/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721022930.jpg)
Pahandi Bije
ସରିଲା ଜନ୍ମବେଦୀରେ ଲୀଳାଖେଳା। ଗୁଣ୍ଡିଚା ମନ୍ଦିରରୁ ମେଲାଣି ନେବେ ମହାବାହୁ । ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ । ଶ୍ରୀଜିଉଙ୍କ ଅପେକ୍ଷାରେ ରଥ ଆଉ ପଥ । ତେବେ ବାହୁଡ଼ା ଯାତ୍ରାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି । ଶୂନ୍ୟ ପହଣ୍ଡିରେ ରଥରେ ବିଜେ କରିଛନ୍ତି ଶ୍ରୀ ସୁଦର୍ଶନ । ଘଣ୍ଟ ଘଣ୍ଟା ବାଦ୍ୟରେ ରଥକୁ ଆସିଛନ୍ତି ସୁଦର୍ଶନ । ତେବେ ଚକ୍ରରାଜ ସୁଦର୍ଶନଙ୍କ ପରେ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି ବଡ଼ ଠାକୁର । ଏହାପରେ ଦେବୀ ସୁଭଦ୍ରା ଶୂନ୍ୟ ପହଣ୍ଡିରେ ରଥକୁ ବିଜେ କରିବେ । ଶେଷରେ ଗହଳି ଲଗାଇ ରତ୍ନବେଦିରୁ ହଲି ହଲି ରଥକୁ ଆସିବେ କଳା ଠାକୁର ।
Advertisment
Live Updates: ଶ୍ରୀମନ୍ଦିରକୁ ଫେରୁଛନ୍ତି କଳିଆ ସାଆନ୍ତ, ବଡ଼ଦାଣ୍ଡେ ଲାଗିଛି ଗହଳି
ପଢନ୍ତୁ ଏହି ଖବର: Ratha Jatra 2024: ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରାର ପାଳନ ବିଧି; ଦର୍ଶନରେ ମିଳେ ବୈକୁଣ୍ଠ ପ୍ରାପ୍ତି
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)