/odishatv-khabar/media/post_attachments/uploadimage/library/16_9/16_9_0/JP_Nadda_1687531565.jpg)
JP Nadda
ଖୋଲିବ ଆବାସ ଜାଲିଆତିର ପୋଲ୍ । କେନ୍ଦ୍ର କରିବ ସରଜମିନ୍ ତଦନ୍ତ । ଜେଲ୍ ଯିବେ ଭ୍ରଷ୍ଟାଚାରୀ । ଭବାନୀପାଟଣା ମହାଜନସମ୍ପର୍କ ସମାବେଶରେ ଏଭଳି ଚରମବାଣୀ ଶୁଣାଇଛନ୍ତି
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା। ନିଶାନାରେ ରାଜ୍ୟ ସରକାର। ମୋଦି ସରକାର ଓଡିଶାକୁ ୭୫ ଲକ୍ଷ ଘର ଦେଇଛନ୍ତି। ୨୯ ଲକ୍ଷ ଘର ନିର୍ମାଣ କାମ ଆରମ୍ଭ ହୋଇଛି।
ତେବେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁନି ଆବାସ। ଚଞ୍ଚକତା କରି ପାତର ଅନ୍ତର ନୀତି ଆପଣାଉଛି ରାଜ୍ୟ। କେନ୍ଦ୍ର ସରକାର ପଠାଉଥିବା ଘର କାହିଁକି ରାଜ୍ୟର ହିତାଧିକାରୀଙ୍କ
ପାଖରେ ପହଞ୍ଚିବନି ତାକୁ ନେଇ ନଡ୍ଡା ପ୍ରଶ୍ନ ଉଠାଇଛନ୍ତି। ଖାଲି ସେତିକି ନୁହେଁ, ଆବାସ ଯୋଜନା ନାଁ ବଦଳାଇ ଘର ଦିଆଯାଉଥିବା କଥାକୁ ବି ସାମ୍ନାକୁ ଆଣିଛନ୍ତି।
ସେପଟେ ନଡ୍ଡାଙ୍କ ଅଭିଯୋଗକୁ ସମର୍ଥନ କରିଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂ। ରାଜ୍ୟରେ ଆବାସ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଛି। ଦିଲ୍ଲୀ ଯାଇ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବେ ବୋଲି ଆଜି ଗିରିରାଜ କହିଛନ୍ତି। ସେପଟେ ତଦନ୍ତକୁ କଂଗ୍ରେସ ସ୍ୱାଗତ କରିଥିବାବେଳେ ଘର ବଣ୍ଟନରେ କାହିଁକି ବିଳମ୍ବ ହେଲା ତାକୁ ନେଇ ପ୍ରଶ୍ନ ଉଠାଇଛି। ଅନ୍ୟପଟେ ଶାସକ ଦଳ କହିଛି, ଗାଇଡ ଲାଇନ୍ ଅନୁଯାୟୀ ଘର ବଣ୍ଟାଯାଇଛି। କେବଳ ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ପ୍ରୟାସ ହେଉଛି।
ସେପଟେ ଘରେ ଖଣ୍ଡେ ପାଇଁ ଗ୍ରାଉଣ୍ଡ ଜିରୋରେ କେମିତି ଦହଗଞ୍ଜ ହେଉଛନ୍ତି ପ୍ରକୃତ ହିତାଧିକାରୀ ଭଦ୍ରକ ବାସୁଦେବପୁରର ବନିତା ସେନାପତି ତାର ଜ୍ୱଳନ୍ତ ଉଦାହରଣ। ଆବାସ
ଯୋଜନା ତାଳିକାରେ ନା ଥିଲେ ବି ୱାର୍କ ଅର୍ଡର ମିଳିନଥିବାରୁ ଏବେ ବି ଝାଟିମାଟିର ଚାଳ ଘରେ ବିତୁଛି ଜୀବନ। ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଝରିଗାଁର ନିରମଣିଙ୍କର ବି ସମାନ ଅବସ୍ଥା।
ଗ୍ରାଉଣ୍ଡ ଜିରୋରେ ପ୍ରକୃତ ହିତାଧିକାରୀଙ୍କ ଏ ସ୍ଥିତି ଓ ଆବାସ ଚଞ୍ଚକତାକୁ ନେଇ ନଡ୍ଡାଙ୍କ ଚରମବାଣୀ ସହ କେନ୍ଦ୍ରମନ୍ତ୍ରୀଙ୍କ ତଦନ୍ତ ଚେତାବନୀ, ପୂରା ପ୍ରସଙ୍ଗକୁ ନୂଆ ମୋଡ଼ ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)