• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗର୍ଜିଲେ ନଡ୍ଡା । ନବୀନ ସରକାରକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟାର୍ଗେଟ । ସରକାରଙ୍କ ଉପରେ ପ୍ରବଳ ବର୍ଷିଲେ । କହିଲେ ଏହି ସରକାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳାଉ ନାହାନ୍ତି । ଏହାକୁ ଆଉ କିଏ ଜଣେ ଚଳାଉଛି, ଯାହାକି ସମସ୍ତେ ଜାଣିଛନ୍ତି । ଏ ରାଜ୍ୟରେ ଅଧିକାରୀଙ୍କ ହାତରେ ରହିଛି ଶାସନ ଡୋର । ଯାହାକି ଗଣତନ୍ତ୍ର ପ୍ରତି ବିପଦ । ଏ ରାଜ୍ୟରେ ନେତା ମନ୍ତ୍ରୀଙ୍କ କୌଣସି କର୍ତ୍ତୃତ୍ୱ ନାହିଁ ବୋଲି ମଧ୍ୟ କହିଛନ୍ତି ନଡ୍ଡା ।

ଏହାସହ ସେ ଆହୁରି କହିଛନ୍ତି ଓଡ଼ିଶାରେ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି । ଏଠି ସବୁ କାମରେ କମିଶନ ନିଆଯାଉଛି । ଲୋକମାନେ ଏହି ସରକାର ପ୍ରତି ଅତିଷ୍ଠ ହୋଇସାରିଲେଣି । ତେଣୁ ପରିଶ୍ରମ କଲେ ଏଥର ଓଡ଼ିଶାରେ ମଧ୍ୟ ହେବ ବିଜେପି ସରକାର ।

ଅଧିକ ପଢ଼ନ୍ତୁ: ମଞ୍ଚ ଉପରୁ ନବୀନଙ୍କୁ ନଡ୍ଡାଙ୍କ ନିଶାନା; ୨୩ ବର୍ଷର ସରକାର, ହେଲେ ଓଡ଼ିଶା ପଛୁଆ ରାଜ୍ୟ

ଅନ୍ୟପଟେ ଭବାନୀପାଟଣାରେ ନଡ୍ଡା ଉଦବୋଧନ ଦେବା ବେଳେ କହିଛନ୍ତି ଯେ ଓଡ଼ିଶାରେ ହୋଇଥିବା ଆବାସ କେଳେଙ୍କାରୀର ତଦନ୍ତ ହେବ । ଓଡ଼ିଶାରେ ୨୩ ବର୍ଷ ହେଲା ନବୀନ ସରକାର ଚାଲିଛି କିନ୍ତୁ ଓଡ଼ିଶା ସବୁଠାରୁ ପଛୁଆ ଏବଂ ଗରିବ ରାଜ୍ୟ ଭାବେ ପରିଚିତ ହେଉଛି । ଏହା ଅତ୍ୟନ୍ତ ଦୁଃଖ ଦାୟକ ।

ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଦି ସରକାର ଗରିବଙ୍କୁ ଘର ଯୋଗାଉଥିବା ବେଳେ ଏଠି କିନ୍ତୁ ହିତାଧିକାରୀଙ୍କୁ ଘର ମିଳୁନି । ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନେ ଘର ପାଉନାହାନ୍ତି । ତେଣୁ ଏହାର ତଦନ୍ତ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ସେ ନିବେଦନ କରିବେ ବୋଲି କହିଛନ୍ତି । ତଦନ୍ତ କରାଯାଇ ଯିଏ ଦୋଷୀ, ତାକୁ ଜେଲ୍ ପଠାଯିବ ବୋଲି ମଧ୍ୟ ନଡ୍ଡା କହିଛନ୍ତି ।

ଅଧିକ ପଢ଼ନ୍ତୁ: ଭବାନୀପାଟଣାରେ ବିଜେପି କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ନଡ୍ଡା

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ବିଜେପିର ‘ମହା ଜନସମ୍ପର୍କ ଅଭିଯାନ’ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାମିଲ ହେବା ସହ ସଭାକୁ ସମ୍ବୋଧିତ କରିଛନ୍ତି । ନଡ୍ଡା ତାଙ୍କ ଉଦବୋଧନରେ ଓଡ଼ିଶା ସରକାରଙ୍କ ଉପରେ ପ୍ରବଳ ବଷିଁଛନ୍ତି । ରାଜ୍ୟରେ ହେଉଥିବା ଦୁର୍ନୀତି କଥା ବି କହିଛନ୍ତି ।