Advertisment

5T ସଚିବଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ଥା କାହିଁକି ? ପ୍ରଶ୍ନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ...

5T ସଚିବଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ଥା କାହିଁକି ? ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପରୋକ୍ଷରେ ପୁଣି 5T ସଚିବଙ୍କୁ ଟାର୍ଗେଟ୍ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Why so much security to 5T Secretary questions MP Aparajita Sarangi

Why so much security to 5T Secretary questions MP Aparajita Sarangi

5T ସଚିବଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ଥା କାହିଁକି ? ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିବା ବେଳେ ଏତେ ଭୟ କାହାକୁ ? ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପରୋକ୍ଷରେ ପୁଣି 5T ସଚିବଙ୍କୁ ଟାର୍ଗେଟ୍ କରିଛନ୍ତି। ତାଙ୍କ ଲାଗି ହେଉଥିବା ଅତ୍ୟଧିକ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅପରାଜିତା ପ୍ରଶ୍ନ ଉଠାଇଛନ୍ତି।

Advertisment

5T ସଚିବଙ୍କ ବରଗଡ଼ ଗସ୍ତ ବେଳର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅପରାଜିତା ଟ୍ୱିଟ୍‌ କରିଛନ୍ତି। ଏହାସହ ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି ଯେ, ଯଦି ଜଣେ ସଚିବଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ଥା, ତେବେ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନରଙ୍କ ପାଇଁ କ’ଣ ବ୍ୟବସ୍ଥା ରହିଛି ? 

Advertisment

ହାଇଜାକ୍ ହୋଇଛି ଓଡ଼ିଶାର ଶାସନ ବ୍ୟବସ୍ଥା । ସଚିବ ସ୍ତରର ଅଧିକାରୀ କରିଛନ୍ତି ହାଇଜାକ୍ । 5T ସଚିବ ଭି.କେ. ପାଣ୍ଡିଆନଙ୍କ ନାଁ ନନେଇ ନିକଟରେ ଏମିତି ସାଂଘାତିକ ଅଭିଯୋଗ ଆଣିଥିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସାମ୍ବାଦିକ ସମ୍ମିଳନୀ କରି ଅପରାଜିତା ଆହୁରି ଅଭିଯୋଗ ଆଣିଥିଲେ ଯେ, ଓଡ଼ିଶାରେ ବିଚିତ୍ର ଶାସନ ବ୍ୟବସ୍ଥା ଦେଖିବାକୁ ମିଳୁଛି। 

MP Aparajita Sarangi
Advertisment
Advertisment