Advertisment

ଆୟୁଷ୍ମାନ ଭାରତ ଆକାଉଣ୍ଟକୁ ହଁ କିନ୍ତୁ ଇନ୍ସ୍ୟୁରାନ୍ସକୁ କାହିଁକି ଅମଙ୍ଗ ରାଜ୍ୟ ସରକାର ?

ରାଜ୍ୟରେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଚାଲିଥିବା ଅଭିଯୋଗ ଆଣି ପୁଣି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ପ୍ରସଙ୍ଗ ଉଠାଇଛି ବିଜେପି ।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Odisha government playing double standard game on Ayushmaan Bharat Scheme

ଆୟୁଷ୍ମାନ ଭାରତ ଆକାଉଣ୍ଟକୁ ହଁ, ଇନ୍ସୁରାନ୍ସକୁ ନା। BSKYକୁ ପ୍ରୋତ୍ସାହନ, ଭାରତ ଜନ ଆରୋଗ୍ୟ ଯୋଜନା ବେଳକୁ ଚୁପ୍। ଲୋକଙ୍କ ସ୍ବାସ୍ଥ୍ୟକୁ ନେଇ ଡବଲ୍ ଷ୍ଟାଣ୍ଡାର୍ଡ ଖେଳୁଛନ୍ତି କି ରାଜ୍ୟ ସରକାର? ପ୍ରଧାନମନ୍ତ୍ରୀ ଙ୍କଠୁ ନେଇ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଅନ୍ୟନ୍ୟ ମନ୍ତ୍ରୀଙ୍କ ବହୁବାର ଅନୁରୋଧ ସତ୍ତ୍ୱେ, ୪ ବର୍ଷ ହେଲା ଯୋଜନାରେ ସାମିଲ ହୋଇନାହାନ୍ତି ରାଜ୍ୟବାସୀ, ଯାହାକୁ ନେଇ ବିବାଦ ଉଠିଛି, ରାଜନୀତି ବି ଚାଲିଛି। ଏଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସାଂସଦ ପ୍ରତିନିଧି ମଣ୍ଡଳୀ ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଭେଟିଛନ୍ତି।

Advertisment

ପ୍ରତିନିଧି ମଣ୍ଡଳୀ ଅଭିଯୋଗ କରିଛି, ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ସତ୍ତ୍ୱେ ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ କରାନଯିବା ଚିନ୍ତାଜନକ। ରାଜ୍ୟ ସରକାରଙ୍କ ନିଜସ୍ୱ ସ୍ୱାସ୍ଥ୍ୟ ଯୋଜନା ସ୍ୱଳ୍ପରେ ସୀମିତ। ପ୍ରାୟ କୋଟିଏ ପ୍ରବାସୀ ଓ଼଼ଡିଆ ସ୍ବାସ୍ଥ୍ୟବୀମାର ଲାଭରୁ ବଞ୍ଚିତ ହେଉଛନ୍ତି। ଦେଶର ୨୦ଟି ରାଜ୍ୟ ନିଜସ୍ବ ସ୍ବାସ୍ଥ୍ୟ ଯୋଜନା ସହ ଆୟୁଷ୍ମାନ ଭାରତ ଯୋଜନାକୁ ସମାନ୍ତରାଳ ଭାବେ ଲାଗୁ କରିଥିଲେ ବି କେବଳ ରାଜନୈତିକ ଅଭିସନ୍ଧି କାରଣରୁ ହିଁ ଓଡ଼ିଶା ସରକାର ରାଜ୍ୟବାସୀଙ୍କୁ ଯୋଜନାରୁ ବଞ୍ଚିତ ରଖିଛନ୍ତି।

ତେଣୁ ସାଢ଼େ ୪ କୋଟି ଓଡ଼ିଆ ଏବଂ କୋଟିଏ ପ୍ରବାସୀ ଓଡ଼ିଆଙ୍କ ସ୍ବାର୍ଥ ପାଇଁ ରାଜ୍ୟରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ଲାଗି ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବାକୁ ମାଣ୍ଡଭୀୟଙ୍କୁ ଅନୁରୋଧ କରିଛି ପ୍ରତିନିଧି ମଣ୍ଡଳୀ। ସେପଟେ ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀ କହିଛନ୍ତି ଆୟୁଷ୍ମାନ ଭାରତ ଯୋଜନାଠୁ ବିଜୁ ସ୍ବାସ୍ଥ୍ୟ ଯୋଜନା ଭଲ।

Advertisment

ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରାଇବାରେ ପଛଘୁଞ୍ଚା ଦେଇ ଆସିଥିଲେ ବି ରାଜ୍ୟରେ ଏବେ ଜୋରସୋରରେ ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ ବା ଆଭା ଆଇଡି ଖୋଲା ଚାଲିଛି। ଏହି ସ୍ୱାସ୍ଥ୍ୟ ଆକାଉଣ୍ଟ ହେଉଛି ଏନ୍ଏଚ୍ଏ ଦ୍ୱାରା ପରିଚାଳିତ ଏକ ଡିଜିଟାଲ୍ ଡାଟା ପ୍ଲାଟଫର୍ମ ଯେଉଁଥିରେ ରୋଗୀଙ୍କ ସହ ତାଙ୍କୁ ବିଭିନ୍ନ ସମୟରେ ଚିକିତ୍ସା କରିଥିବା ଡାକ୍ତରଙ୍କର ମଧ୍ୟ ସମସ୍ତ ତଥ୍ୟ ଉପଲବ୍ଧ ରହୁଛି। ଆଧାର କା଼ର୍ଡ ଭଳି ଏହି ୧୪ ଟିକିଆ ନମ୍ବରକୁ ନେଇ ଜଣେ ସାରା ଭାରତରେ ଯେ କୌଣସି ସରକାରୀ ଓ ଘରୋଇ ଡାକ୍ତରଖାନାରେ ସହଜରେ ଚିକିତ୍ସିତ ହୋଇପାରିବ। ତେବେ ଏଇ ଆଇଡି ଖୋଲିବାରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ନିକଟରେ ବାରଣାସୀରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କଠୁ ପୁରସ୍କାର ବି ପାଇଛି।

କେବଳ ସେତିକି ନୁହେଁ କେନ୍ଦ୍ରୀୟ ସହାୟତାରେ ବିଭିନ୍ନ ପିଏଚସି ଓ  ସିଏଚସିକୁ ୱେଲନେସ୍ ସେଣ୍ଟରରେ ରୁପାନ୍ତରିତ କରି କେନ୍ଦ୍ର ସରକାରଙ୍କଠୁ ପୁରସ୍କୃତ ହୋଇଛି। ହେଲେ ଜନଆରୋଗ୍ୟ ଯୋଜନାରେ ଇନ୍ସୁରାନ୍ସ କଭରେଜ୍ ପାଇଁ କାହିଁକି ରାଜି ହେଉ ନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମାନ ଉତ୍ତର- ବିଜୁ ସ୍ମାର୍ଟ କାର୍ଡରେ ଲୋକଙ୍କୁ ସବୁଠୁ ଭଲ ସୁବିଧା ଦିଆଯାଉଛି। ହେଲେ ଯୁକ୍ତି ଯାହା ବି ଥାଉ ନା କାହିଁକି କେନ୍ଦ୍ର-ରାଜ୍ୟ ରାଜନୀତି ଭିତରେ କିନ୍ତୁ ଯେମିତି ବଳି ପଡୁଛି ଜନତାଙ୍କ ସ୍ବାର୍ଥ।

Ayushman Bharat PMJAY Ayushman Bharat Scheme
Advertisment
Advertisment