/odishatv-khabar/media/post_attachments/uploadimage/library/16_9/16_9_0/____1659938252.jpg)
Union Home Minister Amit Shah's 2-Day Odisha Visit
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସ୍ୱାଗତ କରିବାକୁ ଗଲେନି ମନ୍ତ୍ରୀ ତୁଷାରକାନ୍ତି ବେହେରା। ନିୟମ ଅନୁସାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଗମନରେ ରାଜ୍ୟର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ବିମାନବନ୍ଦରକୁ ଯିବା କଥା। ହେଲେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ, ପୋଲିସ୍ ଡିଜି କିମ୍ବା ଗୃହ ସଚିବ କେହି ବି ଯାଇନଥିଲେ। ଏନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କ୍ଷୋଭ ପ୍ରକାଶ କରିଛନ୍ତି।
ଅପରାଜିତା କହିଛନ୍ତି, ‘ପ୍ରଶାସନିକ ସେବାରେ ୨୫ ବର୍ଷ କାର୍ଯ୍ୟ କରିଛି। ପ୍ରୋଟୋକଲ୍ ଓ ରୁଲ୍ ବୁକ୍ ଅନୁସାରେ ଏପରି ହେବା କଥା ନୁହେଁ। ରାତି ଯେତେ ହେଉନା କାହିଁକି ନିୟମକୁ ପାଳନ କରିବା ଜରୁରୀ ଥିଲା।’ ଖବର ଲେଖାଯିବା ସୁଦ୍ଧା ଅପରାଜିତାଙ୍କ ଅଭିଯୋଗ ନେଇ ମନ୍ତ୍ରୀ ତୁଷାରକାନ୍ତିଙ୍କ ପ୍ରତିକ୍ରିୟା ମିଳିପାରିନି।
ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବିଜେପିର ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ କେବଳ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଶାହଙ୍କୁ ସ୍ୱାଗତ ଜଣାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)