Advertisment

ନୀତି ଆୟୋଗ ବୈଠକରେ ଓଡ଼ିଶାର ରଖିଲା ଗୁରୁତ୍ୱପୂର୍ଣ୍ଣ ଦାବି

ଟେଲିକମ୍, ରେଲୱେ ଓ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଲାଗି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Niti Ayog

Niti Ayog

ପୁଣି ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଫୋକସ ଦାବି । ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦେବା ପାଇ ପୁଣି ଦାବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରେ ଆୟୋଜିତ ନୀତି ଆୟୋଗର ସପ୍ତମ ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ଏହି ଦାବି ରଖିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ଭବନର କଲଚରାଲ ସେଣ୍ଟରରେ ଏହି ବୈଠକ ବସିଥିଲା ।

Advertisment

ରାଜ୍ୟ ପାଇଁ ସ୍ୱତନ୍ତ୍ର ଫୋକସ୍‌ ଦାବି ସହ ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ତେଣୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇଦେବାକୁ ମଧ୍ୟ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଟେଲିକମ୍, ରେଲୱେ ଓ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଲାଗି ମଧ୍ୟ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହାସହ ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(PMAY) ନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅଧିକାଂଶ ଆଦିବାସୀ ଓ KBK ଜିଲ୍ଲା PMAYରୁ ବଞ୍ଚିତ ହୋଇଥିବା କହିଛନ୍ତି ନବୀନ ପଟ୍ଟନାୟକ । PMAY ସମ୍ବନ୍ଧିତ ଅସାମଞ୍ଜସ୍ୟ ତୁରନ୍ତ ଦୂର କରିବାକୁ ସେ କହିଛନ୍ତି । ବୈଠକରେ ASI ଓ AMSARର ରୂପାନ୍ତରଣ ଦାବି କରିଛନ୍ତି ନବୀନ । ASI ଓ AMSARର ଟେକ୍ନୋଲୋଜି ଓ ନ୍ୟାୟିକ ଢାଞ୍ଚାରେ ପରିବର୍ତ୍ତନ ପାଇଁ ବି ଦାବି କରିଛି ଓଡ଼ିଶା । ଏହାଦ୍ୱାରା କୋଣାର୍କ ଆଦି ଐତିହ୍ୟ ସ୍ଥଳୀକୁ ସୁରକ୍ଷିତ ରଖାଯାଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Advertisment

ଅନ୍ୟପଟେ ଦେଶର ବିଭିନ୍ନ ପ୍ରସଙ୍ଗ ଉଠିବା ସହ ବୈଠକରେ ଶିକ୍ଷା, କୃଷି ଜାତ ଦ୍ରବ୍ୟ, ନୂଆ ଶିକ୍ଷା ଆଇନ୍ ଆଦି ପ୍ରସଙ୍ଗ ଉପରେ ବି ଆଲୋଚନା କରାଯାଇଛି ।ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ସମେତ ଅନେକ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ । ହେଲେ ବିହାରର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ବୈଠକରେ ଯୋଗଦେଉନଥିବା ସୂଚନା ମିଳିଛି ।

CM Naveen Patnaik NITI Ayog
Advertisment
Advertisment