Advertisment

ମହାପ୍ରଭୁଙ୍କ ନାଁରେ ସାଇବର ଠକେଇ ! ବିଭିନ୍ନ ପୂଜା ପାଇଁ ଭିନ୍ନ ଭିନ୍ନ ରେଟ୍ ଚାଟ୍

ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜା କରିବା ପାଇଁ ୨୪୦୧ ଟଙ୍କା, ଶ୍ରୀମନ୍ଦିରରେ ଧ୍ୱଜା ବାନ୍ଧିବା ପାଇଁ ୨୧୫୧ ଟଙ୍କା, ମନ୍ଦିରରେ ନାମ ଏବଂ ଗୋତ୍ର ସଂକଳ୍ପ ପାଇଁ ୮୦୧ ଟଙ୍କା ଆଦାୟ କରୁଛି ଏହି ସଂସ୍ଥା।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Cyber Crime In Name Of Lord Jagannath

Cyber Crime In Name Of Lord Jagannath

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଁରେ ଚାଲିଛି ମହା ଠକେଇ। ମୋବାଇଲ୍ ଆପ୍ ଜରିଆରେ ମହାପ୍ରଭୁଙ୍କ ପାଖରେ ଅନଲାଇନ୍ ପୂଜା କରିବା ପାଇଁ ମାସିକିଆ ଚାନ୍ଦା ଆଦାୟ କରୁଛି 'ଉତ୍ସବ' ନାମକ ଏକ ଅନଲାଇନ୍ ପ୍ଲାଟଫର୍ମ । ଏବେ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ଚାଲିଥିବା ବେଳେ ଏହି ସମୟରେ ରଥରେ ଭୋଗ ଲଗାଇବା ପାଇଁ ଭକ୍ତଙ୍କଠାରୁ କାଳେ ଏହି ସଂସ୍ଥା ୪୫୦୦ ଟଙ୍କା ଦାବି କରୁଛି।

Advertisment

ଗୋଟେପଟେ ମହାପ୍ରଭୁଙ୍କ ସାନିଧ୍ୟ ପାଇବା ପାଇଁ ଭକ୍ତ ଆତୁର ହେଉଥିବା ବେଲେ ଦୂରଦୂରାନ୍ତରେ ଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଖେଳୁଛି ଏହି ଅନଲାଇନ୍ ପ୍ଲାଟଫର୍ମ। ଖାଲି ସେତିକି ନୁହେଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜା କରିବା ପାଇଁ ୨୪୦୧ ଟଙ୍କା, ଶ୍ରୀମନ୍ଦିରରେ ଧ୍ୱଜା ବାନ୍ଧିବା ପାଇଁ ୨୧୫୧ ଟଙ୍କା, ମନ୍ଦିରରେ ନାମ ଏବଂ ଗୋତ୍ର ସଂକଳ୍ପ ପାଇଁ ୮୦୧ ଟଙ୍କା ଆଦାୟ କରୁଛି ଏହି ସଂସ୍ଥା।

ଆଶ୍ଚର୍ଯ୍ୟର କଥା ମହାପ୍ରଭୁଙ୍କ ମସ୍ତକରେ ଆଟିକା ବାନ୍ଧିବା ପାଇଁ ୧୧୫୦୧ ଟଙ୍କା ଆଦାୟ କରୁଛି ଏହି ଅନଲାଇନ୍ ପ୍ଲାଟଫର୍ମ। ଏ ଭିତରେ ପ୍ରାୟ ୩୭୦୦ ଭକ୍ତ ଟଙ୍କା ଦେଇ ଅନ ଲାଇନ୍ ବୁକ୍ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ପଶ୍ଚିମବଙ୍ଗରୁ ଏହି ଆପ୍ ଅପରେଟ୍ ହେଉଛି। ଏହାକୁ ତୀବ୍ର ବିରୋଧ କରି ଜଗନ୍ନାଥ ସେନା ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପ୍ରତିବାଦ କରିବା ସହ ଥାନାରେ ଏତଲା ମଧ୍ୟ ଦେଇଛି ।

Advertisment

ପୂର୍ବରୁ ତିରୁପତି ମନ୍ଦିରକୁ ନେଇ ମଧ୍ୟ ଠିକ୍‌ ଏମିତି ଏକ ଅଭିଯୋଗ ସାମ୍ନାକୁ ଆସିଥିଲା । ତିରୁପତି ଭଗବାନଙ୍କ ଦର୍ଶନ ପାଇଁ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । ଲମ୍ବା ଧାଡ଼ିରେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ମିଳିଥାଏ ଭଗବାନ ତିରୁପତି ବାଲାଜିଙ୍କ ଦର୍ଶନ । ଆଉ ଭଗବାନଙ୍କୁ ଦର୍ଶନ କରିବାକୁ ହେଲେ ଲାଗିଥାଏ ଟିକେଟ । କିନ୍ତୁ ଦୁଃଖର ବିଷୟ ଯେ, ଭଗବାନଙ୍କୁ ଦର୍ଶନ ପାଇଁ ଲୋକେ ଯେଉଁ ଟିକେଟ କିଣିଥାନ୍ତି ତାହା ନକଲି ସାବ୍ୟସ୍ତ ହୋଇଥାଏ ।

ଗତ ମେ’ରେ ସାଇବର ପୋଲିସ ପ୍ରାୟ ୪୧ଟି ନକଲି ୱେବସାଇଟ୍‌ ବନ୍ଦ କରିଛି । ଏହି ୱେବ୍‌ସାଇଟ୍‌ମାନେ ତିରୁପତି ମନ୍ଦିର ପାଇଁ ଟିକଟ ବିକ୍ରି କରୁଥିଲେ, ଯାହାକି ନକଲି ଥିଲା । ଏମାନଙ୍କର କେବଳ ଟିକଟ ନକଲି ନୁହେଁ ବରଂ ତିରୁପତିଙ୍କ ନାଁରେ ଖୋଲାଯାଇଥିବା ଏହି ୪୧ଟି ଯାକ ୱେବ୍‌ସାଇଟ୍‌ ହିଁ ନକଲି । ଲୋକମାନେ ଏହି ୱେବ୍‌ସାଇଟ୍‌ ହାବୁଡ଼ରେ ପଡ଼ି ତିରୁପତି  ବାଲାଜିଙ୍କ ଦର୍ଶନ ପାଇଁ ଏଥିରୁ ଟିକଟ କିଣୁଛନ୍ତି ହେଲେ ପରେ ଏହା ନକଲି ସାବ୍ୟସ୍ତ ହେଉଛି । ଯାହାଫଳରେ ସେମାନଙ୍କୁ ନାନା ହଟହଟା ହେବାକୁ ପଡ଼ୁଛି । ଏମିତି ପ୍ରାୟ ଲକ୍ଷ ଲକ୍ଷ ଭକ୍ତ ତଥା ଶ୍ରଦ୍ଧାଳୁ ଠକେଇର ଶିକାର ହୋଇଥିବା ସୂଚନା ରହିଛି । ଆଉ ଏଭଳି ଅଭିଯୋଗ ବାରମ୍ବାର ଆସିବା ପରେ ସାଇବର ପୋଲିସ ଏନେଇ ପଦକ୍ଷେପ ନେଇଛି ।

Srimandir Lord Jagannath Puri Temple
Advertisment
Advertisment