Advertisment

ଯେଉଁମାନେ ଜରୁରୀକାଳିନ ସ୍ଥିତିକୁ ବିରୋଧ କରିଥିଲେ, ସେମାନଙ୍କୁ ମାସକୁ ୧୫୦୦୦ ପେନ୍‌ସନ୍‌

୩୦୦ ‘ସ୍ୱାଧିନିତା ସଂଗ୍ରାମୀ’ ଏବଂ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ଓ ସେମାନଙ୍କ ସମ୍ପର୍କୀୟଙ୍କୁ ସମ୍ମାନିତ କରାଯିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେହି କାର୍ଯ୍ୟକ୍ରମରେ ଏଭଳି ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ।

author-image
Satyendu Shekher Mishra
Himant Biswa sarma

Himant Biswa sarma

୧୯୭୫ରେ ଦେଶରେ ଲାଗୁ କରାଯାଇଥିବା ଜରୁରୀକାଳିନ ପରିସ୍ଥିତିକୁ ଯେଉଁମାନେ ସେତେବେଳେ ବିରୋଧ କରିଥିଲେ, ସେମାନଙ୍କୁ ସମ୍ମାନିତ କରିଛନ୍ତି ଆସାମ ସରକାର । ଖାଲି ସେତିକି ନୁହେଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି । ଆଉ କହିଛନ୍ତି ଜରୁରୀକାଳିନ ପରିସ୍ଥିତି ଲାଗୁ ପାଇଁ ସେତେବେଳେ ଯେଉଁ ରାଷ୍ଟ୍ରପତି ଓ କଂଗ୍ରେସ ସଭାପତି ଦସ୍ତଖତ କରିଥିଲେ, ସେମାନେ ଆସାମରୁ ହିଁ ଥିଲେ । ଏହି ସମୟରେ ସେ ଏହା ବି ସ୍ପଷ୍ଟ କରିଛନ୍ତି ଯେ ବିରୋଧୀ ରାଜନୈତିକ ନେତା, ଗଣମାଧ୍ୟମ, ଆଇନଜୀବୀ ତଥା ସମାଜର ଅନ୍ୟାନ୍ୟ ବର୍ଗ ଦ୍ୱାରା ଜରୁରୀକାଳିନ ପରିସ୍ଥିତିକୁ ଯେଉଁଭଳି ଭାବେ ବିରୋଧ କରାଯାଇଛି, ଆଗକୁ କୌଣସି ବି ସରକାର ଏଭଳି ଜରୁରୀକାଳିନ ପରିସ୍ଥିତି ଲାଗୁ ପାଇଁ ନିଷ୍ପତ୍ତି ନେବେ ନାହିଁ । ଏଥିପାଇଁ ଚିନ୍ତା ବି କରିବେ ନାହିଁ ।

Advertisment

୩୦୦ ‘ସ୍ୱାଧିନିତା ସଂଗ୍ରାମୀ’ ଏବଂ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ଓ ସେମାନଙ୍କ ସମ୍ପର୍କୀୟଙ୍କୁ ସମ୍ମାନିତ କରାଯିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେହି କାର୍ଯ୍ୟକ୍ରମରେ ଏଭଳି ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ନିଜ ଭାଷଣରେ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ, ସେତେବେଳେ ଯେଉଁ ରାଷ୍ଟ୍ରପତି (ଫକରୁଦ୍ଦିନ ଅଲ୍ଲୀ) ଏହି ନିର୍ଦେଶରେ ଦସ୍ତଖତ କରିଥିଲେ ସେ ମଧ୍ୟ ଏହି ଆସାମ ରାଜ୍ୟରୁ ହିଁ ଥିଲେ । ସେହି ଗୋଟିଏ ଥର ହିଁ ଦେଶକୁ ଜଣେ ରାଷ୍ଟ୍ରପତି ଦେଇଛି ଆସାମ ।

ଏହି ଅବସରରେ ଆଉ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେଉଁମାନେ ବି ଜରୁରୀକାଳିନ ପରିସ୍ଥିତିକୁ ସେତେବେଳେ ବିରୋଧ କରିଥିଲେ ସେମାନଙ୍କ ପାଇଁ ଆସାମ ସରକାର ପେନ୍‌ସନ୍‌ ବ୍ୟବସ୍ଥା କରିବେ । ସେମାନଙ୍କୁ ମାସିକ ୧୫ ହଜାର ଟଙ୍କା ଲେଖାଏଁ ପେନ୍‌ସନ୍‌ ଦିଆଯିବ ।

Advertisment

ସେ କହିଛନ୍ତି, ୧୯୭୫ ମସିହାରେ ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଆଉ ସେତେବେଳେ କଂଗ୍ରେସ ମୁଖ୍ୟ ଥିଲେ ଦେବାକାନ୍ତ ବାରୁହା । ସେ ମଧ୍ୟ ଆସାମରୁ ଥିଲେ । ଯିଏ କି କହିଥିଲେ ଯେ ଇଣ୍ଡିଆ ଇଜ୍ ଇନ୍ଦିରା ଏବଂ ଇନ୍ଦିରା ହେଉଛି ଇଣ୍ଡିଆ । ହିମନ୍ତ ବିଶ୍ୱ ଶର୍ମା ଆହୁରି କହିଛନ୍ତି ଯେ ତାଙ୍କର ବିବୃତ୍ତି ଏବେ ଇତିହାସରେ ଲିପିବଦ୍ଧ ହୋଇରହିଛି । ଜରୁରୀକାଳୀନ ପରିସ୍ଥିତି ହେଉଛି ଦେଶର ଇତିହାସରେ ଏକ କଳା ଅଧ୍ୟାୟ ।

ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ଲୋକଙ୍କୁ ଉତ୍ସାହିତ କରି ବିଶ୍ୱ ଶର୍ମା କହିଛନ୍ତି ଯେ, ଏହି ଲୋକମାନେ ଗଣତନ୍ତ୍ର ପାଇଁ ଲଢ଼ିଥିଲେ ଏବଂ ଏମିତି ପରିସ୍ଥିତି ସୃଷ୍ଟି କରିଥିଲେ ଯେ ଏବେ କୌଣସି ବି ସରକାର ଜରୁରୀକାଳିନ ପରିସ୍ଥିତି ଲାଗୁ କରିବା କଥା ଚିନ୍ତା ବି କରିପାରିବ ନାହିଁ ।

କଂଗ୍ରେସକୁ ଟାର୍ଗେଟ କରି ସିଏମ୍ ବିଶ୍ୱ ଶର୍ମା କହିଛନ୍ତି ଯେ ଦେଶର ସ୍ୱାଧୀନତା ପାଇଁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସଂଗ୍ରାମ କରିଥିବା କଂଗ୍ରେସ ଦଳ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଗୋଟିଏ ପରିବାରରେ ହିଁ ସୀମିତ ରହିଥିଲା।

Assam Himanta Biswa Sarma
Advertisment
Advertisment