ବିଜେପିକୁ ଆମେ ବିରୋଧ କରୁ, ଯେତେବେଳେ ଜାତୀୟ ପ୍ରସଙ୍ଗ ଆସେ ସେତେବେଳେ ବିଜେପିକୁ ସମର୍ଥନ କରାଗଲା । କିଛି ପ୍ରସଙ୍ଗରେ ସମର୍ଥନ କରାଯାଇଛି ।
ଜଣେ ଥରେ ମନ୍ତ୍ରୀ ପଦ ହରାଇଥିଲେ, ଆଉ ଥରେ ହରାଇ ପାରନ୍ତି । ଆଉ ଜଣେ ମନ୍ତ୍ରୀ ପଦ ହରାଇଛନ୍ତି ।
ବାପାଙ୍କ ସହ ବସି ଏ ବିଷୟରେ ଆଉ କଥା ହେବା ବି ଦରକାର ନାହିଁ । ନିଲମ୍ବନ କରି ସେମାନେ ମୋତେ ଆଗକୁ ବଢ଼ିବାକୁ ସଙ୍କେତ ଦେଇଛନ୍ତି ।
ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳ ଭିତରୁ ଘନ ଘନ ଟାର୍ଗେଟ କରାଯାଉଛି। ଅରୁଣ ସାହୁଙ୍କ ପରେ ଏବେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୌମ୍ୟଙ୍କୁ ଟାର୍ଗେଟ୍ କରିଛନ୍ତି।
କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ କାର୍ଯ୍ୟାନୁଷ୍ଠାନ...ପିସିସି ସଦସ୍ୟ ଥାଇ ମଧ୍ୟ କଂଗ୍ରେସରୁ ନଲଢ଼ିବା ନେଇ ମିଡିଆରେ କହିଥିଲେ
5T ସଚିବଙ୍କ ସଭାକୁ ଲୋକ ଆଣିବାକୁ ପିଇଓ ବାଣ୍ଟୁଛନ୍ତି ଟଙ୍କା। ଯାଜପୁର ବିଂଝାରପୁର ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ସମ୍ପକିତ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
5T ସଚିବଙ୍କ ଜିଲ୍ଲା ଗସ୍ତ ବିବାଦ ପରେ ଏବେ ପ୍ରଚାରଧର୍ମୀ ପୋଷ୍ଟରକୁ ନେଇ ରାଜନୈତିକ ଝଡ଼ । ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଲାଗିଥିବା ପାଣ୍ଡିଆନଙ୍କ ଷ୍ଟିକରକୁ ନେଇ ମୁହାଁମୁହିଁ ହୋଇଛନ୍ତି ଛାତ୍ର ବିଜେଡି ଓ ଏବିଭିପି । ପାଣ୍ଡିଆନଙ୍କ ପଲିଟିକାଲ୍ ପ୍ରମୋସନ ପାଇଁ ଚାରିଆଡ଼େ ପୋଷ୍ଟର ମରାଯାଉଥିବା ଚର୍ଚ୍ଚା ହେଉଥିବା ବେଳେ ଏହାକୁ କଡ଼ା ସମାଲୋଚନା କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ୍ ।
କେଉଁ ଦଳରୁ ଲଢିବେ ସୁରଙ୍କ ପୁଅ ମନ୍ମଥ । ନିଷ୍ପତ୍ତିକୁ ନେଇ ବାପା-ପୁଅଙ୍କ ମଧ୍ୟରେ କଥା କଟାକଟି । ପୁଅ କହୁଛନ୍ତି କଂଗ୍ରେସରୁ ଲଢିବିନି । ବାପା କହୁଛନ୍ତି ଯଦି ଲଢିବୁ କଂଗ୍ରେସରୁ । ଏଣେ ବାପାଙ୍କ ସହ କଥାବାର୍ତ୍ତା ହୋଇନି, ଯଦି ମୋ ଆକଳନ ଭୁଲ ତେବେ ନିର୍ବାଚନ ଲଢ଼ିବି ନାହିଁ ବୋଲି ଆଜି ରୋକଠୋକ୍ କହିଛନ୍ତି ମନ୍ମଥ । ସୁରଙ୍କ ପରିବାରର ଏମିତି ରାଜନୈତିକ ହାଇଡ୍ରାମା କର୍ମୀ ଏବଂ ସଂଗଠନ ଉପରେ କଣ ପ୍ରଭାବ ପକାଇବ ତାକୁ ନେଇ ବି ଚର୍ଚ୍ଚା ଲାଗି ରହିଛି ।
