• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ରାଜ୍ୟରେ ଧିରେ ଧିରେ ଚଢୁଛି ହକି ଫିଭର୍ । ସଜେଇ ହେଉଛି ରାଜଧାନୀ । ଗାଁ ଗାଁରେ ଲାଗିଲାଣି ବିଶ୍ୱକପ୍ ହକି ପୋଷ୍ଟର ଆଉ ପୋଷ୍ଟରରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଫଟୋ । ନବୀନଙ୍କ ଫଟୋ ସହ ଟ୍ରଫି ଓ ମାସ୍କଟ ଓଲିର ଫଟୋ ବି ବିଭିନ୍ନ ସ୍ଥାନରେ ଛାଇ ଗଲାଣି । ଜାନୁଆରୀ ୧୧ରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ରଖାଯାଇଛି ଗ୍ରାଣ୍ଡ ଓପନିଂ ସେରିମନି । ଏଠାକୁ ବଲିଉଡ୍ ଷ୍ଟାର ରଣବୀର ସିଂ, ଅଭିନେତ୍ରୀ ଦିଶା ପଟାନୀ, ସଂଗୀତକାର ପ୍ରୀତମ ଆସିବେ ବୋଲି ଚର୍ଚ୍ଚା ହେଉଛି ।

ଏହା ବାଦ୍ ବିଭିନ୍ନ ଜିଲ୍ଲାରେ ମଧ୍ୟ ଆୟୋଜନ ହେବ ହକି ଫେଷ୍ଟିଭାଲ୍ । ବିଶ୍ୱ କପ ଟ୍ରଫି ମଧ୍ୟ ଜିଲ୍ଲାରୁ ଜିଲ୍ଲା ବୁଲିବ । ତାଛଡ଼ା ବିଭିନ୍ନ ସ୍ଥାନରେ ଏଲ୍ଇଡି ସ୍କ୍ରିନ ଲଗାଇ ଉଦ୍‌ଘାଟନୀ ଉତ୍ସବ ଦେଖାଇବାର ବ୍ୟବସ୍ଥା କରାଯିବ । କେବଳ ବ୍ରାଣ୍ଡିଂ, ପ୍ରଚାର ପ୍ରସାର, ଭେନ୍ୟୁ ମ୍ୟାନେଜମେଣ୍ଟ ଭଳି କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ହେବ ୭୫ କୋଟି । ଯାହାକୁ ନେଇ ଉଠିଛି ପ୍ରଶ୍ନ । ଏଭଳି ଆୟୋଜନ ପଛରେ ବିରୋଧୀ ବାରିଛନ୍ତି ରାଜନୀତିର ଗନ୍ଧ । ତେବେ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡି ଯୁବ ଭୋରଟଙ୍କୁ ଟାର୍ଗେଟ୍ କରିଥିବା କୁହାଯାଉଛି । ହକି ବିଶ୍ୱ କପ ଆଳରେ ବ୍ରାଣ୍ଡ ନବୀନର ପ୍ରମୋସନ ଲାଗି ଫନ୍ଦି କରାଯାଉଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ।

ଅଧିକ ପଢ଼ନ୍ତୁ: ହକି ବିଶ୍ୱକପ୍‌ ଉଦଘାଟନୀ ସମାରୋହରେ ଗୀତ ଗାଇବେ ଓଡ଼ିଆ ଝିଅ ନମିତା ମେଲେକା

ସେପଟେ ବିଶ୍ୱକପ୍ ହକିରେ ଭାରତ ଖେଳିବାକୁ ଥିବା ମ୍ୟାଚ୍ ପାଇଁ ମିଳୁନି ଟିକଟ୍ । ଅନ୍‌ଲାଇନ୍ ହେଉ କି ଅଫ୍‌ଲାଇନ୍ କେଉଁଠି ବି ଟିକଟ୍ ନାହିଁ । ଭୁବନେଶ୍ୱର ର କଳିଙ୍ଗ ଷ୍ଟାଡିୟମ୍ ହେଉ କି ରାଉରକେଲାର ବିର୍ଶା ମୁଣ୍ଡା ହକି ଷ୍ଟାଡିୟମ୍, ହକି ପ୍ରେମୀ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ଟିକଟ୍ ନପାଇ ନିରାଶରେ ଫେରୁଛନ୍ତି । ଏବେ କେବଳ ଅନ୍ୟ ଦେଶର ଲିଗ୍ ମ୍ୟାଚ୍ ଓ କ୍ରସ୍ ଓଭର୍ ମ୍ୟାଚ୍ ପାଇଁ ଟିକଟ ମିଲୁଛି । ହେଲେ କ୍ୱାର୍ଟର, ସେିମି ଓ ଫାଇନାଲ୍ ମ୍ୟାଚ୍ ଲାଗି ମିଳୁନି ଟିକଟ୍ । ପ୍ରଶ୍ନ ଉଠୁଛି କୁଆଡେ ଗଲା ଭାରତ ଖେଳିବାକୁ ଥିବା ମ୍ୟାଚ୍‌ର ଟିକଟ୍ ? ସବୁତକ ବିକ୍ରି ହୋଇସାରିଛି, ନା ଭିଭିଆଇପିଙ୍କ ପାଇଁ ଚାପି ଦିଆଯାଇଛି । ଅନ୍‌ଲାଇନ୍‌ରେ କେତେ, କାଉଣ୍ଟରରେ କେତେ ଟିକଟ୍ ବିକ୍ରି ହେଲା ସେ ହିସାବ ବି କେହି ଦେଉନାହାନ୍ତି ।

ସେପଟେ ବିଶ୍ୱକପ୍ ପାଇଁ ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ବସିବ । ଏଥିରେ ବିଶ୍ୱକପ୍ ଆୟୋଜନର ସବିଶେଷ ତଥ୍ୟ ଦେବା ସହ କିଭଳି ଭାବରେ ଏହି ଟୁର୍ଣ୍ଣାମେଣ୍ଟ ହେବ ତା’ଉପରେ ବିସ୍ତୃତ ଆଲୋଚାନ ହେବ ।