ପଦ୍ମପୁର ଉପନିର୍ବାଚନକୁ ନେଇ ଆରମ୍ଭ ହେଲାଣି ପାଗ ଭିଡ଼ା । ନିର୍ବାଚନ ଜିତିବା ପାଇଁ ଆରମ୍ଭ ହେଲାଣି କସରତ ।
ବିଜେଡିକୁ ଧାମନଗରରେ ବଡ୍ ଝଟକା । ଶଙ୍ଖ ଉପରେ ଭାରି ପଡିଲା ପଦ୍ମ । କାମ ଦେଲାନି ବିଜେଡିର ମହିଳା କାର୍ଡ । ଫେଲ୍ ମାରିଲା SHG ଏକ୍ସପେରିମେଣ୍ଟ । ଧାମନଗର ଉପନିର୍ବାଚନ ଫଳାଫଳ ଦଳ ସପକ୍ଷରେ ଯିବା ପରେ ଉତ୍ସାହିତ ପଦ୍ମ ଶିବିର । ହେଲେ ବିଜେଡି କ୍ୟାମ୍ପରେ ନିରାଶା ।
ଭଦ୍ରକ ଧାମନଗର ପରେ ବରଗଡ଼ର ପଦ୍ମପୁର । ଏଠି ବି ଉପନିର୍ବାଚନ ଲାଗି ଆରମ୍ଭ ହେଲା କସରତ । ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ୧୦ରୁ ଆରମ୍ଭ ହେବ ନାମଙ୍କନପତ୍ର ଦାଖଲ ପକ୍ରିୟା ।
ଧାମନଗର ଝଟ୍କା ପରେ ବିଜେଡିରେ ବଢୁଛି ପ୍ରାର୍ଥୀ ଦ୍ୱନ୍ଦ୍ୱ । ପ୍ରଦୀପ ପୁରୋହିତ ବିଜେପିରୁ ଲଢ଼ିବା ପ୍ରାୟ ନିଶ୍ଚିତ ।
ବିଜେଡିକୁ ବୁମେରାଂ ହେଲା କି ଅବନ୍ତୀଙ୍କ ପ୍ରାର୍ଥୀତ୍ୱ ? ଚର୍ଚ୍ଚାରେ ବିଜେଡି ବିଜୟ ଧାରାରେ କଳଙ୍କ ଲଗାଇଥିବା ନେତା ।
ଇଞ୍ଜିନିୟରିଂ ମୋର ବୃତ୍ତିଗତ ମାନ୍ୟତା କିନ୍ତୁ ବିଧାୟକ ମୋର କର୍ତ୍ତବ୍ୟ ବୋଲି ଦୋହରାଇଛନ୍ତି ସୂର୍ଯ୍ୟ ।
ନାଚ ମାନେ ଧୁମ୍ ନାଚ, କେବଳ ସୂରଜଙ୍କ ପାଇଁ। ଧାମନଗରରେ ଇତିହାସ ରଚିଦେଲେ ବିଜେପି ପ୍ରାର୍ଥୀ। କେବଳ ତାଙ୍କରି ପାଇଁ ଭୁବନେଶ୍ୱର ପାର୍ଟି ଅଫିସ୍ରେ ଏ ସେଲିବ୍ରେସନ୍।
ଧାମନଗର ରାୟ କେବଳ ବିଜେଡିର ବିଜୟ ଧାରାରେ ବ୍ରେକ୍ ଲଗାଇନି, ଭବିଷ୍ୟତର ରାଜ୍ୟ ରାଜନୀତି, ବିଶେଷ କରି ୨୦୨୪ ନିର୍ବାଚନ ପାଇଁ ଦେଇଛି ବ଼ଡ ସଂକେତ
ଧାମନଗରରେ ବିଜେପିର ବୃହତ୍ ବିଜୟ ଧରାଶାୟୀ ହେଲା ବିଜେଡି। ବଡ଼ ପ୍ରଶ୍ନ, ନିର୍ବାଚନ ପରେ ନିର୍ବାଚନ ଜିତି ଆସୁଥିବା ବିଜେଡିର ଷ୍ଟ୍ରାଟେଜିରେ କେଉଁଠି ରହିଲା ଭୁଲ୍?
