Advertisment

ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ଅମିତ ଶାହ, କହିଲେ- ଓଡ଼ିଶାର ଅଚ୍ଛେଦିନ୍‌ ଆସିଗଲା

‘ଓଡ଼ିଶା ଖଣିଜ ସମ୍ପଦରେ ଭରପୂର ରହିଛି। ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ମୁଁ ଦେଖିପାରୁଛି’ ବୋଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
 Union Home Minister Amit Shah Attend 75th Anniversary Of The Prajatantra Newspaper

Union Home Minister Amit Shah Attend 75th Anniversary Of The Prajatantra Newspaper

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଟକ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗ ଦେଇ ବକ୍ତବ୍ୟ ରଖିଛନ୍ତି। ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରି ଅମିତ ଶାହ କହିଛନ୍ତି, ‘ଉତ୍କଳ ଭୂମିରେ ପାଦ ରଖିଲେ ମନରେ ଭକ୍ତି ଭାବ ଆସେ। ଯେବେ ବି ମୁଁ ଓଡ଼ିଶା ଆସେ ପ୍ରଥମେ ମହାପ୍ରଭୁଙ୍କୁ ପ୍ରଣାମ ଜଣାଏ। ଆଜି ସମସ୍ତ ଓଡ଼ିଶାବାସୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି।’

Advertisment

ଅମିତ ଶାହ ଆହୁରି କହିଛନ୍ତି, ‘ଓଡ଼ିଶା ମାଟିରେ ଜନ୍ମିତ ଦ୍ରୌପଦୀ ମୁର୍ମୁ ଆଜି ମହାମହିମ ପାଲଟିଛନ୍ତି। ସାରା ଦେଶର ଆଦିବାସୀ ଓ ଗରିବଙ୍କ ପାଇଁ ଏହା ଗୌରବର କଥା। ଓଡ଼ିଶାର ଅଚ୍ଛେଦିନ୍ ଆସିଗଲା। ଅନେକ ଓଡ଼ିଆଙ୍କୁ କେନ୍ଦ୍ରରେ ପ୍ରତିନିଧିତ୍ୱ ସୁଯୋଗ ମିଳିଛି। ଓଡ଼ିଶା ଭିତରେ ବିକାଶର ଅପାର ସମ୍ଭାବନା ରହିଛି।ପୁରା ଓଡ଼ିଶା ଖଣିଜ ସମ୍ପଦରେ ଭରପୂର ରହିଛି। ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ମୁଁ ଦେଖିପାରୁଛି’ ବୋଲି ଅମିତ ଶାହ କହିଛନ୍ତି।

Amit Shah Union Home Minister Amit Shah
Advertisment
Advertisment