ରାଜ୍ୟ କ୍ୟାବିନେଟରେ ମିଶନ ଶକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ମିଶନ ଶକ୍ତି ମହିଳାଙ୍କ ପାଇଁ ୫ ବର୍ଷରେ ୪,୯୭୩ କୋଟି ଟଙ୍କା ଖର୍ଚ୍ଚ ହେବ ।
ପୁରୀ ଏମାର୍ ମଠ ପରିସରରେ ଖୋଳାପୋତାରେ ଲୋଟୁଥିବା ଭଙ୍ଗା ଐତିହ୍ୟ ସିଂହର ଭବିଷ୍ୟତ କଣ? ତାହା ଏବେ ବି ଅସ୍ପଷ୍ଟ ଥିବାବେଳେ ଗତକାଲି ଏଏସ୍ଆଇ ଅଧିକାରୀ ଏହାକୁ ଗଙ୍ଗବଂଶ ରାଜତ୍ୱ ସମୟର ବୋଲି କହିବା ପରଠୁ ସୃଷ୍ଟି ହୋଇଛି ଆଲୋଡ଼ନ ।
ଭବ୍ୟ ଦିବ୍ୟ ସୁନ୍ଦର ତାରାତାରିଣୀ ପୀଠର ନବକଳେବରରେ ଉତ୍ସବମୁଖର । ରୂଷିକୂଲ୍ୟା ନଦୀ ତଟ କୁମାରୀ ପାହାଡ଼ର ସର୍ବୋଚ୍ଚ ଶିଖରରେ ମାଙ୍କ ମନ୍ଦିର । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ହୋଇଛି । କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବନିର୍ମିତ ମନ୍ଦିରର ଲୋକାର୍ପଣ କରାଯାଇଛି । ସାରା ରାଜ୍ୟରେ ମନ୍ଦିର ବିକାଶକୁ ରାଜ୍ୟ ସରକାର ଫୋକସ କରିଥିବାବେଳେ ଏହାକୁ ନେଇ ତେଜିଛି ରାଜନୀତି ।
ସେ ଟ୍ୱିଟ୍ କରି କହିଛନ୍ତି ଯେ, GPRS କରାଯାଇଛି, ଏ ସଂପର୍କିତ କାଗଜାତ ପ୍ରଦର୍ଶନ ହେବ । ବିନା GPRSରେ ଖନନ କରାଯାଇଥିବା ଅଭିଯୋଗ ଭିତ୍ତିହୀନ ।
ଏମାର ମଠରୁ ସିଂହ ମୂର୍ତ୍ତି ବାହାରିବା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର...
ଅପରାଧିକ ମାମଲା ଥିବା ବ୍ୟକ୍ତି, କୋଟିପତି ଓ ଦଶମ ପାସ୍ କରନିଥିବା ନେତା ହୋଇଛନ୍ତ ଜିଲ୍ଲା ପରିଷଦ ସଭ୍ୟ ।
ବିଜେଡିର ସର୍ବାଧିକ ୯୦ ଜଣ ଥିବାବେଳେ ବାଲେଶ୍ୱର ଜିଲ୍ଲାର ରେବତି ନାୟକଙ୍କ ସର୍ବାଧିକ ୧୮ କୋଟି ଟଙ୍କାର ସଂପତ୍ତି ରହିଛି ।
ବ୍ରଜରାଜନଗର ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର, ଘରକୁ ଘର ଯାଇ ପ୍ରଚାର କରୁଛନ୍ତି ତିନି ପ୍ରମୁଖ ଦଳର ନେତା । ବିଜେପି-କଂଗ୍ରେସ-ବିଜେଡି ମଧ୍ୟରେ ହେବ କଡ଼ା ମୁକାବିଲା । ତେବେ ଆଜି ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା ।
ରାଜ୍ୟ କଂଗ୍ରେସ ପାଇଁ ସଞ୍ଜିବନୀ ହେବକି ଉଦୟପୁର ଚିନ୍ତନ ବୈଠକରୁ ମିଳିଥିବା ମନ୍ତ୍ର ? ଲୁପ୍ତପ୍ରାୟ ସ୍ଥିତିରୁ ବଳ ଗୋଟାଇ ଆଗକୁ ବଢିବ କି ଦଳ ? ଏକ ପରିବାର ଏକ ଟିକଟ, ଯୁବ ନେତାଙ୍କୁ ପ୍ରାଧାନ୍ୟ ଓ ଏକଜୁଟ୍ ହୋଇ ଲଢିବା ଲାଗି ନିଆ ଯାଇଥିବା ସଂକଳ୍ପକୁ ସମ୍ମାନ ଦେବେ କି ରାଜ୍ୟର ନେତା ?
