ବିଜେପିର ଅଭିଯୋଗ- କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ତୃତୀୟ ମହଲାକୁ ଡାକି କଥା ହୋଇଛି ଶାସକ ଦଳ।
ଧାମନଗର ସମେତ ଦେଶର ୭ ଆସନର ଫଳାଫଳକୁ ଦେଖିଲେ ବିଜେପି ବେଶ ଭଲ ପ୍ରଦର୍ଶନ କରିଛି। ବିଜେଡି ସମେତ ଅନ୍ୟ ଆଞ୍ଚଳିକ ଦଳର ପ୍ରଦର୍ଶନ ସେଭଳି ଖରାପ ନଥିଲେ ବି କଂଗ୍ରେସ କ୍ଷତି ସହିଛି। ଆଗକୁ ୫ ଉପନିର୍ବାଚନ ଏବଂ ସାଧାରଣ ନିର୍ବାଚନ ଆସୁଥିବା ବେଳେ ଦଳଗୁଡିକ ସମୀକ୍ଷା କରିବା ସହିତ ଗଠନମୂଳକ ରଣକୌଶଳ ଆପଣାଇବାର ଆବଶ୍ୟକତା ନାହିଁ କି?
ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରାଯିବ। ବିଜେପି ବିଧାୟିକା କୁସୁମ ଟେଟେ ଆଜି ଏହି ସୂଚନା ଦେଇଛନ୍ତି।
ପରାଜୟର ସମୀକ୍ଷା ହେବାର ଆବଶ୍ୟକତା ଅଛି।
ଦୀର୍ଘ ୨୭ ବର୍ଷ ହେଲା ରାଜ୍ୟରେ ଶାସନ କରୁଥିବା ବିଜେପି ଏଥର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ନୀତୀନ ପଟେଲଙ୍କ ଭଳି ବରିଷ୍ଠ ନେତାଙ୍କୁ ନିର୍ବାଚନ ଲଢିବାକୁ ଟିକେଟ ଦେଇନି ।
ପଦ୍ମପୁର ରାଜନୀତିରେ ଏବେ ବଡ଼ ପ୍ରସଙ୍ଗ ଚାଷ ଓ ଚାଷୀ ସମସ୍ୟା । ଚାଷୀମାନେ ହିଁ ନିର୍ଣ୍ଣାୟକ ଭୂମିକାରେ ଥିବାରୁ ସବୁ ଦଳର ଫୋକସ୍ରେ ଅନ୍ନଦାତା । ବିଭିନ୍ନ ଚାଷୀ ସଂଗଠନ ଫସଲ ବୀମା ପ୍ରସଙ୍ଗରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଗତକାଲି ବିଜେପି ନେତା ପ୍ରଦୀପ ପୁରୋହିତ ଆନ୍ଦୋଳନକାରୀଙ୍କୁ ଭେଟିଥିଲେ । ସେହିଭଳି ଆଜି ବିଜେଡି ବିଧାୟକ ସୁଶାନ୍ତ ସିଂ ଚାଷୀ ନେତାଙ୍କୁ ଭେଟି ଆଲୋଚନା କରିଛନ୍ତି ।
ଚାଷୀମାନେ ବୀମା ସୁବିଧା ପାଉନଥିବାରୁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ପ୍ରଦୀପ ।
ସିଂହଦ୍ୱାରର ବହୁ ପୂର୍ବରୁ କାରକେଡ୍ ରଖି ବଡ଼ଦାଣ୍ଡରେ ଚାଲିଲେ ଓ ମହାପ୍ରଭୁଙ୍କ ଉଦେଶ୍ୟରେ ହାତ ଟେକିଲେ ।
ପୁରୀ ଶ୍ରୀମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବଳଗଣ୍ଡି ଛକରୁ ଚାଲି ଚାଲି ଶ୍ରୀମନ୍ଦିରରେ ପହଞ୍ଚିଲେ । ସିଂହଦ୍ୱାର ସାମ୍ନାରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ସଂବର୍ଦ୍ଧନା ଦିଆଯାଇଛି । ରାଷ୍ଟ୍ରପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କଲେ ଗଜପତି ମହାରାଜା । ସିଂହଦ୍ୱାର ସାମ୍ନାରେ ତଳେ ମୁଣ୍ଡ ଲଗାଇ ପ୍ରଣିପାତ କଲେ ରାଷ୍ଟ୍ରପତି । ଅରୁଣ ସ୍ତମ୍ଭକୁ ଛୁଇଁ ଶ୍ରୀମନ୍ଦିରରେ ପ୍ରବେଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି। ନଭେମ୍ବର ୧୭ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି।
ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିଲେ ମହାମହିମ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ମୁର୍ମୁ ।
ବନ୍ଦେ ଉତ୍କଳ ଜନନୀର ବନ୍ଦନା ସାଙ୍ଗକୁ ହାତରେ ହାତ ଛନ୍ଦି ସାନ୍ତାଳୀ ନୃତ୍ୟର ଅଭ୍ୟାସ କରୁଛନ୍ତି ସ୍କୁଲ ପିଲା । ସ୍କୁଲ ପରିସର ବି ସଜେଇ ହେଉଛି ମହାମହିମଙ୍କ ସ୍ୱାଗତ ପାଇଁ ।
