• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ବନ ମହୋତ୍ସବ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇନଥିବା ନେଇ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସାଂସଦ ଓ କର୍ପୋରେଟରଙ୍କୁ ନିମନ୍ତ୍ରଣ ନ କରିବା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ଅପରାଜିତା । ସେ କହିଛନ୍ତି, ମୋତେ ଲାଗୁଛି ରାଜ୍ୟ ସରକାର ଡ଼ରୁଛନ୍ତି କିମ୍ବା ସଂକୀର୍ଣ୍ଣ ମାନସିକତାର ପରିଚୟ ଦେଉଛନ୍ତି । ଏହାର କାରଣ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି ଅପରାଜିତା ।

ଅପରାଜିତା ଆହୁରି କହିଛନ୍ତି ଯେ, ପୂର୍ବରୁ ମଧ୍ୟ ରାଜଧାନୀ ପ୍ରତିଷ୍ଠା ଦିବସରେ ମୋତେ ଡ଼କା ଯାଇ ନଥିଲା । ସେତେବେଳେ ମୁଁ ଏହାର ପ୍ରତିବାଦ କରିଥିଲି । ତତ୍କାଳୀନ ବାଚସ୍ପତି ଓ ମନ୍ତ୍ରୀ ଅଭିଯୋଗକୁ ଉଚିତ ବୋଲି କହିଥିଲେ । ଏଥର ଏହାର ପୁନରାବୃତ୍ତି କାହିଁକି ହେଲା ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ଆଜି ବିଜେପି ପକ୍ଷରୁ ଏନେଇ ପ୍ରତିବାଦ କରାଯାଇଥିଲା । କଳା ପଟି ବାନ୍ଧି ପ୍ରତିବାଦ କରିଥିଲେ ବିଜେପି କର୍ମୀ ।

ଆଜି ବରମୁଣ୍ଡା ହାଇସ୍କୁଲରେ ରାଜସ୍ତରୀୟ ବନ ମହୋତ୍ସବ ପାଳନ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପ୍ରଦୀପ ଅମାତ, ଅଶୋକ ପଣ୍ଡା,ଦୁଇ ବିଧାୟକ, ଭୁବନେଶ୍ୱର ମେୟରଙ୍କୁ ନିମନ୍ତ୍ରଣ ହୋଇଥିଲା । ହେଲେ ନିମନ୍ତ୍ରଣ ପତ୍ରରେ ଖୋଦ୍ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ନଥିଲା । ଏପରିକି ସ୍ଥାନୀୟ ବିଜେପି କର୍ପୋରେଟରଙ୍କୁ ମଧ୍ୟ ଡକାଯାଇନଥିଲା । ଯାହାକୁ ନେଇ ଅପରାଜିତା କ୍ଷୋଭ ପ୍ରକାଶ କରିବା ପରେ ବିଜେପି ପ୍ରତିବାଦ କରିଛି । ତେବେ ଅପରାଜିତାଙ୍କ ଅଭିଯୋଗର ଜବାବ ରଖିଛନ୍ତି ଭୁବନେଶ୍ୱର ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।