Advertisment

'ଜଣେ ସଚିବଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ଥା କାହିଁକି'

5T ସଚିବଙ୍କ ପାଇଁ କାହିଁକି ଏତେ ସୁରକ୍ଷା ବ୍ୟବସ୍ଥା? 5T ସଚିବଙ୍କୁ ଘାରିଛି କାହା ଭୟ?

author-image
Chandan Shishu
ଅଦ୍ୟତନ ହୋଇଛି
Bhubaneswar MP Aparajita Sarangi targets Odisha govt over security to 5T Secretary

Bhubaneswar MP Aparajita Sarangi targets Odisha govt over security to 5T Secretary

କାହିଁକି 5T ସଚିବ ଭି.କେ.ପାଣ୍ଡିଆନଙ୍କ ଗସ୍ତ ବେଳେ ନିୟୋଜିତ ହେଉଛନ୍ତି ମାଳ ମାଳ ପୋଲିସ ଅଧିକାରୀ। କେମିତି ତାଙ୍କ ଗସ୍ତ ଆଉ କାର୍ଯ୍ୟକ୍ରମକୁ ସଫଳ ହେବାକୁ ଲାଗିଛି ପୂରା ପ୍ରଶାସନ। ତାକୁ ନେଇ ଆଜି ପୁଣି 5T ସଚିବଙ୍କୁ ଟାର୍ଗେଟ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସଚିବଙ୍କୁ କାହିଁକି ଆଉ କାହା ଭୟ ଘାରିଛି ବୋଲି ପଚାରିଛନ୍ତି ଅପରାଜିତା। ସେହିପରି ସଚିବଙ୍କ କାର୍ଯ୍ୟକ୍ରମ ପାଇଁ କଂଗ୍ରେସ  ନେତା ସୁଦର୍ଶନ ଦାସଙ୍କୁ ଅଟକ ନେଇ ମଧ୍ୟ ସମାନ ସ୍ୱରରେ ଟାର୍ଗେଟ କରିଛି ଦଳ। ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି।

Advertisment

5T ସଚିବଙ୍କ ପାଇଁ କାହିଁକି ଏତେ ସୁରକ୍ଷା ବ୍ୟବସ୍ଥା? 5T ସଚିବଙ୍କୁ ଘାରିଛି କାହା ଭୟ? ପୁଣି ସାଂସଦ ଅପରାଜିତାଙ୍କ ଟାର୍ଗେଟରେ 5T ସଚିବ ଭିକେ ପାଣ୍ଡିଆନ। ସୋମବାର ପାଣ୍ଡିଆନଙ୍କ ବରଗଡ଼ ଗସ୍ତ ଲାଗି ସରକାରୀ ପ୍ରସ୍ତୁତି ଆଉ ପୋଲିସ ବ୍ୟବସ୍ଥାର ଆୟୋଜନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅପରାଜିତା। ଟୁଇଟ କରି ଅପରାଜିତା ପଚାରିଛନ୍ତି ଜଣେ ସଚିବଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ଥା କାହିଁକି। କାହିଁକି ସିଭିଲ ଡ୍ରେସ ବା ଧଳା ସାର୍ଟ ଏବଂ କଳା ପ୍ୟାଣ୍ଟରେ ମୁତୟନ ହେବାକୁ ଦିଆଯାଇଛି ନିର୍ଦ୍ଦେଶ। ଯଦି ମୁଖ୍ୟମନ୍ତ୍ରୀଙ୍କ ଆଦେଶରେ ସମୀକ୍ଷା ପାଇଁ ଯାଉଛନ୍ତି ତାହେଲେ କାହାକୁ ଭୟ କରୁଛନ୍ତି ସଚିବ। ଖାଲି ସଚିବଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ଥା, ତାହେଲେ ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିଶନରଙ୍କ ପାଇଁ କଣ ବ୍ୟବସ୍ଥା ତାହା ଶାସନକଳକୁ ପଚାରିଛନ୍ତି ଅପରାଜିତା।

ସେପଟେ ବାଲେଶ୍ୱର ସଭା ବେଳେ ମଧ୍ୟ କଂଗ୍ରେସ ନେତା ସୁଦର୍ଶନ ଦାସଙ୍କୁ ପୋଲିସ ନଜରବନ୍ଦୀ କରିବାକୁ ନେଇ ଫାଇଭ ଟି ସଚିବଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ସୁଦର୍ଶନ ଅଭିଯୋଗ କରିଛନ୍ତି ପାଣ୍ଡିଆନ ପହଞ୍ଚିବା ଠାରୁ ଫେରିବା ଯାଏଁ ତାଙ୍କୁ ଘର ଭିତରେ ନଜରବନ୍ଦୀ କରି ରଖିଥିଲା ପୋଲିସ। ସଚିବଙ୍କ ଗସ୍ତ ବେଳେ ବିରୋଧୀ ଦଳର ନେତାଙ୍କୁ ନଜରବନ୍ଦୀ କରିବା ପ୍ରଥମ ଘଟଣା। ସେ ଅଭିଯୋଗ କରିଛନ୍ତି ଲୋକଙ୍କ ଟଙ୍କାରେ ସଚିବ ହେଲିକେପ୍ଟରରେ ଚଢୁଛନ୍ତି, ପ୍ରାୟୋଜିତ କାର୍ଯ୍ୟକ୍ରମ କରୁଛନ୍ତି। ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି କହିଛି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି ସରକାରୀ ଅଧିକାରୀ। ଫାଇଭ ଟି ସଚିବଙ୍କ ଗସ୍ତ ବେଳେ କାହାକୁ ଅଟକ ରଖାଯାଉନି।

Advertisment

5T ସଚିବଙ୍କ ଆସନ୍ତାକାଲିର ବରଗଡ଼ କାର୍ଯ୍ୟକ୍ରମକୁ ନେଇ ସାମ୍ନାକୁ ଆସିଛି ସରକାରୀ ପ୍ରସ୍ତୁତିର ଆଉ ଏକ ଦିଗ। ସଚିବଙ୍କ ଗସ୍ତ ବେଳେ କେବଳ ସୁରକ୍ଷା ପାଇଁ ପୋଲିସ ବିଭାଗ ନୁହଁ ପ୍ରଶାସନିକ ତତ୍ପରତା ବି ଢେର। ନଜର ପକାନ୍ତୁ ଆରଟିଓଙ୍କୁ ଜିଲ୍ଲାପାଳ ଏହି ଚିଠି ଉପରେ। ଯେଉଁଥିରେ ୮ଟି ଇନୋଭା ଏବଂ ୨୪ ଟି ସ୍କୁଲ କିମ୍ବା ଘରୋଇ ବସ୍ ବ୍ୟବସ୍ଥା କରିବାକୁ କୁହାଯାଇଛି।

ଖାଲି ସେତିକି ନୁହଁ କେଉଁ କଲେଜ କିମ୍ବା ସ୍କୁଲରୁ କେତେ ଛାତ୍ରଛାତ୍ରୀ କେଉଁ ବସରେ ଆସିବେ ସେ ନେଇ ଚିଠିରେ ଉଲ୍ଲେଖ ରହିଛି। ଆଉ ସେହି ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି ବିଡିଓ, ତହସିଲଦାର ଏବଂ ଅନ୍ୟ ସରକାରୀ ଅଧିକାରୀ। ତେବେ ଜଣେ ସଚିବଙ୍କ ପାଇଁ ଏପରି ବ୍ୟବସ୍ଥାକୁ ବେଆଇନ ବୋଲି କହିଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ।

Aparajita Sarangi 5T Secretary V.K. Pandian
Advertisment
Advertisment