Advertisment

ସୌମ୍ୟଙ୍କ କାଉଣ୍ଟର ଆଟାକ୍ ! ଅରୁଣ-ଅତନୁଙ୍କୁ ଜବରଦସ୍ତ ଜବାବ

ଜଣେ ଥରେ ମନ୍ତ୍ରୀ ପଦ ହରାଇଥିଲେ, ଆଉ ଥରେ ହରାଇ ପାରନ୍ତି । ଆଉ ଜଣେ ମନ୍ତ୍ରୀ ପଦ ହରାଇଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Soumyaranjan Pattnaik

Soumyaranjan Pattnaik

ନାଁ ନନେଇ ଅରୁଣ ଓ ଅତନୁଙ୍କୁ ଧୂମ୍‌ ଧୁଲେଇ କଲେ ବରିଷ୍ଠ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ । ଦେଲେ କଡ଼ା ମନ୍ତବ୍ୟ । ଅତନୁ ଓ ଅରୁଣଙ୍କ ସମାଲୋଚନାର କଡ଼ା ଜବାବ ଦେଲେ ସୌମ୍ୟ । କହିଲେ ‘ମୁଁ ସେମାନଙ୍କ କଥାର ଉତ୍ତର ଦେଇ ସେମାନଙ୍କ ଗୁରୁତ୍ୱ ବଢ଼ାଇବାକୁ ଚାହୁଁନି । ସେମାନଙ୍କ ପାଖରେ ଶବ୍ଦର ଅଭାବ ରହିଛି, ସେଥିପାଇଁ ସେମାନେ କେବଳ ବ୍ଲାକମେଲିଂ ବ୍ଲାକମେଲିଂ ହେଉଛନ୍ତି ।’

Advertisment

‘ସେମାନଙ୍କ କଥାର ଉତ୍ତର ଦେଇ ତାଙ୍କ ଗୁରୁତ୍ୱ ବଢ଼ାଇବାକୁ ଚାହୁଁନି । ସେମାନେ ଏସବୁ କଥା ମନରୁ କହୁଥିବା ମଧ୍ୟ ମୋର ବିଶ୍ୱାସ ହେଉନି । ଏସବୁ କହିବାକୁ ତାଙ୍କ ଉପରେ କୌଣସି ବ୍ୟକ୍ତିଙ୍କ ଚାପ ପଡୁଛି ବୋଲି ମୋର ମନେ ହେଉଛି । ସେମାନେ ଏଭଳି କହିବାକୁ ବାଧ୍ୟ ହେଉଛନ୍ତି । ନହେଲେ ପେଟପାଟଣା ବୁଡ଼ିଯିବ । ଜଣେ ଥରେ ମନ୍ତ୍ରୀ ପଦ ହରାଇଥିଲେ, ଆଉ ଥରେ ହରାଇ ପାରନ୍ତି । ଆଉ ଜଣେ ମନ୍ତ୍ରୀ ପଦ ହରାଇଛନ୍ତି ।

‘ଏ ନେତା ଏତେ ଅସହାୟ ଯେ, ଯାହା ଉପରୁ କୁହାଯାଉଛି, ସେୟା କହୁଛନ୍ତି । ବିଜେଡି ଲୋକ ଜାଣିଛନ୍ତି ଦଳର ସ୍ୱାର୍ଥ ପାଇଁ କଣ ହେବା ଦରକାର ।’ ଖାଲି ସେତିକି ନୁହେଁ ସୌମ୍ୟ ଆହୁରି କହିଛନ୍ତି ଯେ, ‘ମୁଁ ଯାହା କହୁଛି ଦଳର ସ୍ୱାର୍ଥ ପାଇଁ କହୁଛି, କାହା ମନକୁ ନପାଇଲା ସେଥିରେ ମୋର କିଛି କହିବାର ନାହିଁ । ମୁଁ ବିଜେଡିର ସ୍ୱାର୍ଥ, ଓଡ଼ିଶାର ସ୍ୱାର୍ଥ ପାଇଁ କହୁଛି ।

Advertisment

ଦଳ ବଦଳ ପ୍ରସଙ୍ଗରେ ମଧ୍ୟ କଡ଼ା ଉତ୍ତର ଦେଲେ ବିଧାୟକ ସୌମ୍ୟ । କାହିଁକି ବାରମ୍ବାର ଦଳ ବଦଳାଉଛନ୍ତି ପ୍ରଶ୍ନରେ ସୌମ୍ୟ କହିଲେ, ବିଜେଡି ଦଳରେ ଯେଉଁମାନେ ଆଜି ଅଛନ୍ତି ସେମାନେ କେଉଁ ଦଳରୁ ଆସିଛନ୍ତି ? ଏହାସହ ମତ ପରିବର୍ତ୍ତନ କଥାକୁ ନେଇ କହିଲେ ଯେ, ଏହା ଏକ ସ୍ୱାଭାବିକ ପ୍ରକ୍ରିୟା । ନବୀନ ବାବୁ ତ ୧୫ ଦିନରେ ଥରେ ମତ ପରିବର୍ତ୍ତନ କରୁଛନ୍ତି ।’ ୧୯ରେ କହିଲେ କେନ୍ଦ୍ରକୁ ବିରୋଧ କରିବା, ଭୋଟ ବେଳକୁ କ’ଣ ହେଲା । ପରିବର୍ତ୍ତିତ ପରିସ୍ଥିତିରେ ପରିବର୍ତ୍ତିତ ମତ, ମତ ପରିବର୍ତ୍ତନ ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି କହିଲେ ସୌମ୍ୟ ।

ସୂଚନାଯୋଗ୍ୟ, ଗତକାଲି ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ପ୍ରଥମେ ସୌମ୍ୟଙ୍କୁ ଟାର୍ଗେଟ୍‌ କରି ନାନା ସମାଲୋଚନା କରିଥିଲେ । ତାପରେ ତୁରନ୍ତୁ ଏହାର କଡ଼ା ଜବାବ ଦେଇଥିଲେ ସୌମ୍ୟ । ଆଜି ପୁଣି ସେହି ଗତକାଲି ଏପିସୋଡ୍‌କୁ ଆଉ ପାଦେ ଆଗକୁ ନେଇଛନ୍ତି ବିଧାୟକ ଅତନୁ ସବ୍ୟସାଚୀ ନାୟକ ।

Soumyaranjan Pattnaik
Advertisment
Advertisment