Maha Janasampark Abhiyaan in Kalahandi today
ଆଜି କଳାହାଣ୍ଡି ଭବାନୀପାଟଣାରେ ବିଜେପିର ମହା ଜନସମ୍ପର୍କ ଅଭିଯାନ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ସଭାକୁ ସମ୍ବୋଧିତ କରିବେ । ବୁର୍ଲା ଏମସିଏଲ ଗେଷ୍ଟ ହାଉସରୁ ବାହାରି ଭବାନୀପାଟଣା ପହଞ୍ଚିବା ପରେ ମାଆ ମାଣିକେଶ୍ୱରୀଙ୍କ ଦର୍ଶନ କରିବେ ନଡ୍ଡା । ପରେ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ମହାଜନ ସଂପର୍କ ସମାବେଶରେ ସାମିଲ ହେବେ । ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ବିଶେଷ ଓ କଳାହାଣ୍ଡି ଲୋକସଭା କ୍ଷେତ୍ରର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ ଓ ଆଲୋଚନା କରିବେ । ଅପରାହ୍ନରେ ନଡ୍ଡା ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)