Advertisment

କୁରୁକ୍ଷେତ୍ର ପାଲଟିଥିଲା ଭୋଜି ସ୍ଥଳ: ମାଂସ ତରକାରୀ ପାଇଁ ବିଜେଡି କର୍ମୀ ମାର୍‌ପିଟ୍‌ !

ମିଶନ-୨୪ ମାନସ ମନ୍ଥନ ବେଳେ ବିଜେଡି କର୍ମୀଙ୍କ ମୁଣ୍ଡ ଗରମ। ଭୋଜିରେ ମାଂସ ତରକାରୀ ଭାଗବଣ୍ଟାକୁ ନେଇ ମାଡ଼ଗୋଳ ଓ ବାଡ଼ିଆପିଟା। କୁରୁକ୍ଷେତ୍ର ପାଲଟିଥିଲା ଭୋଜି ସ୍ଥଳ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJD Workers Quarrel Over Mutton Cury

BJD Workers Quarrel Over Mutton Cury

ମିଶନ-୨୪ ମାନସ ମନ୍ଥନ ବେଳେ ବିଜେଡି କର୍ମୀଙ୍କ ମୁଣ୍ଡ ଗରମ।  ଭୋଜିରେ ମାଂସ ତରକାରୀ ଭାଗବଣ୍ଟାକୁ ନେଇ ମାଡ଼ଗୋଳ ଓ ବାଡ଼ିଆପିଟା। ଯାହାର ଭିଡିଓ ସୋସିଆଲ୍‌ ମିଡିଆ ରେ ଭାଇରାଲ୍‌ ହୋଇଛି। 

Advertisment

ସୂଚନା ଅନୁସାରେ, ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେର ନିଜ ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ହରିଶଙ୍କର ଠାରେ ମିଶନ-୨୦୨୪ ସମ୍ମିଳନୀ କରିଥିଲେ।ଏଥିରେ ବଲାଙ୍ଗିର ଜିଲ୍ଲା ର ପାଟଣାଗଡ଼, ବେଲପଡ଼ା, ଖପ୍ରାଖୋଲ ଆଦି ଅଞ୍ଚଳର ବିଜେଡି କର୍ମୀ ଯୋଗ ଦେଇଥିଲେ। ହେଲେ କୁରୁକ୍ଷେତ୍ର ପାଲଟିଥିଲା ଭୋଜି ସ୍ଥଳ।

କିଛି ଦଳୀୟ କର୍ମୀ ନିଜ ନିଜ ଭିତରେ ମାଡ଼ଗୋଳ ଲାଗିଥିବା ଦେଖିବାକୁ ମିଳିଥିଲା।  ମାଂସ ତରକାରୀ ଭାଗବଣ୍ଟାକୁ ନେଇ ଏଭଳି ସ୍ଥିତି ଉପୁଜିଥିବା ଚର୍ଚ୍ଚା ହେଉଛି।  ତେବେ ଘଟଣାକୁ ନେଇ ଖବର ଲେଖାଯିବା ସୁଦ୍ଧା ବିଧାୟକ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
BJD BJD Workers General Election 2024
Advertisment
Advertisment