• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

G-20 ସମ୍ମିଳନୀ ଉପଲକ୍ଷେ ରାଷ୍ଟ୍ରପତିଙ୍କ ନୈଶ୍ୟଭୋଜି ଆମନ୍ତ୍ରଣ ପତ୍ରକୁ ନେଇ ରାଜନୈତିକ ବିବାଦ । ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ୍ ଭାରତ ଲେଖାଯିବାକୁ ନେଇ ବୟାନବାଜି ଆରମ୍ଭ ହୋଇଛି । ଉଭୟ ବିଜେପିକଂଗ୍ରେସ ଭିନ୍ନ ଭିନ୍ନ ଢ଼ଙ୍ଗରେ ପରସ୍ପରକୁ ଟାର୍ଗେଟ କରୁଛନ୍ତି । ବର୍ତ୍ତମାନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଂଗ୍ରେସକ ଦଳ ବିରୋଧରେ ସମ୍ବିଧାନର ଅପମାନର ଆରୋପ ଲଗାଇଛନ୍ତି ।

ପୂରା ମାମଲା କ’ଣ ?

ବିଜେପିକୁ ଟାର୍ଗେଟ କରି ସୋସିଆଲ ମିଡିଆରେ ଭାରତର ସମ୍ବିଧାନର ମୁଖବନ୍ଧ ସେୟାର କରିଥିଲା କଂଗ୍ରେସ । ହେଲେ କଂଗ୍ରେସର ଦାଓପେଞ୍ଚ ଓଲଟା ପଡ଼ିଗଲା । ଭାରତର ସମ୍ବିଧାନର ମୁଖବନ୍ଧ ସେୟାର କରି ଓଲଟି ନିଜେ ହରଡ଼ଘଣାରେ ପଡ଼ିଛି ଦଳ,  କାରଣ ଏଥିରେ ଅନେକ ତ୍ରୁଟି ରହିଛି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ତୁରନ୍ତ ଏହି ଭୁଲ ଗୁଡ଼ିକୁ ଦର୍ଶାଇଛନ୍ତି । ଭାରତର ସମ୍ବିଧାନର ମୁଖବନ୍ଧ ବିଷୟରେ ଅବଗତ ନଥିବାରୁ ନଡ୍ଡା କଂଗ୍ରେସକୁ ନିନ୍ଦା କରିଛନ୍ତି । ଭାରତୀୟ ସମ୍ବିଧାନର ମୁଖବନ୍ଧ ବିଷୟରେ ଜ୍ଞାନ ନ ଥିବା ଦଳଠାରୁ ଆମେ କ’ଣ ଆଶା କରି ପାରିବା ବୋଲି ସେ କହିଛନ୍ତି । ଏଥିସହ ସେ କହିଛନ୍ତି ଭାରତର ସମ୍ବିଧାନ ତଥା ଡକ୍ଟର ଆମ୍ବେଦକରଙ୍କ ପ୍ରତି କଂଗ୍ରେସର ସମ୍ମାନର ଘୋର ଅଭାବ ରହିଛି।

ନଡ୍ଡା ଟାର୍ଗେଟ କରିବା ପରେ କଂଗ୍ରେସ ପକ୍ଷରୁ ସେହି ଟ୍ୱିଟକୁ ଡିଲିଟ କରି ଦିଆଯାଇଛି । କିନ୍ତୁ ଡିଲିଟ ହୋଇ ଯାଇଥିବା ଟ୍ୱିଟର ସ୍କ୍ରିନସଟ୍ ନେଇ ସେୟାର କରିଛନ୍ତି ନଡ୍ଡା ।

ବିବାଦ କ’ଣ ?

ରାଷ୍ଟ୍ରପତିଙ୍କ ପ୍ରେରିତ ପତ୍ରରେ ଆଗରୁ ଲେଖାଯାଉଥିଲା ପ୍ରେସିଡେଣ୍ଟ୍ ଅଫ୍ ଇଣ୍ଡିଆ । ହେଲେ ଏବେ ଜି-ଟ୍ୱେଣ୍ଟି ଆମନ୍ତ୍ରଣ ପତ୍ରରେ ଲେଖାଯାଇଛି ପ୍ରେସିଡେଣ୍ଟ୍ ଅଫ୍ ଭାରତ । G-20 ଉପଲକ୍ଷେ ସେପ୍ଟେମ୍ବର ୯ରେ ନୈଶ୍ୟଭୋଜି ପାଇଁ ଅତିଥିଙ୍କୁ ପଠାଯାଇଥିବା ପ୍ରେସିଡେନ୍ସିଆଲ ଇନଭିଟେସନରେ 'ପ୍ରେସିଡେଣ୍ଟ ଅଫ ଇଣ୍ଡିଆ' ବଦଳରେ 'ପ୍ରେସିଡେଣ୍ଟ ଅଫ ଭାରତ' ବୋଲି ଲେଖାଯାଇଛି । ଏହି ନିମନ୍ତ୍ରଣ ପତ୍ରକୁ ବହୁ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତାମାନେ ସୋସିଆଲ ମିଡିଆରେ ସେୟାର୍ କରିବା ପରେ, ଖାଲି ଚର୍ଚ୍ଚା ନୁହେଁ, ରାଜନୈତିକ ବିବାଦ ଓ ବୟାନବାଜି ବି ଜୋର୍ ଧରିଛି ।

ସେପଟେ ଆସନ୍ତା ୧୮ରୁ ୨୨ ତାରିଖ ଯାଏଁ ବସିବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଦେଶର ନାଁକୁ କେବଳ ଭାରତ କରିବା ପାଇଁ ଏବଂ ସମ୍ବିଧାନରୁ ଇଣ୍ଡିଆ ଶବ୍ଦ ହଟାଇଦେବା ଲାଗି, କେନ୍ଦ୍ର ସରକାର ପ୍ରସ୍ତାବ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।