/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694165640.jpg)
Soumaya ranjan Patnaik
ବିଜେଡି ସୁପ୍ରିମୋଙ୍କୁ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସିଧା ଟାର୍ଗେଟ୍ । ନାଁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ଦେବା ସହ ନାଁ ନ ନେଇ ବିଜେଡି ନେତା ଅରୁଣ ଓ ଅତନୁଙ୍କୁ ଧୂମ୍ ଧୁଲେଇ କରିଛନ୍ତି ସୌମ୍ୟ । ସୌମ୍ୟ କହିଛନ୍ତି ଯେ, ‘ନବୀନ ବାବୁ ୧୫ ଦିନରେ ମତ ପରିବର୍ତ୍ତନ କରନ୍ତି । ଗତ ୧୯ ତାରିଖ ଦିନ କହିଲେ, ଆମେ କେନ୍ଦ୍ର ସରକାରଙ୍କୁ ବିରୋଧ କରିବା ।
ହେଲେ ଭୋଟ୍ ବେଳକୁ ପରିସ୍ଥିତି ବଦଳିଗଲା । ମତ ପରିବର୍ତ୍ତନ ଏକ ସ୍ୱାଭାବିକ ପ୍ରକ୍ରିୟା । ବିଜେପିକୁ ଆମେ ବିରୋଧ କରୁ, ଯେତେବେଳେ ଜାତୀୟ ପ୍ରସଙ୍ଗ ଆସେ ସେତେବେଳେ ବିଜେପିକୁ ସମର୍ଥନ କରାଗଲା । କିଛି ପ୍ରସଙ୍ଗରେ ସମର୍ଥନ କରାଯାଇଛି । ଦଳୀୟ ନେତୃବୃନ୍ଦ ୨୫ ବର୍ଷ ଧରି ଦଳକୁ ନିରଙ୍କୁଶ କ୍ଷମତାରେ ରଖିଛନ୍ତି । ଜନସମର୍ଥନ ହାସଲ କରୁଛନ୍ତି । ସେମାନେ ଦଳର ଭଲମନ୍ଦ ବିଚାର କରୁଛନ୍ତି’ ବୋଲି କହିଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ।
ତାହା ସହ ସେ ଆହୁରି କହିଛନ୍ତି, ଆମେ ମଧ୍ୟ ସାଧାରଣ କର୍ମୀ ହିସାବରେ କେଉଁଟା ଭଲ କେଉଁଟା ଖରାପ ବୋଲି ନିଜର ମତ ମନ୍ତବ୍ୟ ଦେଉଛୁ ତାକୁ ନେତାମାନେ ଗ୍ରହଣ କରିଲେ କରିବେ ନହେଲେ ନାହିଁ । ଯଦି ଆମେ ଦଳବିରୋଧୀ କାର୍ଯ୍ୟ କରୁଛୁ ଆମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଏହା ବ୍ୟତୀତ ଅନ୍ୟ କୌଣସି ବାଟ ନାହିଁ । ଖାଲି ଟିଭିରେ ରାଜନୀତି କଲେ କିଛି ହେବନାହିଁ ବୋଲି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କଡ଼ା ଜବାବ ରଖିଛନ୍ତି ।
ସେପଟେ ବିଜେଡି ବିଧାୟକ ଅତନୁ ଓ ଅରୁଣଙ୍କ ସମାଲୋଚନାର କଡ଼ା ଜବାବ ରଖି ସୌମ୍ୟ କହିଛନ୍ତି, ମୁଁ ସେମାନଙ୍କ କଥାର ଉତ୍ତର ଦେଇ ସେମାନଙ୍କ ଗୁରୁତ୍ୱ ବଢ଼ାଇବାକୁ ଚାହୁଁନି । ସେମାନଙ୍କ ପାଖରେ ଶବ୍ଦର ଅଭାବ ରହିଛି, ସେଥିପାଇଁ ସେମାନେ କେବଳ ବ୍ଲାକମେଲିଂ ବ୍ଲାକମେଲିଂ ହେଉଛନ୍ତି ।’ ‘ସେମାନଙ୍କ କଥାର ଉତ୍ତର ଦେଇ ତାଙ୍କ ଗୁରୁତ୍ୱ ବଢ଼ାଇବାକୁ ଚାହୁଁନି ।
ସେମାନେ ଏସବୁ କଥା ମନରୁ କହୁଥିବା ମଧ୍ୟ ମୋର ବିଶ୍ୱାସ ହେଉନି । ଏସବୁ କହିବାକୁ ତାଙ୍କ ଉପରେ କୌଣସି ବ୍ୟକ୍ତିଙ୍କ ଚାପ ପଡୁଛି ବୋଲି ମୋର ମନେ ହେଉଛି । ସେମାନେ ଏଭଳି କହିବାକୁ ବାଧ୍ୟ ହେଉଛନ୍ତି । ନହେଲେ ପେଟପାଟଣା ବୁଡ଼ିଯିବ । ଜଣେ ଥରେ ମନ୍ତ୍ରୀ ପଦ ହରାଇଥିଲେ, ଆଉ ଥରେ ହରାଇ ପାରନ୍ତି । ଆଉ ଜଣେ ମନ୍ତ୍ରୀ ପଦ ହରାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)