• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଜେପି ଠାରୁ ଅଲଗା ହେଲେ ନୀତିଶ୍‌ ।  ବିହାରରେ ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିଲା । ମେଣ୍ଟ ଭାଙ୍ଗିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ମେଣ୍ଟ ଭାଙ୍ଗିବାକୁ ନୀତିଶଙ୍କ ଆନୁଷ୍ଠାନିକ ଘୋଷଣା ବାକି ରହିଛି । ବିଜେପି ହାତ ଛାଡ଼ି ପୁଣି ଆରଜେଡିକୁ ସାଥି କରିବେ ନୀତିଶ । ଆରଜେଡି ଓ କଂଗ୍ରେସକୁ ନେଇ ସେ ସରକାର ଗଢ଼ିବାକୁ ସଜବାଜ ହେଉଥିବା ଶୁଣିବାକୁ ମିଳିଛି । ନୂଆ ସରକାର ଗଢ଼ିବା ନେଇ ଆଜି ସେ ରାଜ୍ୟପାଳଙ୍କୁ ଭେଟିବେ ।

ଖୁବଶୀଘ୍ର ବିଜେପି ମେଂଟରୁ ଓହରିବାକୁ ଘୋଷଣା କରିପାରେ ଜେଡିୟୁ । ଆଜି ସକାଳେ ଜେଡିୟୁ ବିଧାୟକଙ୍କ ସହ ନୀତିଶ ବୈଠକ କରିଥିଲେ । ସେପଟେ ପରିସ୍ଥିତିକୁ ଦେଖି ବିଧାୟକଙ୍କୁ ଏକାଠି ରଖିବାକୁ ରାଜ୍ୟ କଂଗ୍ରେସ ପ୍ରଭାରୀ ଭକ୍ତଚରଣ ଦାସ ଗୁପ୍ତ ବୈଠକ କରିଥିବା ସୂଚନା ମିଳିଛି ।

ଜେଡିୟୁ ବିଜେପି ସହ ମେଣ୍ଟ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି

ଜେଡିୟୁ ବିଜେପି ସହ ମେଣ୍ଟ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି ଜେଡିୟୁ ବୈଠକ ଶେଷ ହୋଇଥିବା ସୂଚନା ମିଳିଛି । ଏହି ବୈଠକରେ ଜେଡିୟୁ ବିଜେପି ସହ ମେଣ୍ଟ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି । ବୈଠକରେ ଜେଡିୟୁ ବିଧାୟକ, ସାଂସଦ ଏବଂ ନେତା ନୀତିଶ କୁମାରଙ୍କ ସାଥିରେ ଥିବା କହିଛନ୍ତି । ନୀତିଶ କୁମାର ଯାହା ବି ନିଷ୍ପତ୍ତି ନେବେ, ସମସ୍ତେ ମାନିବେ ଓ ଏକାଠି ରହିବେ ।

ନୀତିଶ କୁମାର ଅପରାହ୍ନ ୪ ଟାରେ ରାଜ୍ୟପାଳଙ୍କୁ ଭେଟିବେ

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି । ସେ ଆଜି ଅପରାହ୍ନ ୪ଟାରେ ରାଜ ଭବନରେ ରାଜ୍ୟପାଳଙ୍କୁ ଭେଟିବାର ସମ୍ଭାବନା ରହିଛି । ନୀତିଶ ଆଜି ଇସ୍ତଫା ଦେଇପାରନ୍ତି ବୋଲି ସୂଚନା ମିଳିଛି ।

ବିହାରରେ ଗତ ବିଧାନସଭା ନିର୍ବାଚନରେ ୨୪୩ ଆସନରୁ ଏନଡିଏ ୧୨୭ଟିରେ ବିଜୟୀ ହୋଇଥିଲା । ଜେଡିୟୁକୁ ୪୫ ଏବଂ ବିଜେପିକୁ ମିଳିଥିଲା ୭୭ଟି ସିଟ୍ । ଏନଡିଏର ଅନ୍ୟ ସହଯୋଗୀଙ୍କୁ ୫ଟି ସିଟ୍ ମିଳିଥିଲା । କମ୍ ଆସନ ପାଇଥିବା ସତ୍ତ୍ୱେ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି ।