/odishatv-khabar/media/post_attachments/uploadimage/library/16_9/16_9_0/s_1694072560.jpg)
Posters of 5T Secretary found on Utkal University campus in Bhubaneswar
କ୍ୟାମ୍ପସର କାନ୍ଥ ବାଡ଼ରେ 5T ପଲିଟିକ୍ସ। ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟରେ 5T ଷ୍ଟିକରକୁ ଘୋର ବିରୋଧ କରାଯାଇଛି। କିଛିଦିନ ପୂର୍ବେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବାଣୀବିହାର କ୍ୟାମ୍ପସରେ 'ୱି ଷ୍ଟାଣ୍ଡ ୱିଥ୍ ଭିକେ ପାଣ୍ଡିଆନ ସାର୍' ଲେଖାଥିବା ଷ୍ଟିକର ଲଗାଯାଇଥିଲା। ଯାହାକୁ ତୀବ୍ର ବିରୋଧ କରିଛି ଏବିଭିପି।
#ବିଶ୍ୱବିଦ୍ୟାଳୟ_କାନ୍ଥରେ_5T_ପଲିଟିକ୍ସ
ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ 5T ସଚିବଙ୍କ ପୋଷ୍ଟର । ବିରୋଧ କରି ବିଭିନ୍ନ ମହାପୁରୁଷଙ୍କ ପୋଷ୍ଟର ଲଗାଇଲା ABVP । 5T ସଚିବଙ୍କ ପୋଷ୍ଟର ନିକଟରେ ମହାପୁରୁଷଙ୍କ ପୋଷ୍ଟର ମାରିଲା ABVP ।#Odisha#OTVpic.twitter.com/XMn0389ar4— ଓଟିଭି (@otvkhabar) September 7, 2023
ପ୍ରତିବାଦ ସ୍ୱରୂପ ଷ୍ଟିକର ପାଖରେ ବିଭିନ୍ନ ମହାପୁରୁଷଙ୍କ ପୋଷ୍ଟର ମାରିଛି ଏବିଭିପି। ସେପଟେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କୁହାଯାଇଛି, ଆମେ ସବୁ ମହାପୁରୁଷ ମାନଙ୍କୁ ସମ୍ମାନ ଦେଉ। କିନ୍ତୁ 5T ସଚିବଙ୍କୁ କାଳି ମାଡକୁ ବିରୋଧ କରି ଷ୍ଟିକର ମରାଯାଇଥିଲା ବୋଲି ଛାତ୍ର ବିଜେଡି କହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)