/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671178698.jpg)
Suresh Pujari
ସମ୍ବଲପୁରରେ ଓକିଲ ଆନ୍ଦୋଳନ ବେଳେ ହିଂସା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି ବିଜେପି । ଏନେଇ ନୂଆଦିଲ୍ଲୀରେ ପଶ୍ଚିମ ଓଡିଶାର ୫ ଜଣ ସାଂସଦ ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ହାଇକୋର୍ଟ ବେଂଚ ପ୍ରସଙ୍ଗ ଏହା ନିର୍ଦ୍ଦିଷ୍ଟ ଅଞ୍ଚଳର ସ୍ପର୍ଶକାତର ଦାବି । କିନ୍ତୁ ରାଜ୍ୟ ସରକାରଙ୍କ ନୀରବତା ଯୋଗୁଁ ଏଭଳି ଘଟିଲା, ରାଜ୍ୟ ସରକାର ଠିକ୍ ସମୟରେ ପଦକ୍ଷେପ ନେଇଥିଲେ ଏଡ଼ାଇ ହୋଇଥାନ୍ତା ବୋଲି ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି ।
ଓକିଲ ଆନ୍ଦୋଳନ ବେଳେ ହିଂସା ଘଟଣାକୁ ନେଇ ଅନେକ ଓକିଲଙ୍କୁ ଗିରଫ କରାଯାଇଛି, ଲାଇସେନ୍ସ ବାତିଲ୍ କରାଯାଇଛି । ଏବେ କୋର୍ଟ କେମିତି ଚାଲିବ ପ୍ରଶ୍ନ କରିଛନ୍ତି ସାଂସଦ ସୁରେଶ ପୂଜାରୀ । ଏନେଇ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ଦେଇ ହସ୍ତକ୍ଷେପ ଲୋଡ଼ିଛି ବିଜେପି । ସ୍ୱାଭାବିକ ସ୍ଥିତି ଫେରାଇବା ପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ସହ ଓକିଲଙ୍କ ଗିରଫଦାରୀ ବନ୍ଦ କରିବାକୁ ବିଜେପି ପକ୍ଷରୁ ଦାବି ହୋଇଛି ।
ଏପଟେ ସମ୍ବଲପୁର କୋର୍ଟ ଭଙ୍ଗାରୁଜା ଘଟଣାରେ ଆହୁରି ବଢ଼ିପାରେ ଗିରଫଦାରୀ ସଂଖ୍ୟା । ଏହି ମାମଲାରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବାରୁ ଏହାକୁ ନେଇ ସମ୍ବଲପୁର ର ସହରରେ ଲାଗି ରହିଛି ଉତ୍ତେଜନା । ତେଣୁ କଚେରୀ ଛକରେ ଆଜି ବି ୧୪୪ ଧାରା ବଳବତ୍ତର ରହିଛି । ସେପଟେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି । ଏସ୍ପି ଘଟଣା ଉପରେ ତୀକ୍ଷଣ ଦୃଷ୍ଟି ରଖିଛନ୍ତି । ଗତକାଲି ସୁଦ୍ଧା ଏ ମାମଲାରେ ପୋଲିସ ଓକିଲ, ଅଣ ଓକିଲ ଏବଂ କିନ୍ନରଙ୍କୁ ମିଶାଇ ମୋଟ ୩୨ ଜଣଙ୍କୁ ଗିରଫ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)