ବିଜ୍ଞାପନ ଓ ବାସ୍ତବତା, ୟା ଭିତରେ ଯେମିତି ଆକାଶପାତାଳ ତଫାତ୍ । ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ନେଇ ପ୍ରତିଦିନ କୋଟି କୋଟି ଟଙ୍କା ବ୍ୟୟରେ ଖବରକାଗଜମାନଙ୍କରେ ପ୍ରକାଶିତ ବିଜ୍ଞାପନକୁ କେବଳ ପ୍ରଚାରସର୍ବସ୍ୱ ବୋଲି ବିରୋଧୀ ସିଧାସଳଖ ଅଭିଯୋଗ ଆଣୁଥିବାବେଳେ ବିଜେଡି ତାର ଜବାବ ରଖିଛି । ହେଲେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ସତ ବଖାଣୁଛି ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ।
ଭୁବନେଶ୍ୱର ଉପକଣ୍ଠ ଡେରାସ୍ ଅଞ୍ଚଳରେ ସରକାର ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମିଲିଭଗତରେ ଚାଲିଥିବା ଜମି ଜବରଦଖଲର ବଡ଼ ଖୁଲାସା । ଡେରାସ୍ କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ପୋତି ଫାର୍ସହାଉସ୍ ତିଆରି କରାଯାଇଥିଲା । ଯାହାର ସତକୁ ମାଟି ଖୋଳି ସାମ୍ନାକୁ ଆଣିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ସୌମ୍ୟରଂଜନ ନାନା ମନ୍ତବ୍ୟ ଦେବା ସହ ବ୍ଲାକମେଲିଂ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।
୫ଟି ଗାଁର ଚାଷୀଙ୍କ ସ୍ବାର୍ଥକୁ ଦଳିମକଚି ପୋତାଯାଇଛି ଡ୍ୟାମ୍ ଚ୍ୟାନେଲ । ନିଜେ ମାଟି ଖୋଳି ସତ ସାମ୍ନାକୁ ଆଣିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ରାଜ୍ୟ ସରକାରଙ୍କ ପୁଳା ପୁଳା ବିଜ୍ଞାପନକୁ ନେଇ ଘେରିଲେ ବିରୋଧୀ । ପ୍ରଚାର ସର୍ବସ୍ୱ କହି ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି ।
5T ସଚିବଙ୍କ ଷ୍ଟିକର ପାଖରେ ମହାପୁରୁଷଙ୍କ ପୋଷ୍ଟର ମରାକୁ ନେଇ ମୁହାଁମୁହିଁ । ଛାତ୍ର ବିଜେଡି-ଏବିଭିପି ମଧ୍ୟରେ ମୁହାଁମୁହିଁ ।
