Opposition targets Odisha govt over irregularities in Mission Shakti Scooter Programme
ମହିଳା ଖାସ୍ କରି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ମନ ଜିଣିବାକୁ ରାଜ୍ୟ ସରକାର ଆଣିଥିଲେ ମିଶନ ଶକ୍ତି ସ୍କୁଟର ଯୋଜନା । ହେଲେ ଏହାର ଲାଭ କିନ୍ତୁ ସେମାନେ ପାଇପାରୁ ନାହାନ୍ତି । ସ୍କୁଟର କିଣିବା ପାଇଁ ଲୋନ୍ କରିବାକୁ ଆବେଦନ କଲାବେଳେ, ମୁଣ୍ଡ ଉପରେ ଲଦି ହୋଇ ରହିଥିବା ପୁରୁଣା ଋଣ କଥା କହି ବ୍ୟାଙ୍କ ସେମାନଙ୍କୁ ଫେରାଇ ଦେଉଛି । ଫଳରେ ଭୋଟ୍ ପୂର୍ବରୁ ସରକାର ଆଣିଥିବା ଏ ଯୋଜନା ଏକ ପ୍ରକାର ଫସର ଫାଟିବାରେ ଲାଗିଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ୍ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)