/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694091309.jpg)
Aparajita Sarangi
ମାଟି ତାଡ଼ି କେନାଲ ଖୋଲିଲେ ନିଜେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଲୋକେ ମାଟି ଖୋଳି କେନାଲର ପୁନରୁଦ୍ଧାର କରୁଥିବା ବେଳେ ଏଥିରେ ନିଜେ ସହଯୋଗ କରିଥିଲେ ଅପରାଜିତା । ଆଗରୁ ଅଭିଯୋଗ ହୋଇଥିଲା ଯେ, ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଥିବା ଡେରାସ୍ ଡ୍ୟାମର କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଅବରୋଧ କରାଯାଇଛି । ମାଟି ପକାଇ କେନାଲକୁ ପୋତା ଯାଇଛି ।
ଏହା ଦ୍ୱାରା ୪ ଶହ ଏକର ଜମି ଜଳସେଚନରୁ ବଞ୍ଚିତ ହୋଇଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଥିଲେ । ଆଜି ସେହି ଅଞ୍ଚଳକୁ ପରିଦର୍ଶନରେ ଯାଇଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଘଟଣାସ୍ଥଳ ଦେଖିବା ପରେ ଅପରାଜିତା କହିଛନ୍ତି, କିରୁଥିକା ପ୍ରଭାକରନ-ଜଣେ ସରକାରୀ କର୍ମଚାରୀଙ୍କ ମିଲିଭଗତରେ ଏହି ଅବରୋଧ କରାଯାଇଛି ।
ଆଜି ସାଂସଦଙ୍କ ଉପସ୍ଥିତିରେ ବେଆଇନ ଭାବେ ହୋଇଥିବା ଅବରୋଧକୁ ଖୋଳି ଦେଇଛନ୍ତି ଲୋକେ । ମାଟି ଖୋଳିବାରୁ ତଳେ କଂକ୍ରିଟ କେନାଲ ଥିବା ଦେଖା ଯାଇଥିଲା । ଏହି କାମରେ ଲୋକଙ୍କୁ ନିଜେ ସହଯୋଗ କରିଥିଲେ ଅପରାଜିତା ଷଡ଼ଙ୍ଗୀ । ସେପଟେ ପ୍ରଭାକରନ କିମ୍ବା ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)