Advertisment

ଆମେରିକା କଂଗ୍ରେସରେ ମୋଦି ଗାଇଲେ କବିତା...ଏବେ ତ ସୂର୍ଯ୍ୟୋଦୟର ସମୟ, ହଟିଯିବ ଅନ୍ଧାର...

୨୦୨୨ ଫେବୃଆରୀ ୨୪ରୁ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି । ଭାରତ ଏକାଧିକ ଥର ଶାନ୍ତି ପାଇଁ ଅପିଲ କରିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Narendra Modi at America Congress

Narendra Modi at America Congress

ଏକ ଐତିହାସିକ ମୁହୁର୍ତ୍ତରେ ଆମେରିକାରେ ଭାଷଣ ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏହାର ଏକ ବଡ଼ ଫାଇଦା ଉଠାଇଛନ୍ତି । ସେ ସମସ୍ତଙ୍କ ଆଗରେ ଅର୍ଥାତ୍‌ ପୁରା ବିଶ୍ୱ ଆଗରେ ନିଜେ ଲେଖିଥିବା ଏକ କବିତା ପାଠ କରିଛନ୍ତି । ଏହି କବିତାର ସାରମର୍ମ ଏତିକି ଥିଲା ଯେ, କେବେ ହାର୍‌ ମାନିବା ଉଚିତ୍ ନୁହେଁ । ସବୁବେଳେ ଚିନ୍ତା କରିବା କଥା ଏଇତ ଆରମ୍ଭ ମାତ୍ର ।

Advertisment

ତେବେ ଗୀତଟି ହେଲା

‘ଆସମାନ୍‌ ମେ ସର ଉଠାକର, ଘନେ ବାଦଲୋଁକୋ ଚିର କର
ରୋସନୀ କା ସଂକଳ୍ପ ଲେ, ଅଭି ତୋ ସୁରଜ ଉଗା ହେ
ଦର୍ଦ ନିଶ୍ଚୟ କେ ସାଥ୍ ଚଲ୍‌କର ହର୍‌ ମୁସ୍‌କିଲ୍‌ କୋ ପାର୍‌ କର
ଘୋର ଅନ୍ଧେରେ କୋ ମିଟାନେ, ଅଭି ତୋ ସୁରଜ ଉଗା ହେ’

ତେବେ ମୋଦିଙ୍କ ଭାଷଣ ସରିବା ପରେ, ତାଙ୍କ କ୍ରେଜ୍‌ ଖୁବ୍‌ ବଢ଼ିଯାଇଥିଲା । ସମସ୍ତେ ତାଙ୍କ ପାଖକୁ ଆସି ସେଲ୍‌ଫି ନେବା ପାଇଁ ଆଗ୍ରହ ଦେଖାଇଥିଲେ । ଏମିତିକି ମୋଦିଙ୍କ ସହ ସେଲ୍‌ଫି ପାଇଁ ସତେ ଯେମିତି ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା । ମୋଦିଙ୍କ ଭାଷଣ ଓ କବିତା ପାଇଁ ତାଙ୍କୁ ଷ୍ଟାଣ୍ଡିଂ ଓବେସନ୍‌ ମିଳିଥିଲା । ସମସ୍ତେ ତାଳି ମାରିଥିଲେ । ଆଉ ମୋଦି ମୋଦି ନାରା କମ୍ପିଥିଲା ପୁରା ପରିବେଶ ।

Advertisment

କୋଭିଡ ମହାମାରୀ ସମୟରେ ସାରା ବିଶ୍ୱକୁ ଭାରତ ଯେଉଁଭଳି ଭାବେ ସହଯୋଗର ହାତ ବଢ଼ାଇଥିଲା, ଆଜି ସାରା ବିଶ୍ୱ ତାକୁ ସାଧୁବାଦ ଜଣାଉଛି । ଭାରତ ଓ ପ୍ରଧାନମନ୍ତ୍ରୀ ମୋଦି ସାରା ବିଶ୍ୱକୁ ଶାନ୍ତିର ସନ୍ଦେଶ ଦେବା ସହ ବିପଦ ସମୟରେ ସାରା ବିଶ୍ୱକୁ ଭ୍ୟାକ୍ସିନ୍ ଯୋଗାଇଥିଲେ । ଏମିତିକି କୋଭିଡ୍‌ରୁ ବର୍ତ୍ତିବା ପାଇଁ ଭାରତର ମଡେଲକୁ ସାରା ବିଶ୍ୱ ଆପଣାଇଥିଲା । ମୋଦି ଆମେରିକାରେ ନିଜ ଭାଷଣରେ କହିଛନ୍ତି ଯେ, ଭାଇଚାରା ମନୋଭାବ ରଖିଲେ ହିଁ ସାରା ବିଶ୍ୱ ଏକ ହୋଇପାରିବ । 

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ୟୁଏସ କଂଗ୍ରେସର ଏହି ମିଳିତ ଅଧିବେଶନରେ ଭାରତ ଆମେରିକା ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିବା ସହ ମିଳିତ ଭାବେ ଆତଙ୍କବାଦର ମୁକାବିଲା କରିବାକୁ ଆହ୍ୱାନ କରିଛନ୍ତି । ଏଥିସହ ଆତଙ୍କବାଦର ମୁକାବିଲା ନିମନ୍ତେ କିନ୍ତୁ, ପରନ୍ତୁ ଶବ୍ଦର ପ୍ରୟୋଗ ହେବା ଉଚିତ ନୁହେଁ ବୋଲି ବି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଏବେ AI ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସମୟ ଆସିଛି । ମାତ୍ର ମୁଁ ଅନ୍ୟ ଏକ AI କଥା କହୁଛି । ଏହି AI ହେଲା ଆମେରିକା ଓ ଇଣ୍ଡିଆ । ସାତ ବର୍ଷରେ ବହୁତ କିଛି ବଦଳିଛି । ମାତ୍ର ଭାରତ ଓ ଆମେରିକା ମଧ୍ୟରେ ସଂପର୍କ ଆହୁରି ନିବିଡ ହୋଇଛି । ଉଭୟ ଭାରତ ଓ ଆମେରିକା ମହାନ ଗଣତାନ୍ତ୍ରିକ ରାଷ୍ଟ୍ର । ଉଭୟ ରାଷ୍ଟ୍ର ଗଣତନ୍ତ୍ର ଉପରେ ବିଶ୍ୱାସ ରଖନ୍ତି । ଋଷ- ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ମୋଦି କହିଛନ୍ତି, ଏବେ ସମୟ ଯୁଦ୍ଧର ନୁହେଁ । ୟୁକ୍ରେନରେ ଧ୍ୱଂସର ଲୀଳା ବନ୍ଦ ହେବା ଦରକାର । ଆପୋଷ ଆଲୋଚନା ଦ୍ୱାରା ଯୁଦ୍ଧକୁ ବିରାମ ଦେବାର ଆବଶ୍ୟକତା ରହିଛି । ୨୦୨୨ ଫେବୃଆରୀ ୨୪ରୁ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି । ଭାରତ ଏକାଧିକ ଥର ଶାନ୍ତି ପାଇଁ ଅପିଲ କରିଛି ।

Narendra Modi PM Modi
Advertisment
Advertisment