ଧାମନଗରରେ ଫେଲ୍ ମାରିଲା ନବୀନଙ୍କ ମ୍ୟାଜିକ୍ । ଭୁଲ୍ ହୋଇଗଲା ବିଜେଡିର ଅଙ୍କକଷା । ନିଜ ଗଡ଼ ରଖିବାକୁ ସମର୍ଥ ହୋଇଛି ବିଜେପି । ବାପାଙ୍କ ଠାରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ସୂର୍ଯ୍ୟବଂଶୀ ସୂରଜ ।
ନବୀନ ମ୍ୟାଜିକର କିଛି ବି ତୋଡ଼ ନାହିଁ। ହେଲେ ଏସବୁ ଭୁଲ୍ ବୋଲି ଆଜି ପ୍ରମାଣ କରିଦେଇଛନ୍ତି ଧାମନଗର ଭୋଟର୍।
୨୭ ବର୍ଷୀୟ ସୂର୍ଯ୍ୟବଂଶୀ ସୂରଜ । ସର୍ବକନିଷ୍ଠ ବିଧାୟକ ଭାବେ ସେ ଯିବେ ବିଧାନସଭା । ଇଂଜିନିୟରିଂରୁ ରାଜନୀତିକୁ ଆସିଥିବା ସୂରଜ, ସବୁବେଳେ ରହିଛନ୍ତି ଧାମନଗରବାସୀଙ୍କ ସହ । ଆଉ ଧାମନଗର ବାସୀ ମଧ୍ୟ ଆଶୀର୍ବାଦ ସ୍ୱରୁପ ଭୋଟ୍ ଓଜାଡି ଦେଇଛନ୍ତି ସୂରଜଙ୍କ ଉପରେ ।
ବିଜେଡି ହାରିବା ପଛର ପ୍ରମୁଖ କାରଣ କଣ? ଆରମ୍ଭ ହୋଇଛି ଏହାର ପୋଷ୍ଟମର୍ଟମ୍।
ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ, ବାପା ବିଷ୍ଣୁ ସେଠୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ । ଧାମନଗର ବିଜେପିର ଯୁବ ଚେହେରା । ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ବି ପାଲଟିଯାଇଛନ୍ତି ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ।
ବିଷ୍ଣୁଙ୍କ ଗଡ଼ରେ ଉଇଁଲେ ସୂର୍ଯ୍ୟ । ବାପାଙ୍କ ଆସନରେ ବସିଲେ ପୁଅ । ଏ ବିଜୟ ସୂର୍ଯ୍ୟବଂଶୀ ସୂରଜଙ୍କର, ଭାରତୀୟ ଜନତା ପାର୍ଟିର, ସାରା ଧାମନଗର ବାସୀଙ୍କର । ବିଜେପି ଜିତିଛି ଧାମନଗର ବାଜି । ଯୁଆଡେ ଦେଖିବ ଫରଫର ଉଡୁଛି ପଦ୍ମ ପତାକା ।
ଚତୁର୍ମୁଖୀ ଲଢେଇରେ ବାଜି ମାରିନେଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ।
ଡେବ୍ୟୁ ମ୍ୟାଚ୍ରେ ସୂର୍ଯ୍ୟବଂଶୀ ସୂରଜ ହିଟ୍ ।
୯ମ ରାଉଣ୍ଡ ସୁଦ୍ଧା ବିଜେପି ଆଗୁଆ ଥିବାବେଳେ ଦଳୀୟ କର୍ମୀମାନେ ସେଲିବ୍ରେସନ୍ ଆରମ୍ଭ କରି ଦେଇଛନ୍ତି। ବିଜେପିର ପ୍ରଦର୍ଶନକୁ ନେଇ ନେତା ଓ କର୍ମୀ ଖୁସିରେ ମିଠା ବାଣ୍ଟିବା ସହ ପରସ୍ପରକୁ ମିଠା ଖୁଆଉଥିବା ଦେଖିବାକୁ ମିଳିଛି।
ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, ଦ୍ୱାଦଶ ରାଉଣ୍ଡ ସୁଦ୍ଧା ବିଜେପି ଆଗରେ ରହିଛି। ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ୬୦୦୦ ଭୋଟ୍ରେ ଆଗୁଆ ଅଛନ୍ତି।
ଧାମନଗରରେ ଉଇଁଲା ସୂର୍ଯ୍ୟ । ଚତୁର୍ମୁଖୀ ଲଢେଇରେ ବାଜି ମାରିନେଲେ
ସାଢେ ୮ଟାରୁ ଆରମ୍ଭ ହେବ ଇଭିଏମ୍ କାଉଣ୍ଟିଂ। ୧୮ ରାଉଣ୍ଡରେ ଗଣତି ସରିବା ପରେ ୫ଟି ବୁଥ୍ର ଭିଭିପାଟ୍ ଗଣତି କରାଯିବ। ଦିନ ୨ଟା ସୁଦ୍ଧା ଫଳାଫଳ ମିଳିଯିବା ଆଶା କରାଯାଉଛି।
ଆସନ୍ତାକାଲି ଧାମନଗର ଫଳାଫଳ ଆସିବା ପରେ ପଦ୍ମପୁର ମୁହାଁ ହେବେ ସବୁ ଦଳ।
ଭଦ୍ରକ ସଂସ୍କୃତି ଭବନରେ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି । ସେପଟେ ଗଣତି ପୂର୍ବରୁ ବଢ଼ିଲଣି ପ୍ରାର୍ଥୀମାନଙ୍କ ହୃତସ୍ପନ୍ଦନ, ଉତ୍କଣ୍ଠାରେ ମତଦାତା ।
ଶାସକ ଦଳକୁ ଭୋଟ୍ ନଦେବାରୁ ଆତଙ୍କରାଜର ସାଂଘାତିକ ଅଭିଯୋଗ,ରାଜନୈତିକ ହିଂସାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି...
ଏଥର ହିମାଚଳପ୍ରଦେଶ ନିର୍ବାଚନ ଅତ୍ୟନ୍ତ ସ୍ପେଶାଲ ହେବାକୁ ଯାଉଛି।