ପଦ୍ମପୁର ଉପନିର୍ବାଚନରେ କିଏ ହେବେ ବିଜେଡି ପ୍ରାର୍ଥୀ ? କାହା ଉପରେ ଭରସା କରିବ ଦଳ ? ପ୍ରାର୍ଥୀ ଚୟନ ନେଇ ଧାମନଗରରେ ଯେଉଁ ଭୁଲ୍ ହୋଇଥିଲା, ତାହା ପଦ୍ମପୁରରେ ଯେପରି ରିପିଟ୍ ନହୁଏ ସେଥିପାଇଁ ଚାଲିଛି ଅଙ୍କକଷା ।
ନବୀନଙ୍କୁ ପୁଣି ଟାର୍ଗେଟ୍ କଲେ ପ୍ରଦୀପ। କହିଲେ, ଦଳ ପାଇଁ ଯିଏ କାମ କରେ ତାଙ୍କୁ ଗୁରୁତ୍ୱ ଦିଅନ୍ତି ନାହିଁ ନବୀନ ବାବୁ। ଏପର୍ଯ୍ୟନ୍ତ ଏୟାରପୋର୍ଟ ହେଲାନି କି ରେଲୱେର ବିକାଶ ବି ହେଲାନି। ହେଲେ ଚ୍ୟାଉ ପଟ୍ଟନାୟକଙ୍କୁ ଭୂରି ଭୂରି କଲେ ପ୍ରଶଂସା। ସେପଟେ ଚ୍ୟାଉ କହିଲେ ପାୱାର ପାଇବା ପରେ ପାପ କରିଛନ୍ତି ପ୍ରଦୀପ
କାଲି ଦିନ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ । ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ଚପର୍ରେ ସିଧାସଳଖ ପୁରୀ ଯିବେ ରାଷ୍ଟ୍ରପତି ।
ଧାମନଗର ବାଇଇଲେକ୍ସନରେ ବିଜେଡିକୁ ମାତ୍ ଦେଇ ଚର୍ଚ୍ଚାରେ ଥିବା ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ଏଠାକୁ କ୍ୟାଂପେନ୍ ପାଇଁ ଆଣିବାକୁ ଯୋଜନା କରୁଛି ଦଳ ।
ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ପଦ୍ମପୁରରେ ଯଦି ବାହାରନ୍ତି ପୁଣି ଜଣେ ରାଜୁ ଦାସ । ତେବେ ବିଜେଡି ପାଇଁ ଏହା ଘାଟା ହୋଇପାରେ । ତେଣୁ ଏଠି ଦଳ ଭାବିଚିନ୍ତି ନେବ ନିଷ୍ପତ୍ତି ।
ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପାଇଁ ବ୍ୟାପକ ବନ୍ଦୋବସ୍ତ କାଲି ପୁରୀରେ ହେବ କାରକେଡ୍ ରିହର୍ସାଲ୍ ।
ପଦ୍ମପୁରରେ କଂଗ୍ରେସର ଭଲ ପ୍ରାର୍ଥୀ ଅଛନ୍ତି ବୋଲି ସେ କହିଛନ୍ତି । ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।
ଧାମନଗରର ବିଧାୟକ ଭାବେ ସୂର୍ଯ୍ୟବଂଶୀ ସୂରଜ ଶପଥ ନେଇଛନ୍ତି। ବିଧାନସଭାରେ ବାଚସ୍ପତି ବିକ୍ରମ ଆରୁଖ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।
ପଦ୍ମପୁର ପାଇଁ ଆରମ୍ଭ ହେଲାଣି କସରତ । ନେତାଙ୍କୁ ବଣ୍ଟାଗଲାଣି ଦାୟିତ୍ୱ । ଧାମନଗର ଜୋସ୍ରେ ପଦ୍ମପୁରରେ ବି ପଦ୍ମ ଫୁଟାଇବା ପାଇଁ ବିଜେପିର ଲକ୍ଷ୍ୟ । ଏପଟେ ଧାମନଗର ଧକ୍କାର ବଦଲା ପଦ୍ମପୁରରେ ନେବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେଡି ।
ବିଜେଡିରେ ବିଦ୍ରୋହର ନିଆଁ । ଧାମନଗରରେ ରାଜୁ ଦାସ ପୋତିଲେ ମଞ୍ଜି । ଆଗକୁ ଅନେକ ରାଜୁ ସୃଷ୍ଟି ହେବା ଆଶଙ୍କା । ବିଦ୍ରୋହର ବାରୁଦ ଗଦା ଉପରେ ବସିଥିବା ବିଜେଡିକୁ ଘାରଛି ଗୋଷ୍ଠୀ କନ୍ଦଳର ଭୟ । ପ୍ରଥମ ଥର ପାଇଁ ଧାମନଗର ଉପନିର୍ବାଚନରେ ବଡ଼ ଝଟ୍କା ଲାଗିବା ପରେ ଦଳରେ ଚାଲିଛି ମାନସମନ୍ଥନ
ସବୁଠି ବିଦ୍ରୋହୀ ଥିବା କହି ବିଜେପି ଓ କଂଗ୍ରେସର ଆକ୍ଷେପ । ଶଙ୍ଖ ଶିବିରରେ ଛନକା ସତ୍ତ୍ୱେ ମାନିବାକୁ ନାରାଜ ବିଜେଡି ।
ପଦ୍ମପୁର ପାଇଁ ମଧ୍ୟ ଖୁବ ଶୀଘ୍ର ଓଡିଶା ଆସି ରଣନୀତି ପ୍ରସ୍ତୁତ କରିବେ ସୁନିଲ ବଂଶଲ ଏବଂ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ।