Advertisment

ମୋଦିଙ୍କ ପରେ ବାଇଡେନ୍‌ ବି କହିଲେ, ଦ ଫ୍ୟୁଚର ଇଜ୍ ଆମେରିକା-ଇଣ୍ଡିଆ...

ବିଶ୍ୱର ସବୁ ବଡ଼ ବଡ଼ ଗଣମାଧ୍ୟମରେ କରାଯାଇଛି ମୋଦିଙ୍କ ପ୍ରଶଂସା । ଖବରକାଗଜରେ ଲିଡ୍‌ ଷ୍ଟୋରୀର ହେଡ୍‌ଲାଇନ୍‌ ପାଲଟିଛନ୍ତି ମୋଦି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Narendra Modi

Narendra Modi

ସାରା ବିଶ୍ୱରେ ଏବେ ମୋଦି ଫିଭର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ଏବଂ ଆମେରିକା କଂଗ୍ରେସରେ ତାଙ୍କ ଭାଷଣକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ଖାଲି ଆମେରିକା ନୁହେଁ ସାରା ବିଶ୍ୱ ଏବେ ମୋଦି ମାନିଆରେ ମସଗୁଲ । ବିଶ୍ୱର ସବୁ ବଡ଼ ବଡ଼ ଗଣମାଧ୍ୟମରେ କରାଯାଇଛି ମୋଦିଙ୍କ ପ୍ରଶଂସା ।  ଖବରକାଗଜରେ ଲିଡ୍‌ ଷ୍ଟୋରୀର ହେଡ୍‌ଲାଇନ୍‌ ପାଲଟିଛନ୍ତି ମୋଦି ।

Advertisment

ଆମେରିକା କଂଗ୍ରେସରେ ମୋଦି ନିଜ ଭାଷଣରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଆଉ ତାହାରି ଭିତରୁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ମୋଦିଙ୍କ AI ଉପାଖ୍ୟାନ। ମୋଦି ନିଜ ଭାଷଣରେ କହିଥିଲେ, ‘ଏବେ AIର ଯୁଗ ଆରମ୍ଭ ହୋଇଛି । AI ଅର୍ଥାତ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବୋଲି ସମସ୍ତ ଜାଣନ୍ତି । କିନ୍ତୁ ଏଠି ମୁଁ କହି ରଖୁଛି ଯେ, AIର ଯୁଗ ଅର୍ଥାତ ଆମେରିକା-ଇଣ୍ଡିଆ ଯୁଗ ଆରମ୍ଭ ହୋଇଛି ।’

ମୋଦିଙ୍କ ଏହି ଭାଷଣ ଶୁଣିବା ପରେ ଆମେରିକା ପ୍ରେସିଡେଣ୍ଟ ଜୋ ବାଇଡେନ୍‌ ଏକ ବଡ଼ ଉପହାର ଦେଇଛନ୍ତି । ତାକୁ ନେଇ ବି ଏବେ ଖୁବ୍‌ ଚର୍ଚ୍ଚା । ସେହି ଉପହାରଟି ହେଲା ଏକ ନାଲି ରଙ୍ଗର ଟି-ସାର୍ଟ । ଯେଉଁଥିରେ ଲେଖାଯାଇଛି AI । ଖାଲି AI ନୁହେଁ ଟି-ସାର୍ଟରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, The Future Is AI, America & India । ଏହି ଟି-ସାର୍ଟଟି ଜୋ ବାଇଡେନ୍‌ ନିଜ ହାତରେ ମୋଦିଙ୍କୁ ଉପହାର ଦେଇଛନ୍ତି ।

Advertisment

ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି ।

ତେବେ ତିନି ଦିନିଆ ଆମେରିକା ଗସ୍ତ ସାରି ଦୁଇ ଦିନିଆ ଇଜିପ୍ଟ ଗସ୍ତରେ ଆଜି ବାହାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ଶେଷ ହେବା ପୂର୍ବରୁ ୱାଶିଂଟନ୍ ଡିସିର ରୋନାଲ୍ଡ ରିଗନ ସେଣ୍ଟରରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ। ଆମେରିକାରେ ପ୍ରବାସୀ ଭାରତୀୟଙ୍କୁ ମୋଦି ସମ୍ବୋଧନ କରି କହିଥିଲେ, ଭାରତ-ଆମେରିକା ପାର୍ଟନରସିପ୍ ଏକବିଂଶ ଶତାବ୍ଦୀର ବିଶ୍ୱକୁ ଶ୍ରେଷ୍ଠ କରିବ । ଆମେରିକା ଭାରତର ସବୁଠୁ ବଡ଼ ବ୍ୟବସାୟିକ ସହଯୋଗୀ। ଭାରତରେ ପୁଞ୍ଜି ନିବେଶ ପାଇଁ ଏହା ଶ୍ରେଷ୍ଠ ସମୟ। 

Joe Biden PM Narendra Modi
Advertisment
Advertisment