• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ହେବ କି ଆଗୁଆ ନିର୍ବାଚନ ? ଏବେଠାରୁ ବଢ଼ିଲାଣି ରାଜନୈତିକ ଗତିବିଧି । ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ନବୀନ ନିବାସରେ ସରିଛି ସମୀକ୍ଷା ବୈଠକ । ପଦ୍ମପୁର ଉପନିର୍ବାଚନ ଦାୟିତ୍ୱରେ ଥିବା ନେତାଙ୍କୁ ନେଇ ନବୀନ ନିବାସରେ ବସିଥିଲା ବୈଠକ । ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସୁଶାନ୍ତ ସିଂ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ରଙ୍କ ସମେତ ଅନେକ ନେତା ଏହି ବୈଠକରେ ଉପସ୍ଥିତ ଥିଲେ ।

ଉପନିର୍ବାଚନ ବେଳେ ପଦ୍ମପୁରବାସୀଙ୍କୁ କି କି ପ୍ରତିଶ୍ରୁତି ଦିଆଯାଇଥିଲା, କେଉଁ ପଂଚାୟତରେ କଣ ସମସ୍ୟା ରହିଛି ସେନେଇ ରିପୋର୍ଟ ଦେବାକୁ ଦାୟିତ୍ୱରେ ଥିବା ନେତାମାନଙ୍କୁ କୁହାଯାଇଥିଲା । ସେମାନଙ୍କ ରିପୋର୍ଟ ଆଧାରରେ ଆଲୋଚନା ହେଉଛି । ଏଥସହ ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ନେଇ କରାଯାଇଛି ଆଲୋଚନା । ସେପଟେ ଆଗୁଆ ନିର୍ବାଚନ ଲାଗି ବିଜେପି ପ୍ରସ୍ତୁତ ଥିବା କହିଛି । ଯଦି ୨୦୨୩ ଶେଷ ଆଡକୁ ନିର୍ବାଚନ ହୁଏ ତେବେ ବିଜେପି ପ୍ରସ୍ତୁତ ବୋଲି କହିଛନ୍ତି ବିଜେପି ନେତା ।

ଅଧିକ ପଢ଼ନ୍ତୁ: ଆଗୁଆ ହେବ ନିର୍ବାଚନ! ପ୍ରାର୍ଥୀ ଚୟନ ପାଇଁ ଏବେଠୁ ଅଙ୍କକଷା

ନବୀନ ନିବାସରେ ସମୀକ୍ଷା ବୈଠକ ପରେ ବିଜେଡି ନେତା ଏନେଇ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ ପଦ୍ମପୁର ଯିବେ ବିକାଶ କାମ ଦେଖିବେ, ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ସେହିଭଳି ପ୍ରଦୀପ ମାଝି କହିଛନ୍ତି ପଦ୍ମପୁର ମଡେଲରେ ଆଗକୁ ନିର୍ବାଚନ ଲଢ଼ିବୁ । ସବୁ ନିର୍ବାଚନ ମଣ୍ଡଳୀରେ ଏହି ମଡେଲ ଲାଗୁ କରାଯିବ । ଅନ୍ୟପଟେ ୨୪ ନିର୍ବାଚନ ପାଇଁ ଲୋକଙ୍କ ଲାଗି ଅଧିକ କାମ କରିବୁ ବୋଲି କହିଛନ୍ତି ନବ ଦାସ ।