• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶାହଙ୍କ ବୟାନ୍‌ ପରେ ପୁରା ଓଡ଼ିଶାର ରାଜନୀତିରେ ହଇଚଇ । ଓଡ଼ିଶାରେ ଆମ ସରକାର ହେବାକୁ ଯାଉଛି କହିଲେ ଅମିତ ଶାହ । ମୋଦି @20 ପୁସ୍ତକ ଲୋକାର୍ପଣ ଅବସରରେ ଶାହଙ୍କ ଏଭଳି ମନ୍ତବ୍ୟ ଚର୍ଚ୍ଚା ଆରମ୍ଭ କରିଦେଇଛି । ଦିନେ ଆମ ପାର୍ଟିକୁ ହିନ୍ଦୀ ଭାଷୀ ପାର୍ଟି ବୋଲି କୁହାଯାଉଥିଲା କହିଛନ୍ତି ଶାହ । ଏବେ ସାରା ଉତ୍ତର ପୂର୍ବାଞ୍ଚଳରେ ଆମ ପାର୍ଟି ସରକାର ଚାଲିଛି । ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ରରେ ବି ଆମ ପାର୍ଟିର ସରକାର । ଓଡ଼ିଶାରେ ବି ଆମ ସରକାର ହେବାକୁ ଯାଉଛି । ଅମିତ ଶାହଙ୍କ ଏଭଳି ବୟାନ ଆଜି ରାଜ୍ୟ ରାଜନୀତିକୁ ଉଷ୍ମତା ଦେଇଛି ।

 

ଶାହ ଆହୁରି କହିଛନ୍ତି ଯେ, ସବୁ ଭ୍ରାନ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୂର କରିବେ । ଆମ ପାର୍ଟିକୁ ବେପାରୀ, ବଣିଆଙ୍କ ପାର୍ଟି କୁହାଯାଉଥିଲା । କିନ୍ତୁ ଏବେ ସବୁଠାରୁ ଅଧିକ ଦଳିତ ସାଂସଦ ଆମ ପାର୍ଟିରୁ ଅଛନ୍ତି । ସର୍ବାଧିକ ଆଦିବାସୀ ସାଂସଦ ମଧ୍ୟ ଆମ ପାର୍ଟିରୁ ରହିଛନ୍ତି । ପଛୁଆ ବର୍ଗର ୨୭ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଅଛନ୍ତି ବୋଲି କହିଲେ ଶାହ ।

ଏହାସହ ମୋଦିଙ୍କ କଥା କହି ଶାହ କହିଲେ, ଗୁଜରାଟରେ ଲଗାତାର ୩ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦି । ଲଗାତାର ୨ ଥର ପ୍ରଧାନମନ୍ତ୍ରୀ ହେଲେଣି, ୨୦୨୪ରେ ବି ଜିତିବେ ନରେନ୍ଦ୍ର ମୋଦି । ମୋଦି ୨୦୨୪ରେ ଦୁଇ ତୃତୀୟାଂଶ ବହୁମତରେ ଜିତିବେ ବୋଲି ଶାହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

 

ସୂଚନାଯୋଗ୍ୟ, ଓଡ଼ିଶାକୁ ଦିନିକିଆ ଗସ୍ତରେ ଆସିଥିଲେ ଶାହ । କଟକରେ ଏକ ଖବରକାଗଜର ବାର୍ଷିକୋତ୍ସବରେ ଯୋଗଦେଇଥିଲେ ଶାହ । ସେଠାରୁ ଆସିବା ପରେ ମୋଦି @୨୦-ଡ୍ରିମ୍‌ସ ମିଟ୍ ଡେଲିଭରି ପୁସ୍ତକର ଲୋକାର୍ପଣରେ ସାମିଲ ହୋଇଥିଲେ । ଭୁବନେଶ୍ୱରରେ ଏହି ପୁସ୍ତକ ଲୋକାର୍ପଣ କଲେ ଗୃହମନ୍ତ୍ରୀ ଅମିତ ଶାହ । ପୁସ୍ତକ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଅନେକ ପ୍ରଶଂସା କରିଛନ୍ତି ଶାହ ।

 

ସେ କହିଛନ୍ତି, ଜଣେ ବ୍ୟକ୍ତି ଯିଏ ୱାର୍ଡମେମ୍ବର, ସରପଞ୍ଚ ନିର୍ବାଚନ ବି ଲଢ଼ିନଥିଲେ । ସେଭଳି ଜଣେ ବ୍ୟକ୍ତିଙ୍କୁ ସିଧା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଗଲା । ଅତ୍ୟନ୍ତ ସଫଳତାର ସହ ମୁଖ୍ୟମନ୍ତ୍ରୀ ଓ ପରେ ପ୍ରଧାନମନ୍ତ୍ରୀ ହେଲେ ନରେନ୍ଦ୍ର ମୋଦି । ଲୋକଙ୍କ ବିଶ୍ୱାସକୁ ଚରିତାର୍ଥ କରି ସର୍ବାଧିକ ଲୋକପ୍ରିୟ ହୋଇପାରିଲେ । ପରିବାରବାଦ ଓ ତୁଷ୍ଟୀକରଣ ରାଜନୀତିକୁ ସମାପ୍ତ କରିଛନ୍ତି ମୋଦି । ପ୍ରଥମ ଦଫାରେ ଜଣେ ଗରିବ ଦଳିତ ଓକିଲଙ୍କୁ ରାଷ୍ଟ୍ରପତି କରାଇଲେ । ଏଥର ଜଣେ ଆଦିବାସୀ ମହିଳାଙ୍କୁ ମହାମହିମ କରାଇଲେ ମୋଦି । ମୋଦିଙ୍କ ଚିନ୍ତାଧାରା ସର୍ବଦା ଉର୍ଦ୍ଧ୍ୱଗାମୀ, ଏଥିପାଇଁ ସେ ସଫଳ । ନିଜ ପରିବାର ଛାଡ଼ି ୧୩୦ କୋଟି ଲୋକଙ୍କ କଥା ଚିନ୍ତା କଲେ ଜଣେ ମୋଦି ହୋଇପାରିବ ।