• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହାରାଷ୍ଟ୍ର କ୍ୟାବିନେଟର ସଂପ୍ରସାରଣ ସିନ୍ଦେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ଆଉ ୧୮ ମନ୍ତ୍ରୀ । ମୁମ୍ବାଇ ରାଜଭବନରେ ଆଜି ସମସ୍ତ ମନ୍ତ୍ରୀ ଶପଥ ନେଇଛନ୍ତି । କ୍ୟାବିନେଟରେ ସାମିଲ ହୋଇଥିବା ନୂଆ ମନ୍ତ୍ରୀଙ୍କ ମଧ୍ୟରେ ବିଜେପିର ୯ ଏବଂ ଶିବସେନାର ୯ ଜଣ ରହିଛନ୍ତି । ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଉପସ୍ଥିତ ଥିଲେ ।

ସିନ୍ଦେ ମୁଖ୍ୟମନ୍ତ୍ରୀ ହେବାର ୪୦ ଦିନ ପରେ କ୍ୟାବିନେଟର ସମ୍ପ୍ରସାରଣ କରାଯାଇଛି । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ମୁଖ୍ୟମନ୍ତ୍ରୀ ସିନ୍ଦେ ଏବଂ ବିଜେପି ନେତୃତ୍ୱଙ୍କ ସହ ଦୀର୍ଘଦିନ ଧରି ଆଲୋଚନା ଜାରି ରହିଥିଲା । ଏକାଧିକ ଥର ଦିଲ୍ଲୀ ଗସ୍ତ କରି ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଥିଲେ ସିନ୍ଦେ । ଶେଷରେ ଚୂଡାନ୍ତ ହୋଇଥିଲା ମନ୍ତ୍ରୀ ତାଲିକା ।

ବିଜେପିରୁ ଚନ୍ଦ୍ରକାନ୍ତ ପାଟିଲ, ରାଧା କୃଷ୍ଣ ବିକେ ପାଟିଲ, ସୁଧିର ମୁନଙ୍ଗତିବାର, ସୁରେଶ ଖାଡେ, ଗିରିଶ ମହାଜନ, ରବିନ୍ଦ୍ର ଚୌହ୍ୱାନ, ମଙ୍ଗଲ ପ୍ରଭାତ ଲୋଧା, ବିଜୟ କୁମାର ଗାବିତ ଓ ଅତୁଲ ସାୱେ ଶପଥ ନେଇଛନ୍ତି । ସେହିପରି ଏକନାଥ ସିନ୍ଦେ ଗୋଷ୍ଠୀରୁ ଦାଦା ଭୁସେ, ଶମ୍ଭୁରାଜେ ଦେସାଶୟୀ, ଉଦୟ ସାମନ୍ତ, ଗୁଲାବରାଓ ପାଟିଲ, ତାନାଜୀ ସାୱନ୍ତ, ସଞ୍ଜୟ ରାଠୋର ଓ ସନ୍ଦୀପ ଭୁମରେ, ଅବଦୁଲ ସତାର, ଦୀପକ କେସରକର୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ନୂଆ ମନ୍ତ୍ରିମଣ୍ଡଳରେ ଉଭୟ ଶିବସେନା ଏବଂ ବିଜେପିକୁ ସମାନ ମନ୍ତ୍ରୀ ପଦ ମିଳିଛି । ସେପଟେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କୁ ଗୃହମନ୍ତ୍ରୀ ପଦ ମିଳିବା ସମ୍ଭାବନା ରହିଛି ।