Advertisment

ଓଡ଼ିଶାରେ ମଦ୍ୟପଙ୍କ ସଂଖ୍ୟା ବଢ଼ୁଛି: ସୌମ୍ୟ ପଟ୍ଟନାୟକ

ଜାତୀୟ ହାର ତୁଳନାରେ ଓଡ଼ିଶାରେ ମଦ୍ୟପାନ ହାର ବୃଦ୍ଧି ପାଇଛି। ତେବେ ସବୁଠୁ ଉଦ୍‌ବେଗଜନକ ବିଷୟ ହେଉଛି, ମହିଳାମାନଙ୍କ ମଦ୍ୟପାନ ହାର ବୃଦ୍ଧି ପାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJD MLA Soumyaranjan Patnaik on state's liquor consumption rate

BJD MLA Soumyaranjan Patnaik on state's liquor consumption rate

ଜାତୀୟ ହାର ତୁଳନାରେ ରାଜ୍ୟରେ ମଦ୍ୟପାନ ହାର ବଢୁଥିବା ନେଇ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ସୌମ୍ୟ କହିଛନ୍ତି ଯେ, ଜାତୀୟ ହାର ତୁଳନାରେ ଓଡ଼ିଶାରେ ମଦ୍ୟପାନ ହାର ବୃଦ୍ଧି ପାଇଛି। ତେବେ ସବୁଠୁ ଉଦ୍‌ବେଗଜନକ ବିଷୟ ହେଉଛି, ମହିଳାମାନଙ୍କ ମଦ୍ୟପାନ ହାର ବୃଦ୍ଧି ପାଇଛି। ଭାରତରେ ମହିଳାମାନଙ୍କ ମଦ୍ୟପାନ ହାର ୧.୦୨ ଥିବା ବେଳେ ଓଡ଼ିଶାରେ ଏହି ହାର ୪.୩ ରହିଛି। ତାମିଲନାଡୁ ଓ କେରଳ ଭଳି ରାଜ୍ୟରେ ଏହି ହାର କମୁଥିବା ବେଳେ ଓଡ଼ିଶାରେ ଏହା ଜାତୀୟ ହାର ତୁଳନାରେ ୪ ଗୁଣ ବୃଦ୍ଧି ପାଇବା ନିଶ୍ଚିତ ଭାବେ ଉଦ୍‌ବେଗର ବିଷୟ। 

Advertisment

ତେବେ ବିଭାଗୀୟ ମନ୍ତ୍ରୀ ରାଜ୍ୟରେ ମଦ୍ୟପାନ ହାର ବଢ଼ିବା କଥା ଠିକ୍ ନୁହେଁ ବୋଲି କହିବାକୁ ନେଇ ସୌମ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଜାତୀୟ ହାରକୁ ତର୍ଜମା କରି ଏହି ତଥ୍ୟ ରଖିଛନ୍ତି। ତେବେ ମନ୍ତ୍ରୀ ଯଦି ଏହାକୁ ଭୁଲ୍ ବୋଲି କହୁଛନ୍ତି ତାଙ୍କର ଆଉ କିଛି କହିବାର ନାହିଁ। କିନ୍ତୁ ସେ ମିଛୁଆ ବିଧାୟକ ଭାବେ ରହିବାକୁ ଚାହାଁନ୍ତି ନାହିଁ ବୋଲି କହିଛନ୍ତି।

ରାଜ୍ୟରେ ସଂପ୍ରତି ଅଫିସର୍‌ ରାଜ୍‌ ଚାଲିଛି ବୋଲି ବିଭିନ୍ନ ସମୟରେ ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇ ଆସୁଥିବା ବେଳେ ଆଜି ଏହି ଅଭିଯୋଗ ସପକ୍ଷରେ ବୟାନ ଦେଇଛନ୍ତି ଖୋଦ ଶାସକ ଦଳର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ତାଙ୍କର ଏଭଳି ବୟାନକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସାମ୍ବାଦିକଙ୍କ କେତେକ ପ୍ରଶ୍ନର ସିଧାସଳଖ ଉତ୍ତର ଦେଇ ସୌମ୍ୟ କହିଛନ୍ତି ଯେ, ରାଜ୍ୟରେ ଏବେ ଅଫିସରଙ୍କ ଅହଙ୍କାର ବଢ଼ିଯାଇଛି। ଆଉ ଏଭଳି ଅହଙ୍କାର ଗଣତନ୍ତ୍ର ପ୍ରତି ବିପଦ । 

Advertisment

ସେହିପରି ରାଜଧାନୀ ଭୁବନେଶ୍ୱରର ଜଳ ସଂକଟ ଉପରେ ସୌମ୍ୟ ନିଜ ମତ ଦେଇ କୁଆଖାଇ ଉପରେ ବ୍ୟାରେଜ ନିର୍ମାଣ ହେଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି। ତେବେ ଏ କ୍ଷେତ୍ରରେ ଉଭୟ ସରକାର ଓ ଅଫିସରଙ୍କ ଆନ୍ତରିକତା ରହିବା ଆବଶ୍ୟକ।

Odisha Government Soumyaranjan Patnaik BJD MLA Soumyaranjan Patnaik
Advertisment
Advertisment