Advertisment

ଓଡ଼ିଶା ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ: ମିଶନ୍ ୨୪ ପାଇଁ ହେବ ରୋଡ୍‌ମ୍ୟାପ୍‌

ପଦ୍ମପୁର ଫର୍ମୁଲାରେ ୨୦୨୪ ମଇଦାନକୁ ଓହ୍ଲାଇବାକୁ ଯୋଜନା କରିଛି ବିଜେଡି।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Mission 2024- BJP & Congress chalking out strategy

ମିଶନ ୨୪ ପାଇଁ ବିଜେପିର ପାଗଭିଡ଼ା। ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ। ୨୦୨୪ ପାଇଁ କେତେ ଆଗେଇଛି ପ୍ରସ୍ତୁତି, ରାଜ୍ୟ ନେତାଙ୍କଠୁ ହିସାବ ନେବେ, ଦଳକୁ କିଭଳି ଆହୁରି ମଜଭୁତ କରିହେବ ସେନେଇ ମନ୍ତ୍ର ଦେବେ ବଂଶଲ। ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ମୋ ବୁଥ୍, ସବୁଠୁ ମଜଭୁତ କାର୍ଯ୍ୟକ୍ରମ କିଭଳି ଆଗକୁ ବଢିବ ତାର ଉପାୟ ବତାଇବେ। ଧାମନଗର ଓ ପଦ୍ମପୁର ଫଳାଫଳକୁ ନେଇ ବି ସମୀକ୍ଷା କରାଯିବ। କାଲି ଦୁଇଟି ପର୍ଯ୍ୟାୟରେ ବୈଠକ ହେବ। 

Advertisment

ଦିନ ୧୧ଟାରେ ଗେହାକୁ ଥିବା ବୈଠକରେ ଅଫିସ୍ ବିଅରର, ଜିଲ୍ଲା ସଭାପତି, ବିଧାୟକ ଓ ଜିଲ୍ଲା ପ୍ରଭାରୀ ଯୋଗ ଦେବେ। କୋର କମିଟି ମେମ୍ବରଙ୍କୁ ନେଇ ଅପରାହ୍ନରେ ଦ୍ୱିତୀୟ ବୈଠକ ହେବ। ଏଥିରେ ଓଡ଼ିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଓ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ରହିବେ। ୨୦୨୪ରେ କିଭଳି କ୍ଷମତା ହାତେଇ ହେବ ସେନେଇ ବୈଠକରେ ରୋଡମ୍ୟାପ୍‌ ପ୍ରସ୍ତୁତ କରାଯିବ। ସେହିପରି ଚାଷୀ ସମସ୍ୟା, ବେକାରୀ ଓ ନାରୀ ନିର୍ଯାତନା ଭଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କିଭଳି କାଠଗଡ଼ାରେ ଠିଆ କରାଯିବ, ତାର ବ୍ଲୁପ୍ରିଣ୍ଟ ମଧ୍ୟ ତିଆରି କରାଯିବ।

ବିଜେପି ଭଳି ୨୦୨୪କୁ ଆଖିରେ ରଖି ବିଜେଡି ବି ତତ୍ପର ହୋଇଛି। ପଦ୍ମପୁର ଫର୍ମୁଲାରେ ୨୦୨୪ ମଇଦାନକୁ ଓହ୍ଲାଇବାକୁ ଦଳ ଯୋଜନା କରିଛି। ଆସନ୍ତା ୨୬ରେ ୨୫ତମ ପ୍ରତିଷ୍ଠା ଦିବସରୁ ଦଳ ଅଭିଯାନ ଆରମ୍ଭ କରିବ। ବର୍ଷେ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଲାଗି ଖସଡା ପ୍ରସ୍ତୁତ ହୋଇଛି। ସେପଟେ କ୍ରମାଗତ ବିପର୍ଯ୍ୟୟ ସତ୍ତ୍ୱେ କଂଗ୍ରେସ ମଧ୍ୟ ପଛରେ ରହିବାକୁ ଚାହେଁନା। ୨୦୨୪ ଲାଗି ରଣନୀତି ପ୍ରସ୍ତୁତ ଲାଗି ଆସନ୍ତା ୧୮ରେ ଦଳର ବୈଠକ ବସିବ। ୯ ରୁ ୯୦ ମିଶନ ହାସଲ ଲାଗି ନେତାଙ୍କୁ ଏକଜୁଟ କରିବାକୁ ଉଦ୍ୟମ ଆରମ୍ଭ କରିଛି ଦଳ। ଏମିତିକି ଆଗାମୀ ୧୫ ଦିନ ଭିତରେ ଦଳ ଟିକଟ ଆଶାୟୀଙ୍କୁ ଗ୍ରୀନ୍ ସିଗନାଲ୍ ଦେବା ସହ ସେମାନଙ୍କୁ ସାଙ୍ଗରେ ଧରି ଅଭିଯାନ ଆଗକୁ ବଢାଇବାକୁ ଯୋଜନା କରିଛି।

Advertisment

୨୦୨୪ରେ ବିଜେଡିକୁ ଗାଦିଚ୍ୟୁତ କରି କ୍ଷମତା ହାତେଇବା ଚକ୍କରେ ରହିଛି ବିଜେପି। ଏଣେ ଅବକ୍ଷୟମୁଖୀ କଂଗ୍ରେସ ଦଳକୁ ପୁନର୍ଜୀବିତ କରିବା ଲାଗି ଭରପୁର ଉଦ୍ୟମ କରିବ। 

BJP BJD General Election 2024 Congress
Advertisment
Advertisment