Advertisment

‘ବାରମ୍ବାର ଭୁଲ କରୁଛି କଂଗ୍ରେସ, ମୋତେ PCC ସଦସ୍ୟ କରି ଭୁଲ କରିଥିଲେ, ଏବେ ବାହାର କରି ଭୁଲ କଲେ’

ବାପାଙ୍କ ସହ ବସି ଏ ବିଷୟରେ ଆଉ କଥା ହେବା ବି ଦରକାର ନାହିଁ । ନିଲମ୍ବନ କରି ସେମାନେ ମୋତେ ଆଗକୁ ବଢ଼ିବାକୁ ସଙ୍କେତ ଦେଇଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Manmath Routray

Manmath Routray

କଂଗ୍ରେସରୁ ନିଲମ୍ବନକୁ ନେଇ ତାଚ୍ଛଲ୍ୟ କଲେ ସୁରଙ୍କ ପୁଅ ମନ୍ମଥ । ଏହାସହ ରାଜ୍ୟ କଂଗ୍ରେସ ଓ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଉପରେ ଧୂମ୍‌ ବର୍ଷିଲେ । କହିଲେ, ମୁଁ ସନ୍ତୋଷ ସିଂ ସାଲୁଜାଙ୍କୁ ଜଣେ ବିଜ୍ଞ ବ୍ୟକ୍ତି ବୋଲି ଭାବୁଥିଲି । ମୋ ବ୍ୟାକ୍‌ଗ୍ରାଉଣ୍ଡ ନଜାଣି ମୋତେ ପିସିସି ସଦସ୍ୟ କରିଥିଲେ । ମୁଁ ଜଣେ କେନ୍ଦ୍ର ସରକାରୀ କର୍ମଚାରୀ, ଏକଥା ଭେରିଫାଏ କରିବାକଥା ।

Advertisment

‘ପ୍ରଥମେ ତ ମୋତେ ସଦସ୍ୟ କରିବା ତାଙ୍କର ଭୁଲ୍ ଥିଲା, ଏବେ ଭୁଲ୍ ଉପରେ ପୁଣି ଭୁଲ୍‌ କରିଛନ୍ତି । ସେ ଭୁଲ୍‌ରେ ସଦସ୍ୟ କଲେ, ଏବେ ସସ୍‌ପେଣ୍ଡ କରି ପୁଣି ଭୁଲ୍‌ କଲେ ।’ କଂଗ୍ରେସକୁ ନେଇ ଏଭଳି ବୟାନ ଦେବା ସହ ମନ୍ମଥ ଆହୁରି କହିଛନ୍ତି ଯେ, ‘ଯାହା ବି ହେଲା ଭଲ ହେଲା । ମୋତେ ଆଉ ରେକ୍ଟିଫାଏ କରିବା ଦରକାର ନାହିଁ । ବାପାଙ୍କ ସହ ବସି ଏ ବିଷୟରେ ଆଉ କଥା ହେବା ବି ଦରକାର ନାହିଁ । ନିଲମ୍ବନ କରି ସେମାନେ ମୋତେ ଆଗକୁ ବଢ଼ିବାକୁ ସଙ୍କେତ ଦେଇଛନ୍ତି ।

Advertisment

ସେପଟେ କଂଗ୍ରେସରୁ ପୁଅର ନିଲମ୍ବନ ପରେ ବାପା ସୁର ରାଉତରାଏ ରଖିଛନ୍ତି ପ୍ରତିକ୍ରୟା । ସେ କହିଛନ୍ତି, ‘ମନ୍ମଥର ନିଲମ୍ବନକୁ ଆମେ ଗ୍ରହଣ କରୁଛୁ । ଆଶା କରୁଛୁ କଂଗ୍ରେସ ଆମ କଥା ବିଚାର କରିବ । ମୋ ପରିବାରରେ କିଛି ଗଣ୍ଡଗୋଳ, ଅଶାନ୍ତି ନାହିଁ । ସାନ ପୁଅ ମନ୍ମଥ ଚାକିରି କରିଛି, ତାର ଇସ୍ତଫା ଏଯାଏ ଗ୍ରହଣ ହୋଇନି । ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ହେବ ।ଏଭଳି କହିବା ସହ ସୁର ଆହୁରି କହିଛନ୍ତି, ମନ୍ମଥ ଜଟଣୀରୁ ହିଁ ଠିଆ ହେବ । ମୋ ୨ ପୁଅଙ୍କୁ ମୁଁ ଯେତେବେଳେ ଯାହା କହିବି, ସେମାନେ ମାନିବେ । ମୁଁ ଯେଉଁ ପୁଅକୁ ଯାହା କହିବି, ସେ ନିଶ୍ଚିତ ଶୁଣିବ ।

ସୂଚନାଯୋଗ୍ୟ, ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ତଥା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ମନ୍ମଥ ରାଉତରାୟ(Manmath Routray) କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ତାଙ୍କୁ ଭାରତୀୟ ଜାତୀୟ କଂଗ୍ରେସରୁ ନିଲମ୍ବନ କରାଯାଇଛି । ଏ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ଡିସିପ୍ଲିନାରୀ ଆକ୍ସନ କମିଟି ପକ୍ଷରୁ ବିବୃତ୍ତି ପ୍ରକାଶ ପାଇଛି । ମନ୍ମଥ ସ୍ୱାଧୀନ ଏବଂ ତାଙ୍କର କେଉଁ ରାଜନୈତିକ ଦଳ ସହ ସଂପୃକ୍ତି ନାହିଁ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ।

ଏନେଇ କଂଗ୍ରେସ ପକ୍ଷରୁ ଗତକାଲି ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ତେବେ ସେ ତାହାର ଉତ୍ତର ଦେଇ ନଥିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଦର୍ଶାଇଛନ୍ତି।

ଦୁଇ ଦିନ ପୂର୍ବରୁ କଂଗ୍ରେସରୁ ଲଢିବେନି ବୋଲି କହିଥିଲେ ମନ୍ମଥ ରାଉତରାୟ। କିନ୍ତୁ କେଉଁ ଦଳରୁ ଲଢିବେ ସେନେଇ ଅକ୍ଟୋବରରେ ଘୋଷଣା କରିବେ। ଜଟଣୀବାସୀ ଏବଂ ତାଙ୍କ କର୍ମୀଙ୍କ ମତାମତକୁ ନେଇ ସେ ଏହି ନିଷ୍ପତ୍ତି ନେଇଥିବା କହିଥିଲେ । ଏନେଇ ବାପାଙ୍କ ସହ ମଧ୍ୟ ଆଲୋଚନା କରିଥିବା ମନ୍ମଥ ରାଉତରାୟ କହିଥିଲେ । କେଉଁ ଦଳରୁ ଲଢିବେ ସେ ନେଇ ମଧ୍ୟ ଲୋକମାନେ ମତାମତ ଦେଇଛନ୍ତି, ସେହି ଅନୁସାରେ ସେ ଆଗକୁ ନିର୍ବାଚନ ଲଢିବେ ବୋଲି କହିଥିଲେ ।

BJD Congress Odisha BJP Odisha Politics
Advertisment
Advertisment