/odishatv-khabar/media/post_attachments/uploadimage/library/16_9/16_9_0/d_1694149634.jpg)
Money allegedly distributed to people ahead of 5t secretary meeting in jajpur
5T ସଚିବଙ୍କ ସଭାକୁ ଲୋକ ଆଣିବାକୁ ପିଇଓ ବାଣ୍ଟୁଛନ୍ତି ଟଙ୍କା। ଯାଜପୁର ବିଂଝାରପୁର ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ସମ୍ପକିତ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। 5T ସଚିବ ଗତ ଅଗଷ୍ଟ ୩୧ରେ ଯାଜପୁର ଜିଲ୍ଲାର ବିଝାଂରପୁର ଗସ୍ତ କରିଥିଲେ।
ଏହି ସଭାକୁ ଯିବା ଲାଗି ବିଝାଂରପୁର ବ୍ଲକ ମାଂସଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ଦଶରଥପୁର ବ୍ଲକ ମଲ୍ଲିକାପୁର ଠାରେ କିଛି ଲୋକଙ୍କୁ ଟଙ୍କା ବାଣ୍ଟୁଥିବାର ଭିଡିଓ ଭାଇରାଲ ହେଉଛି।
ଫାଇଭ୍ ଟି ସଚିବଙ୍କ ସଭାକୁ ଲୋକ ଆଣିବାକୁ ପିଇଓ ବାଣ୍ଟୁଛନ୍ତି ଟଙ୍କା.. ଯାଜପୁର ବିଂଝାରପୁର ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ସମ୍ପର୍କୀତ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି.. ଫାଇଭ ଟି ସଚିବ ଗତ ଅଗଷ୍ଟ ୩୧ରେ ଯାଜପୁର ଜିଲ୍ଲାର ବିଝାଂରପୁର ଗସ୍ତ କରିଥିଲେ..#Odisha#OTVpic.twitter.com/KR8MfjAiSM
— ଓଟିଭି (@otvkhabar) September 8, 2023
ଅନ୍ୟପକ୍ଷେ, ସମ୍ପୃକ୍ତ ପିଇଓ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସରକାରୀ କାର୍ଯ୍ୟକ୍ରମକୁ ଯିବା ଲାଗି କିଛି ସାଙ୍ଗସାଥୀଙ୍କୁ ଗାଡ଼ିରେ ପେଟ୍ରୋଲ ପକାଇବାକୁ ସେ ଟଙ୍କା ଦେଉଥିବା ପ୍ରତିକ୍ରିୟାରେ ପିଇଓ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)