଥିବା ବେଳେ କଟକ ସାଲେପୁରରେ ଜଣେ ବିଧବା ବୟସ୍କା ମହିଳାଙ୍କ ବିଜୁ ପକ୍କାଘର ଆଶା ମଉଳି ଯାଉଛି

Congress-BJD
ଯେଉଁଠି କଂଗ୍ରେସ ବିକ୍ଷୋଭ କରୁଥିଲା ସେଇଠି ଗୋବର ପାଣି ପକାଇଲା ବିଜେଡ଼ି

ହେଲେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆ ନଯିବାର ଅଭିଯୋଗ ଆଣି ଗତକାଲି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବାଘମାରି ପଞ୍ଚାତ ଅଫିସ୍ ସାମ୍ନାରେ ଅନଶନରେ ବସିଥିଲେ। ତେବେ ଅନଶନ ଭାଙ୍ଗିବା ପରେ ବିଜେଡି ପକ୍ଷରୁ ଏକ ଶୋଭାଯାତ୍ରା ଯାଇ ବାଘମାରି ପଞ୍ଚାୟତ ଅଫିସ୍ ସାମ୍ନାରେ ପହଞ୍ଚିଥିଲା। ରିଲିଫ୍ ଚୁଡ଼ା ପୋତାଯାଇନାହିଁ, କଂଗ୍ରେସ ହୀନ ରାଜନୀତି କରୁଛି କହି ବିଜେଡି କର୍ମୀମାନେ ଗୋବର ପାଣିରେ କଂଗ୍ରେସ କର୍ମୀଙ୍କ ଅନଶନ ସ୍ଥଳୀରେ ଗୋବରପାଣି ସିଞ୍ଚି ଥିଲେ

opposition-parties
ରାହୁଲ ଗାନ୍ଧୀଙ୍କ 'ଜଳଖିଆ ରାଜନୀତି’ : ମୋଦିଙ୍କ ବିରୋଧରେ ଏକାଠି ହେଲେ ୧୪ ବିରୋଧୀ ଦଳ

ରାହୁଲ ଗାନ୍ଧୀଙ୍କ 'ଜଳଖିଆ ରାଜନୀତି'ରେ ଏକାଠି ହେଲେ ବିରୋଧୀ । ସରକାରଙ୍କ ବିରୋଧରେ ସଂଗଠନକୁ ମଜବୁତ କରିବା ପାଇଁ ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତାଙ୍କୁ ଜଳଖିଆ ପାଇଁ ଡାକିଛନ୍ତି । ସଂସଦର ମୌସୁମୀ ଅଧିବେଶନରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ହଙ୍ଗାମା ଲାଗି ରହିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ଦଳ ବିରୋଧୀ ଏକତାକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି

Arun dey
ପରଲୋକରେ ପୂର୍ବତନ ବିଧାୟକ ଅରୁଣ ଦେ

ବାଲେଶ୍ୱରରୁ ୫ ଥର ବିଧାୟକ ଭାବେ ଅରୁଣ ନିର୍ବାଚିତ ହୋଇଥିଲେ। ୩ଥର ଏନସିପିରୁ, ଥରେ ଓଜିପିରୁ ଓ ଥରେ ସ୍ୱାଧୀନ ଭାବେ ସେ ଜିତିଥିଲେ।

Congress Protest Against Firmbill
କୃଷି ଆଇନ୍‌କୁ କଂଗ୍ରେସର ବିରୋଧ ଜାରି, ସେପଟେ ରାଜସ୍ଥାନରେ ଦଳର ସ୍ଥିତି ବିଗିଡ଼ିଲାଣି..

ପଞ୍ଜାବ ଶାସନରେ ଥିବା କଂଗ୍ରେସ ଠାରୁ ଆରମ୍ଭ କରି ପୂର୍ବରୁ ଏନଡିଏରେ ଥିବା ଶିରୋମଣି ଅକାଳୀ ଦଳ ପର୍ଯ୍ୟନ୍ତ, ସମସ୍ତଙ୍କ ତରଫରୁ ତିନି କୃଷି ଆଇନକୁ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହାରି ଭିତରେ ଆଜି ସଂସଦ ପରିସରରେ ପଞ୍ଜାବ କଂଗ୍ରେସ ସାଂସଦମାନେ ପ୍ରତିବାଦ ପ୍ରଦର୍ଶନ କରିଥିଲେ ।

parliament-kTNE--621x414@LiveMint
ଥମୁନି ପେଗାସସ୍ ଝଡ଼, ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ସଦନ ଆସିବାକୁ ବିରୋଧୀଙ୍କ ଦାବି

ପେଗାସସ୍ ପ୍ରସଙ୍ଗ ସହ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ତୀବ୍ର ବିରୋଧ ମଧ୍ୟରେ ଆସନ୍ତାକାଲି ପର୍ଯ୍ୟନ୍ତ ସଂସଦର ଉଭୟ ଗୃହର କାର୍ଯ୍ୟକୁ ମୁଲତବୀ କରିଦିଆଯାଇଛି । ଶୁକ୍ରବାର ମଧ୍ୟ ପେଗାସସ ପ୍ରସଙ୍ଗ ଉତ୍ଥାପନ କରି ବିରୋଧୀ ସଂସଦରେ ହୋହଲ୍ଲା କରିଥିଲେ ।

Nisikant Dubey
BJP ସାଂସଦ ନିଶିକାନ୍ତ ଦୁବେଙ୍କୁ ବିହାରୀ ଗୁଣ୍ଡା କହିଲେ TMC ସାଂସଦ ମହୁଆ ମୈତ୍ର !

ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ସଂଗୀନ ଅଭିଯୋଗ । ମହୁଆ ତାଙ୍କୁ ତିନି ତିନିଥର ବିହାରୀ ଗୁଣ୍ଡା କହିଥିଲେ ବୋଲି ନିଶିକାନ୍ତ ଆଜି ଅଭିଯୋଗ ଆଣିଛନ୍ତି ।

statue controversy
ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ନିକଟରେ ପୂବର୍ତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପୂବର୍ତନ ମନ୍ତ୍ରୀ ବିଷ୍ଣୁ ଚରଣ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି। 

Mamata Sonia
ସୋନିଆ-ରାହୁଲଙ୍କ ସହ ମମତାଙ୍କ ଭେଟ, ବିରୋଧୀଙ୍କୁ ଏକାଠି ହେବାକୁ ଯୋଜନା

ସୋନିଆ-ରାହୁଲଙ୍କ ସହ ମମତାଙ୍କ ଭେଟ । ଦିଲ୍ଲୀ ଗସ୍ତରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ତାଙ୍କ ପୁଅ ରାହୁଲ ଗାନ୍ଧିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ।

Pegasus
ଥମୁନି ପେଗାସସ୍ ତାତି, ବିରୋଧୀ କହିଲେ ଖେଲା ହୋବେ ! ରାହୁଲ ମାରିଲେ ମୋଦିଙ୍କୁ ତୀର..

ସଂସଦରେ ଏବେ ବି ଲାଗିରହିଛି ପେଗାସସ ଝଡ । ପେଗସସ୍ ସ୍ପାଇଓୟାର୍ ବିବାଦ ସଂକ୍ରାନ୍ତରେ ପ୍ରତିବାଦ କରି ବିରୋଧୀ ଦଳର ନେତାମାନେ ହୋ-ହଲ୍ଲା କରିବାରୁ ଆଜି ବି ଗୃହକାର୍ଯ୍ୟ ପ୍ରଭାବିତ ହୋଇଥିଲା ।

  • Wednesday, 28 July 2021
Election
କାହିଁକି ନିର୍ବାଚନକୁ ଡରୁଛନ୍ତି ରାଜ୍ୟ ସରକାର ? ଗାଁରେ ସରକାର ବିରୋଧୀ ହାଓ୍ୱା ଆଉ ସହରରେ ବିଜେପି ମୁହାଁ ଭୋଟର !

ପୌର ଓ ପଞ୍ଚାୟତ ନିର୍ବାଚନରେ ବାଧକ ସାଜିଛି ଆସନ ସଂରକ୍ଷଣ । ନିର୍ଦ୍ଧାରିତ ସମୟର ପ୍ରାୟ ୩ ବର୍ଷ ଗଡି ଯାଇଥିଲେ ବି ସରକାର ନିର୍ବାଚନ ନକରାଇବାକୁ ନେଇ ଉଠିଛି ଏଭଳି ପ୍ରଶ୍ନ ।

ARABINADA-KEJRIWAL
କରୋନା ଯୋଦ୍ଧାଙ୍କ ପରିବାରକୁ କୋଟିଏ ଟଙ୍କା ଲେଖାଏଁ ଦେଲେ ଦିଲ୍ଲୀ ସରକାର

କରୋନା ଯୋଦ୍ଧାଙ୍କ ପରିବାରକୁ କୋଟିଏ ଟଙ୍କା ଲେଖାଏଁ ଦେଲେ ଦିଲ୍ଲୀ ସରକାର । ମହାମାରୀ କରୋନା କାଳରେ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସମ୍ମୁଖ ଯୋଦ୍ଧାଙ୍କୁ କୋଟିଏ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ଦିଲ୍ଲୀର କେଜ୍ରିୱାଲ ସରକାର ।

Basavaraj Bommai
ବାସବରାଜ ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ

ବାସବରାଜ ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ବେଙ୍ଗଳୁରୁରେ ବିଧାୟକ ଦଳ ବୈଠକରେ ବାଜିଲା ମୋହର । ୬୧ ବର୍ଷୀୟ ବୋମାଇଙ୍କ ନାଁରେ ବାଜିଲା ମୋହର । ବୈଠକରେ ବୋମାଇଙ୍କ ନାଁ ପ୍ରସ୍ତାବ ଦେଇଥିଲେ ୟେଦୁରପ୍ପା ।

Basavaraj Bommai
ୟେଦୁଙ୍କ ପରେ ବାସବରାଜ ବୋମାଇ ହେବେ ମୁଖ୍ୟମନ୍ତ୍ରୀ !

ୟେଦୁଙ୍କ ପରେ ବାସବରାଜ ବୋମାଇ ହେବେ ମୁଖ୍ୟମନ୍ତ୍ରୀ ! ଏନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଲାଣି । ଗତ କିଛି ଦିନ ଧରି କର୍ଣ୍ଣାଟକ ରାଜନୀତିକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ ଏବେ ଏହି ଚର୍ଚ୍ଚାର ଅନ୍ତ ହେବାକୁ ଯାଉଛି ।