Advertisment

ମନ୍ତ୍ରୀ ହେବା ଲାଳସାରେ ସୌମ୍ୟ ବାବୁ ଏଭଳି ମନ୍ତବ୍ୟ ଦେଉଛନ୍ତି: ବିଜେଡି ନେତା ଅନୁଭବ ପଟ୍ଟନାୟକ

ସୌମ୍ୟରଞ୍ଜନଙ୍କ ସମ୍ପାଦକୀୟ ଲେଖାକୁ ନେଇ ଟାର୍ଗେଟ୍‌ର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଅନୁଭବ ପଟ୍ଟନାୟକ। ସେ କହିଛନ୍ତି, ପୁଣି ଥରେ ସେ(ସୌମ୍ୟରଞ୍ଜନ ପଟ୍ଟନାୟକ) ବିଜେପିକୁ ଯିବା ପାଇଁ ଏଭଳି ମନ୍ତବ୍ୟ ଦେଉଛନ୍ତି। ମନ୍ତ୍ରୀ ହେବା ଲାଳସାରେ ସେ ଏଭଳି ମନ୍ତବ୍ୟ ଦେଉଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJD leader Anubhav Patnaik takes a jibe at MLA Soumya Ranjan Patnaik

BJD leader Anubhav Patnaik takes a jibe at MLA Soumya Ranjan Patnaik

ବିଜେଡି ସରକାରକୁ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଟାର୍ଗେଟ କରିବା ପ୍ରସଙ୍ଗରେ ତେରଛା ବାଣ ମାରିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଏନେଇ ତାଙ୍କ ଦୈନିକ ଖବର କାଗଜରେ ସମ୍ପାଦକୀୟ ମାଧ୍ୟମରେ ପରୋକ୍ଷ ଭାବେ ନବୀନ ସରକାରଙ୍କୁ ବି ଟାର୍ଗେଟ୍ କରିଛନ୍ତି ସୌମ୍ୟରଞ୍ଜନ।

Advertisment

ସୌମ୍ୟ ଲେଖିଛନ୍ତି, ‘ଏବେ ଅନେକ ସ୍ଥାନରେ ବିଭାଗୀୟ ମନ୍ତ୍ରୀଙ୍କ ସ୍ଥାନରେ ସଚିବ ଗସ୍ତ କରୁଛନ୍ତି । ଏହାକୁ ନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ମୁଖ୍ୟମନ୍ତ୍ରୀ ଯଦି ସଚିବଙ୍କୁ ଦାୟିତ୍ୱ ଦେବେ, ଏଥିରେ ତାଙ୍କର ଦୋଷ କେଉଁଠି ରହିଲା ବୋଲି ସୌମ୍ୟରଞ୍ଜନ କହିଛନ୍ତି।’

ସେପଟେ ସୌମ୍ୟରଞ୍ଜନଙ୍କ ସମ୍ପାଦକୀୟ ଲେଖାକୁ ନେଇ ଟାର୍ଗେଟ୍‌ର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଅନୁଭବ ପଟ୍ଟନାୟକ। ସେ କହିଛନ୍ତି, ପୁଣି ଥରେ ସେ(ସୌମ୍ୟରଞ୍ଜନ ପଟ୍ଟନାୟକ) ବିଜେପିକୁ ଯିବା ପାଇଁ ଏଭଳି ମନ୍ତବ୍ୟ ଦେଉଛନ୍ତି। ମନ୍ତ୍ରୀ ହେବା ଲାଳସାରେ ସେ ଏଭଳି ମନ୍ତବ୍ୟ ଦେଉଛନ୍ତି। ନିଜ ସ୍ୱାର୍ଥ ହାସଲ ପାଇଁ ଜଣେ ବ୍ୟକ୍ତି ଜୀବନ ସାରା ଦଳ ପରିବର୍ତ୍ତନ କରିଛନ୍ତି।କେମିତି ମନ୍ତ୍ରୀଟିଏ ହେବେ, ସେହି ଲାଳସାରେ ଏଭଳି ମନ୍ତବ୍ୟ ଦେଉଛନ୍ତି।’ 

Advertisment

BJD Leader
Advertisment
Advertisment