ମନ୍ମଥଙ୍କ ବୟାନ ପରେ ସୁରଙ୍କ ଘରେ ଆରମ୍ଭ ହୋଇଛି ରାଜନୈତିକ ହାଇଡ୍ରାମା । ଛିଡୁନି ନିର୍ବାଚନ ଲଢିବାର ଅଙ୍କ । ବାପା ପୁଅଙ୍କ ମତମତାନ୍ତରକୁ ନେଇ ବଢୁଛି ଦ୍ୱନ୍ଦ୍ୱ ।
ଆଗରୁ ଅଭିଯୋଗ ହୋଇଥିଲା ଯେ, ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଥିବା ଡେରାସ୍ ଡ୍ୟାମର କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଅବରୋଧ କରାଯାଇଛି । ମାଟି ପକାଇ କେନାଲକୁ ପୋତା ଯାଇଛି ।
କ୍ୟାମ୍ପସର କାନ୍ଥ ବାଡ଼ରେ 5T ପଲିଟିକ୍ସ। ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟରେ 5T ଷ୍ଟିକରକୁ ଘୋର ବିରୋଧ କରାଯାଇଛି।
ଫଳରେ ଭୋଟ୍ ପୂର୍ବରୁ ସରକାର ଆଣିଥିବା ଏ ଯୋଜନା ଏକ ପ୍ରକାର ଫସର ଫାଟିବାରେ ଲାଗିଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ୍ ।
କେଉଁ ଦଳରୁ ଲଢ଼ିବେ, ଅକ୍ଟୋବରରେ ଘୋଷଣା କରିବେ ମନ୍ମଥ । ଜଟଣୀବାସୀ ଓ କର୍ମୀଙ୍କ ମତାମତକୁ ନେଇ ନିଷ୍ପତ୍ତି ନେଇଥିବା କହିଲେ ।
SHG ହିତାଧିକାରୀଙ୍କୁ ବାଧକ ସାଜିଛି ପିଛିଲା ଲୋନ୍ । ଗ୍ରାଉଣ୍ଡ ଜିରୋରେ ବଢୁଛି ଅସନ୍ତୋଷ ।
ସେପ୍ଟେମ୍ବର ୧୮ରୁ ୨୨ ଯାଏ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି କେନ୍ଦ୍ର ସରକାର। କିନ୍ତୁ କ’ଣ ଆଲୋଚନା ହେବ, ତାହା କେନ୍ଦ୍ର ସରକାର ସ୍ପଷ୍ଟ କରି ନାହାନ୍ତି । ଚର୍ଚ୍ଚା ହେଉଛି ଏକକ ନିର୍ବାଚନ ନେଇ ବିଲ୍ ଆସିବ।
ଭାରତୀୟ ସମ୍ବିଧାନର ମୁଖବନ୍ଧ ବିଷୟରେ ଜ୍ଞାନ ନ ଥିବା ଦଳଠାରୁ ଆମେ କ’ଣ ଆଶା କରି ପାରିବା ବୋଲି କହିଛନ୍ତି ଜେପି ନଡ୍ଡା
ଆଲୋଚନାର ଫୋକସରେ ଥିଲା 5T ସଚିବଙ୍କ ଜିଲ୍ଲା ଗସ୍ତ। ଏହାର କଣ ପ୍ରଭାବ ରହିଲା ତାର ଫିଡ୍ବ୍ୟାକ୍ ନିଆଯାଇଥିଲା।
5T ସଚିବଙ୍କ ପଲିଟିକାଲ ପ୍ରମୋସନକୁ ନେଇ ଚର୍ଚ୍ଚା । ଅଣଓଡ଼ିଆ ଏଣ୍ଟ୍ରି ମାରିଲେ ବିରୋଧ କରାଯିବ କହିଲେ ଜୟନାରାୟଣ ।
ରାଷ୍ଟ୍ରପତିଙ୍କ ପ୍ରେରିତ ପତ୍ରରେ ଆଗରୁ ଲେଖାଯାଉଥିଲା ପ୍ରେସିଡେଣ୍ଟ୍ ଅଫ୍ ଇଣ୍ଡିଆ । ହେଲେ ଜି-ଟ୍ୱେଣ୍ଟି ଆମନ୍ତ୍ରଣ ପତ୍ରରେ ଲେଖାଯାଇଛି ପ୍ରେସିଡେଣ୍ଟ୍ ଅଫ୍ ଭାରତ ।