/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636183125.jpg)
panchayat election
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ସର୍ବଦଳୀୟ ବୈଠକରେ ୪ଟି ପ୍ରସ୍ତାବ ପାରିତ ହୋଇଛି। ମଦମୁକ୍ତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଆସିଥିବା ନେଇ ସୂଚନା ମିଳିଛି। ନିର୍ବାଚନର ୭ ଦିନ ପୂର୍ବରୁ ମଦକୁ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି ସରକାରଙ୍କୁ। ଏହାସହ ଭୋଟର ତାଲିକା ତ୍ରୁଟିଶୂନ୍ୟ କରିବାକୁ ବୈଠକରେ ଆଲୋଚନା ହୋଇଛି।
Also Read
ଠିକ୍ ସେହିପରି ଭୋଟଦାନ ଅବଧୀ ଆଉ ୨ ଘଣ୍ଟା ବୃଦ୍ଧି କରିବାକୁ ବି ପ୍ରସ୍ତାବ ଦିଆଯିବା ସହ ସରପଞ୍ଚ ଓ ସମିତିସଭ୍ୟଙ୍କ ନିର୍ବାଚନୀ ଖର୍ଚ୍ଚ ବୃଦ୍ଧି , ପୂର୍ବରୁ ଥିବା ୮୦ ହଜାରକୁ ଡବଲ ବା ୨ ଲକ୍ଷ କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଖର୍ଚ୍ଚ ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି ପାଇଁ ଆଲୋଚନା କରାଯାଇଛି। ତେବେ ଆଗାମୀ ଦିନରେ ଏହା କେତେ କାର୍ଯ୍ୟକାରୀ ହେଉଛି ତାହା ସମୟ କହିବ।
ସେପଟେ, ଆସନ୍ତାବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଜିଲ୍ଲାଓ୍ୱାରି ଇସ୍ତାହାର ପ୍ରକାଶ କରାଯିବ। ଏହା ସହ ଜନ ଶୁଣାଣି କରାଯିବ ବୋଲି ସୂଚନା ମିଳିଛି। ପଞ୍ଚାୟତିରାଜ ବ୍ୟବସ୍ଥାରେ ସରକାରଙ୍କ ଅତିଶୟ ହସ୍ତକ୍ଷେପକୁ ଗତକାଲି କଂଗ୍ରେସ ନେତା ସୁଦର୍ଶନ ଦାସ ତୀବ୍ର ସମାଲୋଚନା କରିଥିଲେ। ବିଜେଡି ସରକାର ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ମାଟିରେ ମିଶାଇ ଦେଇଛନ୍ତି ବୋଲି ସୁଦର୍ଶନ ଅଭିଯୋଗ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)