Advertisment

ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ କଂଗ୍ରେସରୁ ନିଲମ୍ବିତ

କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ କାର୍ଯ୍ୟାନୁଷ୍ଠାନ...ପିସିସି ସଦସ୍ୟ ଥାଇ ମଧ୍ୟ କଂଗ୍ରେସରୁ ନଲଢ଼ିବା ନେଇ ମିଡିଆରେ କହିଥିଲେ

author-image
Prangyan Parimita
ଅଦ୍ୟତନ ହୋଇଛି
Manmath Routray

Manmath Routray

ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ତଥା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ମନ୍ମଥ ରାଉତରାୟ(Manmath Routray) କଂଗ୍ରେସରୁ ନିଲମ୍ବିତ । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ତାଙ୍କୁ ଭାରତୀୟ ଜାତୀୟ କଂଗ୍ରେସରୁ ନିଲମ୍ବନ କରାଯାଇଛି । ଏ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ଡିସିପ୍ଲିନାରୀ ଆକ୍ସନ କମିଟି ପକ୍ଷରୁ ବିବୃତ୍ତି ପ୍ରକାଶ ପାଇଛି । ମନ୍ମଥ ସ୍ୱାଧୀନ ଏବଂ ତାଙ୍କର କେଉଁ ରାଜନୈତିକ ଦଳ ସହ ସଂପୃକ୍ତି ନାହିଁ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ।

Advertisment

ଏନେଇ କଂଗ୍ରେସ ପକ୍ଷରୁ ଗତକାଲି ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ତେବେ ସେ ତାହାର ଉତ୍ତର ଦେଇ ନଥିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଦର୍ଶାଇଛନ୍ତି।...

ଦୁଇ ଦିନ ପୂର୍ବରୁ କଂଗ୍ରେସରୁ ଲଢିବେନି ବୋଲି କହିଥିଲେ ମନ୍ମଥ ରାଉତରାୟ। କିନ୍ତୁ କେଉଁ ଦଳରୁ ଳଢିବେ ସେନେଇ ଅକ୍ଟୋବରରେ ଘୋଷଣା କରିବେ। ଜଟଣୀ ବାସୀ ଏବଂ ତାଙ୍କ କର୍ମୀଙ୍କ ମତାମତକୁ ନେଇ ସେ ଏହି ନିଷ୍ପତ୍ତି ନେଇଥିବା କହିଥିଲେ । ଏନେଇ ବାପାଙ୍କ ସହ ମଧ୍ୟ ଆଲୋଚନା କରିଥିବା ମନ୍ମଥ ରାଉତରାୟ କହିଥିଲେ । କେଉଁ ଦଳରୁ ଳଢିବେ ସେ ନେଇ ମଧ୍ୟ ଲୋକମାନେ ମତାମତ ଦେଇଛନ୍ତି, ସେହି ଅନୁସାରେ ସେ ଆଗକୁ ନିର୍ବାଚନ ଲଢିବ କହିଥିଲେ ।

Advertisment
Advertisment
Advertisment