Advertisment

କଂଗ୍ରେସରୁ ଲଢ଼ିବେନି ମନ୍ମଥ, ଅକ୍ଟୋବରରେ ହଟାଇବେ ସସ୍‌ପେନ୍ସ

କେଉଁ ଦଳରୁ ଲଢ଼ିବେ, ଅକ୍ଟୋବରରେ ଘୋଷଣା କରିବେ ମନ୍ମଥ । ଜଟଣୀବାସୀ ଓ କର୍ମୀଙ୍କ ମତାମତକୁ ନେଇ ନିଷ୍ପତ୍ତି ନେଇଥିବା କହିଲେ ।

author-image
Satyendu Shekher Mishra
Manmatha Routray

Manmatha Routray

କଂଗ୍ରେସରୁ ଲଢିବେନି ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। କିନ୍ତୁ କେଉଁ ଦଳରୁ ଳଢିବେ ସେନେଇ ଅକ୍ଟୋବରରେ ଘୋଷଣା କରିବେ। ଜଟଣୀ ବାସୀ ଏବଂ ତାଙ୍କ କର୍ମୀଙ୍କ ମତାମତକୁ ନେଇ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏନେଇ ବାପାଙ୍କ ସହ ମଧ୍ୟ ଆଲୋଚନା କରିଥିବା ମନ୍ମଥ ରାଉତରାୟ କହିଛନ୍ତି। କେଉଁ ଦଳରୁ ଳଢିବେ ସେ ନେଇ ମଧ୍ୟ ଲୋକମାନେ ମତାମତ ଦେଇଛନ୍ତି, ସେହି ଅନୁସାରେ ସେ ଆଗକୁ ନିର୍ବାଚନ ଲଢିବେ।

Advertisment

କେଉଁ ଦଳରୁ ଲଢ଼ିବେ ସେନେଇ ସେ ଅକ୍ଟୋବରରେ ଘୋଷଣା କରିବେ । ଏପରିକି କଂଗ୍ରେସରୁ କଣ ପାଇଁ ଲଢ଼ିବେନି, ସେହି କାରଣ ମଧ୍ୟ ସେତେବେଳେ କହିବେ ବୋଲି ସେ କହିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ମନ୍ମଥ କହିଛନ୍ତି, ‘ଆମର ପୁରା ରାଜନୈତିକ ଟିମ ନିଷ୍ପତ୍ତି ନେଇଛୁ କି ଆମେ କଂଗ୍ରେସ ଦଳରୁ ଲଢ଼ିବୁ ନାହିଁ । ଆଗକୁ ମୁଁ କେଉଁ ଦଳରୁ ପାର୍ଥୀ ହେବି ତାହା ଅକ୍ଟୋବର ମାସରେ କହିବି । ମୁଁ କଂଗ୍ରେସରୁ ଲଢ଼ିବି ବୋଲି ମୋ ବାବା ମତ ଦେଇଥିଲେ । ସେ ବିଷୟରେ ମୁଁ କେବେ କିଛି କହିନାହିଁ ।’

Advertisment

ସେ ଆହୁରି କହିଛନ୍ତି, ‘ରାଜନୀତିରେ ବ୍ୟକ୍ତିଗତ ମତ ଅପେକ୍ଷା ମୁଁ ମୋ ଟିମ୍‌ ମତରେ କାମ କରିବାକୁ ଚାହେଁ । କିଛି ରାଜନୈତିକ ଦଳ ମୋ ସହ ଆଲୋଚନା କରିଛନ୍ତି । ଆମ ଟିମ୍‌ ମଧ୍ୟ ତାଙ୍କ ସହ ଆଲୋଚନା କରିଛି । ମୋର ଚୟନ କରିବାର ଅଧିକାର ରହିଛି । ଯେଉଁ ଦଳର ବିଚାରଧାରାକୁ ଆପଣେଇବାର ଅଧିକାର ମଧ୍ୟ ମୋର ରହିଛି । ଆମେ କାହିଁକି କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ିବୁ ନାହିଁ ବୋଲି କହୁଛୁ ତାହା ମଧ୍ୟ ଆଗକୁ ମୁଁ ସ୍ପଷ୍ଟ କରିବି । ମୋ ବାବା ମୋତେ ଜଟଣୀର ଦାୟିତ୍ୱ ଦେଇଥିଲେ । ଜଟଣୀବାସୀଙ୍କ ଭଲ ପାଇବା ଓ ଭରସା ପାଇବା ପରେ ମୁଁ ଚାକିରିରୁ ଇସ୍ତଫା ଦେଇଛି ।’

Congress BJD BJP Odisha Politics
Advertisment
Advertisment