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଘନଉଥିବା ବେଳେ ଜଣେ ପ୍ରଶାସନିକ ଅଧିକାରୀ ତିନି ତିନିଟି ଗୁରୁତ୍ୱପୂର୍ଣ୍ଣ ପଦରେ ରହିବାକୁ ନେଇ ପ୍ରଶ୍ନ । ଆଇଏଏସ୍ ଅଫିସର୍ ବୀର ବିକ୍ରମ ଯାଦବ ପୂର୍ତ୍ତ ସଚିବ ସହ ଓବିସିସିର ଅଧ୍ୟକ୍ଷ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି, ଯାହାକୁ ନେଇ କଡ଼ା ଆପତ୍ତି ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ଉଦୟପୁର ଶିବିରରୁ ଫେରିବା ପରେ ଦଳର ସମ୍ଭାବନାକୁ ନେଇ ଆଶାବାଦୀ ଅଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ଚିନ୍ତନ ଶିବିରରେ ସାମିଲ ହୋଇ ଫେରିଥିବା ନିରଞ୍ଜନ ରାଜ୍ୟରେ ସଂଗଠନ, ରାଜନୈତିକ, ଅର୍ଥନୀତି, କୃଷକ, ସାମାଜିକ ନ୍ୟାୟ ଓ ବେରୋଜଗାର ପ୍ରସଙ୍ଗରେ ଚର୍ଚ୍ଚା କରିଥିବା କହିଛନ୍ତି ।
ଉପନିର୍ବାଚନ ପାଇଁ ସରଗରମ ବ୍ରଜରାଜନଗର ରଜାନୀତି । ୩ ଦଳ ୩ ଟାଣୁଆ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇ ଥିବା ବେଳେ ଏବେ ପ୍ରଚାର ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।
ସେପ୍ଟେମ୍ବର ମାସରୁ ନୂଆ ପ୍ରସ୍ତାବ ପଠାଇବାକୁ ଏନ୍ଏମ୍ଏର ଚିଠି ସତ୍ତ୍ୱେ ବିନା ଅନୁମତିରେ ଯୁଦ୍ଧକାଳୀନ ଭିତ୍ତିରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣକୁ ନେଇ ପ୍ରଶ୍ନ
ବ୍ରଜରାଜନଗର ଉପନିର୍ବାଚନ : ବିଜେପି ଘୋଷଣା କରିଛି ପ୍ରଚାରକ ତାଲିକା
ପ୍ରକଳ୍ପ କାମ ସ୍ଥଗିତ ରହିବା ଦରକାର କହିଲେ ଜୁଏଲ ଓରାମ
ଛତିଶଗଡ଼, ପଞ୍ଜାବ, ରାଜସ୍ଥାନ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ରାହୁଲଙ୍କ ନେତୃତ୍ୱରେ ଦଳକୁ ସଫଳତା ମିଳିଥିଲା ।
ଭୁବନେଶ୍ୱର ମୁଖ୍ୟାଳୟରେ ରାଜ୍ୟ ବିଜେପିର ମାନସମନ୍ଥନ । ୨୦୨୪ ପାଇଁ ପ୍ରସ୍ତୁତ ହେଉଛି ରୋଡ୍ମ୍ୟାପ୍ । ଏନେଇ ଦଳୀୟ ନେତାଙ୍କ ସହ ବିଚାରବିମର୍ଶ କରିଛନ୍ତି ରାଜ୍ୟ ପ୍ରଭାରୀ ଡି. ପୁରେନ୍ଦ୍ରଶ୍ୱରୀ ।
ବିଜେପିର ଟପ୍ ମୋଷ୍ଟ ପ୍ରାୟରିଟି ହେଉଛି ଦଳୀୟ ସଙ୍ଗଠନ । ତୃଣମୂଳସ୍ତରରେ କିଭଳି ମଜବୁତ୍ ହେବ ସେଥିଲାଗି ପ୍ରତି ସଂସଦୀୟ କ୍ଷେତ୍ରର ଶେହେଟି ଦୁର୍ବଳ ବୂଥ୍ ବୁଲି ସମୀକ୍ଷା କରିବାକୁ ସାଂସଦମାନଙ୍କୁ ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ମଣ୍ଡଳୀୱାରୀ ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳର ସମୀକ୍ଷା ହୋଇ ସାରିଛି ।
ସରକାର ଭୁଲ ମାନିଛନ୍ତି, ଆଉ ନିଜ ଭୁଲକୁ ସ୍ୱୀକାର କରି ଆଗକୁ ସଠିକ୍ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଲେଖିଛନ୍ତି ଅପରାଜିତା ।
କେମିତି ପୂର୍ବଗୌରବ ଫେରି ପାଇବ କଂଗ୍ରେସ? କେମିତି କରିବ ବିଜେପିର ମୁକାବିଲା?
ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିଥିବା ଆସନ ପାଇଁ ଉପନିର୍ବାଚନ ହେବ ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ କୋର୍ କମିଟି ବୈଠକ ଆରମ୍ଭ । ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଉପସ୍ଥିତ ଅଛନ୍ତି । ବୈଠକରେ ସାଧାରଣ ଓ ରାଜ୍ୟ ବିଧାନସଭା ନିର୍ବାଚନ ରୋଡ଼ମ୍ୟାପ ନେଇ ଆଲୋଚନା ହେବ । ତେବେ ବ୍ରଜରାଜନଗର ଉପନିର୍ବାଚନ ପରେ ବସିବ ଦଳର ଚିନ୍ତନ ବୈଠକ ।
ଆଉ କେତେ ଦିନ ଏମିତି ଚାଲିବ... ହଠାତ୍ ରାତି ୯ଟା ୧୨ରେ ଚିଇଁକି ଉଠିଲେ ବିଜେଡି ସାଂସଦ ଅନୁଭବ ମହାନ୍ତି। ମୁଖ୍ୟମନ୍ତ୍ରୀ, ଡିଜିପି ଓ ଏସପିଙ୍କୁ ଟ୍ୟାଗ୍ କରି ମାଗିଲେ ନ୍ୟାୟ। ଆଉ ଲେଖିଲେ, ...ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନ ନେଲେ... ତେବେ ଏ ନେଇ ବର୍ଷା କି ଅନୁଭବଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
ଏଏସ୍ଆଇର ସତ୍ୟପାଠ ସତ୍ତ୍ୱେ ହାଇକୋର୍ଟରୁ ଆଶ୍ୱସ୍ତି ନ ମିଳିବାରୁ ଶେଷରେ ସୁପ୍ରିମକୋର୍ଟ ଯିବ ମାମଲା