• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆ ସରକାର ଗଠନ ପୂର୍ବରୁ ତେଜସ୍ୱୀ ଯାଦବଙ୍କ ବଡ଼ ଡିମାଣ୍ଡ୍‌ । ବିହାରରେ ଏନଡିଏ ଓ ଜେଡିୟୁର ରାସ୍ତା ଅଲଗା ହେବା ପରେ ନୀତିଶ କୁମାର ହିଁ ମୁଖ୍ୟମନ୍ତ୍ରୀ ହେବା ଥୟ । ତେବେ ଏନେଇ ଔପଚାରିକ ଭାବେ ଘୋଷଣା ବାକି ରହିଛି । ଆଉ ଏହାରି ଭିତରେ ମନ୍ତ୍ରଣାଳୟ ନେବା ପାଇଁ ବିବାଦ ଆରମ୍ଭ ହୋଇଯାଇଛି ।

ଆରଜେଡି ନେତା ତେଜସ୍ୱୀ ଯାଦବ ଏକ ସର୍ତ୍ତ ରଖିଥିବା ସୂଚନା । ନୀତିଶଙ୍କ ସହ ମିଶି ସରକାର ଗଢ଼ିବା ପାଇଁ ସେ ସର୍ତ୍ତ ରଖିଛନ୍ତି । ନିଜ ପାଇଁ ଗୃହ ବିଭାଗ ମନ୍ତ୍ରୀ ପଦ ଦାବି କରିଥିବା ସୂଚନା ମିଳିଛି । ସେପଟେ ମେଣ୍ଟ ଭାଙ୍ଗିବା ପରେ ନୀତିଶଙ୍କୁ ଅକଳରେ ପକାଇ ପାରନ୍ତି ବିଜେପି ମନ୍ତ୍ରୀ । ମନ୍ତ୍ରିମଣ୍ଡଳରେ ଥିବା ୧୬ ବିଜେପି ମନ୍ତ୍ରୀ ଇସ୍ତଫା ଦେବାକୁ ଅରାଜି ହେଉଛନ୍ତି । କେହି ବି ଇସ୍ତଫା ଦେବେ ନାହିଁ ବୋଲି ଅଡ଼ି ବସିଛନ୍ତି ।

ବିହାରରେ ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିଛି । ମେଣ୍ଟ ଭାଙ୍ଗିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ମେଣ୍ଟ ଭାଙ୍ଗିବାକୁ ନୀତିଶଙ୍କ ଆନୁଷ୍ଠାନିକ ଘୋଷଣା ବାକି ରହିଛି । ବିଜେପି ହାତ ଛାଡ଼ି ପୁଣି ଆରଜେଡିକୁ ସାଥି କରିବେ ନୀତିଶ । ଆରଜେଡି ଓ କଂଗ୍ରେସକୁ ନେଇ ସେ ସରକାର ଗଢ଼ିବାକୁ ସଜବାଜ ହେଉଥିବା ଶୁଣିବାକୁ ମିଳିଛି । ନୂଆ ସରକାର ଗଢ଼ିବା ନେଇ ଆଜି ସେ ରାଜ୍ୟପାଳଙ୍କୁ ଭେଟିବେ ।