• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୨୪ ନିର୍ବାଚନ ପୂର୍ବରୁ ହେବ ନିର୍ଣ୍ଣାୟକ ଆନ୍ଦୋଳନ । ବିଜେଡି ସରକାରକୁ କ୍ଷମତାରୁ ହଟାଇବା ଲାଗି ହେବ ବଡ଼ ଲଢ଼େଇ । ଆଉ ଏ ଲକ୍ଷ୍ୟରେ ଆଜି ରାଜ୍ୟ ବିଜେପିରେ ହୋଇଛି ବଡ଼ ଧରଣର କସରତ । ଧାମନଗର ଓ ପଦ୍ମପୁର ଉପନିର୍ବାଚନର ଅଭିଜ୍ଞତା ଆଧାରରେ କ୍ଷମତା ଦଖଲ ପାଇଁ ପ୍ରସ୍ତୁତ ହୋଇଛି ଷ୍ଟ୍ରାଟେଜି । ରାଜ୍ୟ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଦଳର ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ରାଜ୍ୟ ପଦାଧିକାରୀ ଓ କୋର୍ ଟିମ୍ ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି । କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡ଼ି. ପୁରେନ୍ଦେଶ୍ୱରୀ ଓ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ବୈଠକରେ ପ୍ରଥମେ ଧାମନଗର ବିଜୟ ଓ ପଦ୍ମପୁର ପରାଜୟର ସମୀକ୍ଷା ହୋଇଥିଲା ।

ପ୍ରଭାରୀ ବଂଶଲଙ୍କୁ ଦିଆଯାଇଥିଲା ଦୁଇ ଉପନିର୍ବାଚନର ରିପୋର୍ଟ ,ଯାହା ଦୋଷ ଦୁର୍ବଳତା ରହିଛି, ସେଗୁଡିକରେ କିପରି ସୁଧାର ଅଣାଯିବ ସେନେଇ ବିସ୍ତୃତ ଆଲୋଚନା ହୋଇଛି । ତେବେ ବୈଠକରେ ଫୋକସରେ ଥିଲା ତୃଣମୂଳ ଅର୍ଥାତ ବୁଥ୍ ଓ ଶକ୍ତି କେନ୍ଦ୍ର ସ୍ତରରେ ସଙ୍ଗଠନକୁ ଆହୁରି ଶକ୍ତିଶାଳୀ କରିବା । ଲୋକଙ୍କ ସହିତ ଦଳକୁ ପୁରାପୁରି ଭାବେ ଯୋଡ଼ି ରଖିବା ପାଇଁ ଠୋସ୍ ଯୋଜନା ପ୍ରସ୍ତୁତ ହୋଇଛି । ଚାଷୀ ସମସ୍ୟା, ପଞ୍ଚାୟତିରାଜ ବ୍ୟବସ୍ଥାର ରାଜନୀତିକରଣକୁ ବିରୋଧ, ବିରୋଜଗାରୀ ସମସ୍ୟା, ନାରୀ ନିର୍ଯାତନା ଆଦି ପ୍ରସଙ୍ଗରେ କ୍ରମାଗତ ଜୋରଦାର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ହୋଇଛି । ଏପରିକି ୨୪ ନିର୍ବାଚନ ଲାଗି ଦଳ କର ବା ମର ମୋଡ୍ରେ କାମ କରିବ ।

ତେବେ ବିଜେପିର ଏହି କସରତ ବେଳେ ଜୋର୍ ଧରିଛି ମଡେଲ୍ ରାଜନୀତି । ଦିନକ ତଳେ ନବୀନ ନିବାସରେ ବିଜେଡିର ବୈଠକ ବେଳେ ପଦ୍ମପୁର ମଡେଲକୁ ସବୁ ନିର୍ବାଚନ କ୍ଷେତ୍ରରେ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ଏହାକୁ କାଉଣ୍ଟର କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିଜେଡି ପାଖରେ ପଦ୍ମପୁର ମଡେଲ୍ ଥିଲେ ଆମ ପାଖରେ ରହିଛି ଧାମନଗର ମଡେଲ୍ । ପାଦେ ଆଗକୁ ଯାଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ପଦ୍ମପୁର ମଡେଲ୍ ହେଉଛି ଦୁର୍ନୀତି-ଭ୍ରଷ୍ଟାଚାରର ମଡେଲ୍ । ଆମକୁ ଏଠି ଗୁଜରାଟ ଭଳି ଗୁଡ୍ ଗଭର୍ଣ୍ଣାସ ମଡେଲ୍ ଆପଣାଇବାକୁ ପଡ଼ିବ ଜବାବରେ ବିଜେଡି କହିଛି, ସୁଶାସନ ହିଁ ବିଜେଡିର ମଡେଲ୍ ।

ଆଗକୁ ପ୍ରତି ସଂସଦୀୟ କ୍ଷେତ୍ରକୁ କେନ୍ଦ୍ରମନ୍ତ୍ରୀମାନେ ଆସିବେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡା ମଧ୍ୟ ଆସି ବିଭିନ୍ନ ସ୍ଥାନରେ ସଭା, ସମିତି କରିବାର ଯୋଜନା ରହିଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଗକୁ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି ।